ପୋଷ୍ଟ ସମୂହ

Showing posts from ସେପ୍ଟେମ୍ବର, 2014

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଭାରତବାସୀ (ଖ)

ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ପ୍ରଥମ ପଦକ୍ଷେପ ରୂପେ ପ୍ରତି ପରିବାରକୁ ବ୍ୟାଙ୍କ୍‌ ଓ ବୀମା ସହ ସାମିଲ କରିବାକୁ ସ୍କିମ୍‌ ପ୍ରଚଳନ କରିଛନ୍ତି । ବ୍ୟାଙ୍କ୍‌ ସହ ଯୋଡ଼ିବା ସ୍କିମ୍‌କୁ କୁହାଯାଉଛି - ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏହା ଅଧୀନରେ ଦେଶର ସମସ୍ତ ପରିବାର ବ୍ୟାଙ୍କ୍‌ ଆକାଉଁଟ ଖୋଲିପାରିବେ ଶୂନ୍ୟ ମୂଳଧନ ଜମାରେ । ସବୁ ଆକାଉଁଟଧାରୀଙ୍କୁ ମିଳିବ ଜମାଖାତା ଓ ରୁପେ ଡେବିଟ୍‌କାର୍ଡ । ଏହି ସ୍କିମ୍‌ ସହ ଗୁନ୍ଥି ହୋଇ ରହିଛି ଏକ ଲକ୍ଷ ଟଙ୍କାର ଦୁର୍ଘଟଣାଜଡ଼ିତ ମୃତ୍ୟୁ ପାଇଁ ବୀମା ସହାୟତା ଏବଂ ସ୍କିମ୍‌ର ନାମ ରହିଛି ଅପ୍‌ନା ଖାତା ଭାଗ୍ୟ ବିଧାତା । ଏବେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନଙ୍କର ବ୍ୟାଙ୍କ୍‌ ଆକାଉଁଟ ଅଛି, ସେମାନେ ଆଉ ଗୋଟିଏ ଆକାଉଁଟ ଖୋଲିବା ଅନାବଶ୍ୟକ । କିନ୍ତୁ ଅପ୍‌ନା ଖାତା ଭାଗ୍ୟ ବିଧାତା ସ୍କିମ୍‌ର ସୁଯୋଗ ନେବା ପାଇଁ ସମସ୍ତଙ୍କୁ ରୁପେ ଡେବିଟ୍‌କାର୍ଡ ନିଜ ବ୍ୟାଙ୍କ୍‌ ଶାଖାରୁ ନେବାକୁ ପଡ଼ିବ । ତେବେ ଯେଉଁ ଆକାଉଁଟଧାରୀମାନଙ୍କର ଅନ୍ୟ ଲୋଗୋ ଥିବା ଡେବିଟ୍‌କାର୍ଡ ଅଛି, ସେମାନେ ତାହାକୁ ଫେରାଇଦେବେ କି ରଖିବେ, ତାହା ଉପରେ ସ୍ପଷ୍ଟ ଅନୁଦେଶ ଜାରି ହୋଇ ନାହିଁ । ଏହି ପ୍ରକ୍ରିୟାରେ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ୍‌ଗୁଡ଼ିକୁ ସାମିଲ କରିବା ନେଇ କୌଣସି ତତ୍‌ପରତା ଏଯାଏଁ ଦେଖିବାକୁ ମିଳି ନାହିଁ । ଅନ୍ୟ ପକ୍ଷରେ ଡାକଘରଗୁଡ଼ିକୁ

WEB-CHANNELs IN ODISHA

ପ୍ରତିଛବି
OdishaLiveTV http://odishalive.tv/ Editor-in-Chief: Nilambar Rath Company: Academy of Media Learning Pvt. Ltd., Bhubaneswar About the channel:   The first and foremost web channel of Odisha, since 29 December 2012. It has 56 categories of exclusive well-edited videos. It has completed its 1000 th count of video clip at its online video library. Most of its delicate videos are on Worlds popular video-site YouTube:- http://www.youtube.com/user/odishalive LiveOdishaTV http://www.liveodishatv.com/ Editor-in-Chief: Nihar Ranjan Parihari Company: Live Odisha TV Pvt. Ltd., Bhubaneswar About the Channel: The second web channel of Odisha, since 12 August 2013. It is fighting to survive. NewsFast TV http://newsfast.tv/ Editor-in-Chief: Amjad Badshah Company: yet to be registered, Location: Jharsuguda About the Channel: The third web channel of Odisha, and first one in Western Odisha since 1 November 2013. It is in growing stage. MetroTV Bureau http://www

ଭୁବନେଶ୍ୱର-କଟକ ମେଟ୍ରୋ ରେଳର ଇନ୍ଦ୍ରଜାଲ!

ପ୍ରତିଛବି
୨୦୧୪ ଅଗଷ୍ଟ ୨୨ ତାରିଖରେ ଓଡ଼ିଶା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଯାହାକୁ ଗଣମାଧ୍ୟମ ଖୁସି ଖବର ବୋଲି ବର୍ଣନା କରିଛି। ତାହା ହେଉଛି କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ। ସେହି ପରିପ୍ରେକ୍ଷୀରେ ଆମ୍ଭେ ଜନସାଧାରଣଙ୍କୁ କିଛି ସୂଚନା ଦେବା ସହ ସତର୍କ କରାଇ ଦେବାକୁ ଇଚ୍ଛା କରିଛୁ... ଓଡ଼ିଶା ଗଣମାଧ୍ୟମ ଏବେ ଅତୀତକୁ ରୋମନ୍ଥନ କରିବାରେ ବ୍ୟସ୍ତ ଥିବା ବେଳେ ଭବିଷ୍ୟତକୁ ଆଦୌ ଦେଖୁୁ ନାହିଁ । ଏଣେ ଗୋଟିଏ ଦକ୍ଷିଣୀ କମ୍ପାନୀ ସହ ବୁଝାମଣା ସ୍ଵାକ୍ଷରିତ ହୋଇଛି ଏବଂ ସେହି କମ୍ପାନୀର ଅଭିଜ୍ଞତା କ'ଣ କାହାକୁ ଜଣା ନାହିଁ । ତେବେ ଡିପିଆର୍ ବା ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରି ସେହି କମ୍ପାନୀ ଅଢ଼େଇ କୋଟି ଟଙ୍କା ପ୍ରଥମେ ନେଇଯିବ । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଡିପିଆର ନହେଉଣୁ ଆକଳନ ୨୨୫୦କୋଟି ବୋଲି ଘୋଷଣା ସରିଯାଇଛି । ଅର୍ଥାତ୍ ଆମ ଦେଶର ବଜେଟିଂ ଢଙ୍ଗ ଅନୁସାରେ ଏହି ଆକଳନ ରାଶି ବଢ଼ିବ । ଏହା କେବେ କ୍ୟାବିନେଟ ମଂଜୁରୀ ପାଇଲା କିଏ ଜାଣିଛନ୍ତି କି? ପୁଣି ମାତ୍ର ୩୦ କିଲୋମିଟର ରେଳପଥ ପାଇଁ ଏତେ ପରିମାଣରେ ଟଙ୍କା ବ୍ୟୟ ହେବ ! ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବ ପାଣ୍ଡିଆନଙ୍କ ନିର୍ଦେଶରେ କାମ ନକରିବାକୁ ଯୁଗଳ ବାବୁ ଓଡ଼ିଶା ଛାଡ଼ି ସାରିଛନ୍ତି । ଏବେ ଦେଖିବାକୁ ରହିଲା, ପତି ବାବୁ ଏଡ଼ଜଷ୍ଟ କରିବେ କି କିଛି ଅନ୍ୟ ବାଟ ଧରିବେ? ସବୁ ଚଳୁ ହୋଇସାରିଲା ପରେ ଓଡ଼ିଶା ଗଣମା

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଭାରତବାସୀ (କ)

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯେତିକି ବ୍ୟସ୍ତ, ତାହାଠୁ ବେଶି ବ୍ୟସ୍ତ ଏବେର କେନ୍ଦ୍ର ସରକାର । ଏଣେ ପ୍ରତି ବର୍ଷର କେନ୍ଦ୍ର ବଜେଟରେ ଏଥିପାଇଁ କେତେ କ'ଣ ବ୍ୟବସ୍ଥା କରାଯାଉଛି । ଅସଲ କଥା ଦେଶର ସବୁ ଲୋକ କିଭଳି ଦେଶର ଟଙ୍କା ଦେଣନେଣ ସହିତ ସାମିଲ ହେବେ । ଏହି କଥାଗୁଡ଼ିକ ଗ୍ରାମୀଣ ଜନତାଙ୍କ ପାଇଁ କୌଣସି ଅର୍ଥ ପ୍ରକାଶ କରୁନାହିଁ । ଏବେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ (Financial Inclusion) ପ୍ରସଙ୍ଗକୁ ମଫସଲ ପଟୁ ଆରମ୍ଭ କରିବା । ମଫସଲରେ ବା ପାହାଡିଆ ଆଦିବାସୀ ଇଲାକାରେ ଏବେ ଅନେକ ସାହୁକାର ଅଛନ୍ତି, ଯେଉଁମାନେ ଟଙ୍କାକୁ କରଜ ଲଗାଇ ଟଙ୍କାଟିଏ ବି ବ୍ୟାଙ୍କ୍ରେ ରଖୁନାହାନ୍ତି । ଅଥଚ ସେହି ସାହୁକାରମାନେ ବ୍ୟାଙ୍କ ଅପେକ୍ଷା ସୁନାରି ସହ ବେଶି ଘନିଷ୍ଠ ହୋଇ ନିଜ ଘରେ ସୁନା ଠୁଳାଉଛନ୍ତି । ତାହା ଦ୍ୱାରା ସେମାନେ ଅଧିକରୁ ଅଧିକ ଧନଶାଳୀ ହେଉଛନ୍ତି ଏବଂ ଜମିଦାର ବନୁଛନ୍ତି । ଜମି କିଣାବିକା ଉପରେ ଯେତେ କଟକଣା କଲେ ବି ସେମାନେ ଆଇନର ଗଳିବାଟର ଭରପୂର ଫାଇଦା ଉଠାଉଛନ୍ତି । କେବଳ ଗୃହଋଣ ଭଳି କିଛି ସରକାରୀ ସୁବିଧାସୁଯୋଗ ହାତେଇବାକୁ ପାଖ ବ୍ୟାଙ୍କରେ କିଛି ଟଙ୍କା ଜମା ରଖୁଛନ୍ତି । ସାହୁକାରମାନଙ୍କ ଉପରେ ନିର୍ଭରଶୀଳ ସ୍ଥାନୀୟ ଗରିବ ବ୍ୟାଙ୍କରେ ଆକାଉଁଟ୍ ଖୋଲିବାକୁ ଭାବୁ ନାହାନ୍ତି । କାରଣ ସେମାନଙ୍କ ପାଖରେ ବଳକା ଧନ ରହିବାର ସବୁ ବାଟ ବନ୍ଦ ହୋଇସାରିଛି । କେବ

ବାଳୁତ ବି ଖୋଲି ପାରିବେ ବ୍ୟାଙ୍କ୍ ଆକାଉଁଟ

୧୦ ରୁ ୧୮ ବର୍ଷ ବୟସର କୌଣସି କିଶୋର ବା କିଶୋରୀ ଯିଏକି ସଦାବେଳେ ସମାନ ପ୍ରକାର ଦସ୍ତଖତ କରିପାରୁଥିବ, ସେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ନିଜ ନାମରେ ସେଭିଂସ୍ ଆକାଉଁଟ ଖୋଲି ପାରିବ । ଏହି ସୁବିଧାର ନାମ ରହିଛି - ପେହଲୀ ଉଡ଼ାନ୍ । ସେହି ଭଳି ପେହଲା କଦମ୍ ଅଧୀନରେ ଯେକୌଣସି ବୟସର ଜଣେ ଶିଶୁ ନିଜ ମାଆବାପା ବା ଅଭିଭାବକଙ୍କ ସହିତ ଯୌଥ ଭାବରେ ଆକାଉଁଟ ଖୋଲିପାରିବେ । ଏହି ସୁବିଧାଦ୍ୱୟ ଅଧୀନରେ ସ୍ବତନ୍ତ୍ର ପ୍ରକାର ରଙ୍ଗରଙ୍ଗିଆ ପାସବୁକ୍ ଓ ଚେକବୁକ୍ ମିଳିବ । ସେହିଭଳି ପ୍ରତ୍ୟେକ ଆକାଉଁଟଧାରୀ ବ୍ୟକ୍ତିଗତ ଫଟୋ ଲାଗିଥିବା ଏଟିଏମ୍-ତଥା-ଡେବିଟ୍ କାର୍ଡ଼ ପାଇବେ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତିନି ମାସ ତଳେ ଜାରି କରିଥିବା ନୂଆ ମାର୍ଗଦର୍ଶିକା ଆଧାରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ୫ ସେପଟେମ୍ବର ୨୦୧୪ ଶିକ୍ଷକଦିବସ ଅବସରରେ ଏହି ସୁବିଧାର ଶୁଭାରମ୍ଭ କରିଛି । ଶିଶୁମାନେ ନିଜନିଜର ଏଭଳି ଆକାଉଁଟ ମାଧ୍ୟମରେ ଇଂଟରନେଟ୍ ବ୍ୟାଙ୍କିଙ୍ଗ୍ କରିପାରିବା ସମେତ ଦୈନିକ ୫ହଜାର ଟଙ୍କା ମଧ୍ୟରେ ସୀମିତ ଦେଣନେଣ କରିପାରିବେ - ଯେମିତିକି ବିଲ୍ ପୈଠ, ସ୍ଥାୟୀଜମାଖାତା, ରିକରିଂ ଜମାଖାତା ଖୋଲିପାରିବେ । ଏପରିକି ମୋବାଇଲ ବ୍ୟାଙ୍କିଙ୍ଗ୍ ଜରିଆରେ ବିଲ୍ ପୈଠ, ଟପ୍ ଅପ୍ ଇଦ୍ୟାଦି ଦୈନିକ ସର୍ବାଧିକ ୨ହଜାର ଟଙ୍କାର ଦେଣନେଣ କରିପାରିବେ । ଏହି ଉତ୍ପାଦଗୁଡ଼ିକର ଶୁଭାରମ୍ଭ ଅବସରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର