ଚିଟ୍ ଫଣ୍ଡ୍ ଧନ ଫେରସ୍ତଯୋଗ୍ୟ
ଚିଟ୍ ଫଣ୍ଡ୍ ଟଙ୍କା ଫେରସ୍ତ ହୋଇପାରିବ - ଏହି ପ୍ରସଙ୍ଗରେ ଆମ୍ଭେ ପ୍ରଥମ କରି ୨୯ ଜୁନ୍ ୨୦୧୩ରେ ବିଭିନ୍ନ ଇ-ଗ୍ରୁପ୍ ରେ ଲେଖିଥିଲୁ । ତାହାର କିଛି ସପ୍ତାହ ପରେ ସରକାର ଏକ କମିଶନ ବସାଇଲେ । ଟଙ୍କା ଫେରସ୍ତ ପାଇଁ କର୍ପସ ଫଣ୍ଡ୍ କରିଥିବା କହିଥିଲେ, ତାହାକୁ ୨୦୧୪-୧୫ ଅତିରିକ୍ତ ବଜେଟରେ ରାଜ୍ୟ ସରକାର ଅର୍ଥ ବିଭାଗ ଅଧୀନରେ ଏନ ନୂଆ ସବ୍ ମାଇନର୍ ବାବଦ(୨୮୯୭: ଜମାକାରୀମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ପାଣ୍ଠି) ରଖି ୩୦୦ କୋଟି ଟଙ୍କା ବରାଦ କରିଛନ୍ତି । ସୁଧମୂଳ ସହ ଏହି କର୍ପସ ପାଣ୍ଠିର ମୋଟ ପରିମାଣ କେତେ ହେଲାଣି, ତାହା ମଧ୍ୟ ନାଗରିକମାନେ ଜାଣିବାକୁ ଚାହିବା ଦରକାର ।
୨୯ ଜୁନ୍ ୨୦୧୩ ବେଳକୁ ଆମ୍ଭେ ଓଡ଼ିଆରେ ବ୍ଲଗ୍ ଲେଖିବା ଆରମ୍ଭ କରି ନଥିଲୁ । ତେବେ ଏତେ ଦିନ ଆଗରୁ କିଭଳି ମତାମତ ସରକାର ସାମ୍ନାରେ ରଖିଥିଲୁ, ତାହାକୁ ଆଜି ଅର୍ଥାତ୍ ୨୦୧୫ ମସିହା ଫେବ୍ରୁଆରିରେ ସମୀକ୍ଷା କରନ୍ତୁ । ସେହି ଗ୍ରୁପ୍ ପୋଷ୍ଟ୍ର ଇଂଲିଶ୍ ପାଠକୁ ତଳେ ପେଷ୍ଟ୍ କଲୁ:
୨୯ ଜୁନ୍ ୨୦୧୩ ବେଳକୁ ଆମ୍ଭେ ଓଡ଼ିଆରେ ବ୍ଲଗ୍ ଲେଖିବା ଆରମ୍ଭ କରି ନଥିଲୁ । ତେବେ ଏତେ ଦିନ ଆଗରୁ କିଭଳି ମତାମତ ସରକାର ସାମ୍ନାରେ ରଖିଥିଲୁ, ତାହାକୁ ଆଜି ଅର୍ଥାତ୍ ୨୦୧୫ ମସିହା ଫେବ୍ରୁଆରିରେ ସମୀକ୍ଷା କରନ୍ତୁ । ସେହି ଗ୍ରୁପ୍ ପୋଷ୍ଟ୍ର ଇଂଲିଶ୍ ପାଠକୁ ତଳେ ପେଷ୍ଟ୍ କଲୁ:
CHIT FUND MONEY CAN BE
REFUNDED
29 Jun 2013
Various financial
companies in Odisha have exploited residents of Odisha through schemes offering
abnormally high rates of returns. Most of the owners/ CMDs of such companies
have been arrested and gone through many phases of interrogations. But it is
high time to think about the poor people who have invested their money with
those companies. I solicit attention of the Odisha government and citizens to
take immense action for repayment of money to poor people. Pl go through the
points for quick follow up:-
(1) Law department of Odisha government should be deployed to review the situation and find ways in favour of poor investors.
(2) Citizens should
request Lawyers' Associations (traditionally called as Bar Associations) to
boycott the cases in court of law, to stand in favour of the public, not in favour of Chitfund companies. Because,
some advocates/lawyers are preparing master plans to save those arrested
private company officials.
(3) 90% of the invested
money belong to 10% of investors' black money. Due to social prestige and fear
of legal action by Vigilance/ Income Tax offices, they will not claim their
invested money any more. So the poor investors can get back their money with a
commonly decided rate of interest by a redressal committee.
(4) It is great
opportunity for the ruling party of Odisha to distribute money legally among
citizens of Odisha, which in return will ensure another term of power in Odisha
government.
(5) Assets valuation and
sales experts including top chartered accountants should be consulted for rapid
disposal of seized properties.
(6) It would be a
historical step of any government to save innocent residents of Odisha from a
bumper cheating tragedy. Everything should be finished before 31st January
2014. There is ample time to plan and execute the refund drive throughout
Odisha.
(7) Identification of
true receipts and payable amounts are the biggest challenge. The Redressal
committee should chalk out the process.
ନ୍ୟାୟମୂର୍ତି ରାଧାକୃ୍ଷ୍ଣ ପାତ୍ରଙ୍କ ଅନ୍ତେ ଜଣେ ସଦ୍ୟ ସେବାନିବୃତ୍ତ ନ୍ୟାୟମୂର୍ତିଙ୍କୁ ଚିଟ୍ ଫଣ୍ଡ୍ କମିଶନ ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେବା ସରକାରଙ୍କର ଏକ ଭଲ ନିଷ୍ପତ୍ତି । ୬୫ ବର୍ଷ ଟପି ସାରିବା ପରେ କୌଣସି ବ୍ୟକ୍ତିଙ୍କ ଉପରେ ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ନ୍ୟସ୍ତ କରିବା ଅର୍ଥ, ତାଙ୍କୁ ମୃତ୍ୟୁର ବାଟ ଦେଖାଇବା । କାରଣ ରିଟାୟାରମେଂଟ୍ ବା ଅବସର ବୟସରେ ଜଣଙ୍କ ଠାରୁ ଦେଶସେବା (ନିଶ୍ଚିତ ନ୍ୟାୟ) ଆଶା କରିବା ବୃଥା । ଏଣୁ ନ୍ୟାୟମୂର୍ତି ପାତ୍ରଙ୍କୁ ନିଯୁକ୍ତି ଦେଇ ସରକାର ବିବେକ ଓ ନୈତିକତାକୁ ଜଳାଞ୍ଜଳି ଦେଇଥିଲେ ।
ଏବେ ନ୍ୟାୟମୂର୍ତି ମଦନମୋହନ ଦାସଙ୍କୁ ଚିଟ୍ ଫଣ୍ଡ୍ ତଦନ୍ତ କମିଶନ ଅଧ୍ୟକ୍ଷ ପଦ ଦିଆଯାଇଛି । ତେବେ ସେ କେବଳ ପଦକୁ ଉପଭୋଗ କରିବେ କି ମୁଣ୍ଡ ଖଟାଇବେ, ତାହା ତାଙ୍କ ଉପରେ ନିର୍ଭର କରେ । ସେ ଜଣେ ବିଜ୍ଞାନର ଛାତ୍ର ହୋଇଥିବାରୁ ବିଜ୍ଞାନସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମ୍ଭେ ବିଶ୍ୱାସ କରୁଛୁ ।
ଏହି ତଦନ୍ତ କମିଶନ ଯେଉଁ ଡାଟାବେସ୍ କରିବାରେ ଏବେ ପାଣ୍ଠି ଖର୍ଚ କରୁଛନ୍ତି, ତାହା ମଧ୍ୟ ଆମ୍ଭେ ମନେ ପକାଇଥିଲୁ । ଏବେ ଆଉ କିଛି ମଞ୍ଜକଥା ଏଠାରେ ରଖୁଛୁ:
ଏବେ ନ୍ୟାୟମୂର୍ତି ମଦନମୋହନ ଦାସଙ୍କୁ ଚିଟ୍ ଫଣ୍ଡ୍ ତଦନ୍ତ କମିଶନ ଅଧ୍ୟକ୍ଷ ପଦ ଦିଆଯାଇଛି । ତେବେ ସେ କେବଳ ପଦକୁ ଉପଭୋଗ କରିବେ କି ମୁଣ୍ଡ ଖଟାଇବେ, ତାହା ତାଙ୍କ ଉପରେ ନିର୍ଭର କରେ । ସେ ଜଣେ ବିଜ୍ଞାନର ଛାତ୍ର ହୋଇଥିବାରୁ ବିଜ୍ଞାନସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମ୍ଭେ ବିଶ୍ୱାସ କରୁଛୁ ।
ଏହି ତଦନ୍ତ କମିଶନ ଯେଉଁ ଡାଟାବେସ୍ କରିବାରେ ଏବେ ପାଣ୍ଠି ଖର୍ଚ କରୁଛନ୍ତି, ତାହା ମଧ୍ୟ ଆମ୍ଭେ ମନେ ପକାଇଥିଲୁ । ଏବେ ଆଉ କିଛି ମଞ୍ଜକଥା ଏଠାରେ ରଖୁଛୁ:
୧. ପ୍ରିଂଟ୍ ଲିଙ୍କ୍ କମ୍ୟୁନିକେସନ ଏକ ହାର୍ଡ଼ୱେର ସହଯୋଗ ଦେଉଥିବା କମ୍ପାନୀ । ଯିଏକି କମ୍ପ୍ୟୁଟର, ସ୍କାନର, ପ୍ରିଂଟର ଇତ୍ୟାଦି ହାର୍ଡ଼ୱେର ଯୋଗାଇଛି । କିନ୍ତୁ ଡାଟାବେସ୍ ଏଂଟ୍ରି କାମ ସେହି କମ୍ପାନୀକୁ ଦିଆଯାଇଛି ବୋଲି ଗଣମାଧ୍ୟମରେ ଖବର ପ୍ରଚାରିତ ଓ ପ୍ରସାରିତ ହୋଇଛି । ବାସ୍ତବରେ ଏଥିପାଇଁ ରାଜ୍ୟ ସରକାରଙ୍କ ସଂସ୍ଥା ଓକାକ୍ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଂଟର), ଅନ୍ୟ ଦୁଇଟି ଘରୋଇ ଡାଟାପ୍ରୋସେସିଂ କମ୍ପାନୀକୁ ଦାୟିତ୍ୱ ଦେଇଛି । ଏଥିରୁ ଜଣାପଡୁଛି ଯେ ଓଡ଼ିଶାର ପାକଳ ସାମ୍ବାଦିକମାନେ ରିପୋଟିଂକୁ ଯାଉ ନାହାନ୍ତି, ଅଥବା ଛୁଆ ସାମ୍ବାଦିକମାନେ ଆଣୁଥିବା ଖବରକୁ ପାକଳ ସାମ୍ବାଦିକମାନେ ଯାଂଚ କରୁନାହାନ୍ତି ।
୨. ଯେଉଁ କମ୍ପାନୀ ଡାଟା ଏଂଟ୍ରି ଦାୟିତ୍ୱ ନେଇଛି, ସେ ନିହାତି ସେହି ଟାଇପିଷ୍ଟ୍ ମାନଙ୍କୁ କାମରେ ଲଗାଇବ, ଯେଉଁମାନେ ଭୋଟରକାର୍ଡ଼ ବା ଆଧାରକାର୍ଡ଼ ଏଂଟ୍ରି କରୁଥିଲେ, ସେହିମାନେ ହିଁ ଚିଟ୍ ଫଣ୍ଡ୍ ଜମାକାରୀଙ୍କ ସତ୍ୟପାଠ (ଆଫିଡେଭିଟ୍)ରୁ ନାମ, ଗାଆଁ, ଠିକଣା, ଜମା ପରିମାଣ ଇତ୍ୟାଦିକୁ ଟାଇପ୍ କରିବେ । ଏବେ ଠଉରାନ୍ତୁ କେତେ ପ୍ରତିଶତ ନିର୍ଭୁଲ ହେବ ସେହି ଡାଟାବେସ୍ । କାରଣ ଡାଟାପ୍ରୋସେସିଂ ବେଳେ ଏଡିଟିଂ କରିବା କାମଟା ପ୍ରାୟତଃ ହୋଇ ନଥାଏ ।
୩. ଅସଲ ଖାତାଖତିୟାନ ତ ଏବେ ସି.ବି.ଆଇ. ତିଜୋରିରେ । ତେବେ ସେହି ଡାଟାବେସ୍ ସତ୍ୟ ବୋଲି କେମିତି ଜଣାପଡ଼ିବ । ଅତଏବ ଏହା ଅନ୍ଧ ଦେଶେ ଗଲି ଦର୍ପଣ ବିକି ଭଳି କଥା ହେବ । ଯାହାକି ନୂଆ ଅଧ୍ୟକ୍ଷ ମଦନମୋହନ ଦାସଙ୍କୁ ମୌଳିକ ଭାବେ ଅଡୁଆ ଲାଗିପାରେ ।
୪. ଉପରେ ଇଂଲିଶ୍ ପାଠର ୩ ନମ୍ବର ବିନ୍ଦୁ ଉପରେ ଗୁରୁତ୍ୱ ଦେଇ ଅର୍ଥ ବୁଝି ନିଅନ୍ତୁ । ଅର୍ଥାତ୍ ଚିଟ୍ ଫଣ୍ଡ୍ ଧନରୁ ସିଂହଭାଗ ହେଉଛି କଳାଟଙ୍କା । ତେଣୁ ତାହାକୁ ଧଳା କରିବାକୁ ଯେଉଁ ଗରିବଗୁରୁବା, ମଧ୍ୟବିତ୍ତମାନଙ୍କଠୁ ଚିଟ୍ ଫଣ୍ଡ୍ କମ୍ପାନୀମାନେ ଧନ ଆଦାୟ କରିଛନ୍ତି, ତାହାର ମୋଟ ମୂଲ୍ୟ କେବେ ହେଲେ ଏତେ ହଜାର କୋଟି ବା ସେତେ ହଜାର କୋଟି ହେବ ନାହିଁ ।
୫. ଆଉ ଅନ୍ୟ କଥା ସେହି ୨୦୧୩ରେ ଲେଖିଥିବା ମୂଳ ଇଂଲିଶ୍ ପାଠରୁ ବୁଝି ନିଅନ୍ତୁ ।
ଏଠାରେ ସ୍ପଷ୍ଟ କରିବାକୁ ଚାହୁ ଯେ ଆମ୍ଭେ କେବଳ ଲେଖାବୀର ନୋହୁ, କର୍ମବୀର ମଧ୍ୟ । କେବଳ ଯାହା ସୁଯୋଗ ଓ ଆମନ୍ତ୍ରଣକୁ ପ୍ରତୀକ୍ଷା।
ଏଠାରେ ସ୍ପଷ୍ଟ କରିବାକୁ ଚାହୁ ଯେ ଆମ୍ଭେ କେବଳ ଲେଖାବୀର ନୋହୁ, କର୍ମବୀର ମଧ୍ୟ । କେବଳ ଯାହା ସୁଯୋଗ ଓ ଆମନ୍ତ୍ରଣକୁ ପ୍ରତୀକ୍ଷା।
କ’ଣ ଭାବୁଛନ୍ତି? ଯଦି ସତରେ ରାଜ୍ୟବାସୀଙ୍କ ସ୍ୱାର୍ଥ ସପକ୍ଷରେ ଠିଆ ହେବାକୁ ଚାହୁଛନ୍ତି, ତେବେ ନିଜର ଭୂମିକା ଧାର୍ଯ୍ୟ କରନ୍ତୁ ।
ବିମଳପ୍ରସାଦ, ୯୯୩୭୩୫୩୨୯୩
ମନ୍ତବ୍ୟଗୁଡିକ