ଓଡ଼ିଆରେ ଜିମେଲ୍ ଭାରୀ ସହଜ

କେତେ ବର୍ଷ ଆଗରୁ ଏଭଳି ସୁବିଧା ଉପଲବ୍ଧ ହେଉଅଛି । କିନ୍ତୁ ପ୍ରଚାର ଓ ପ୍ରସାର ଅଭାବରୁ ସର୍ବସାଧାରଣଙ୍କ ପାଖରେ ପହଁଚି ପାରି ନାହିଁ । ପ୍ରଚାର କରିବାର କଷ୍ଟଟି ଆମ୍ଭେ ଏ ରାଜ୍ୟ ପାଇଁ, ଓଡ଼ିଆ ଲେଖିପଢ଼ି ଜାଣିଥିବା ମଣିଷମାନଙ୍କ ପାଇଁ କରୁଅଛୁ ।
ଏବେ ତଳଲିଖିତ ସୋପାନଗୁଡ଼ିକ ଉପରେ ନଜର ଦିଅନ୍ତୁ:-
  1. ଆପଣଙ୍କ କମ୍ପ୍ୟୁଟରରେ ଯଦି ଏବେ ବି Windows XP ଅପରେଟିଂ ସିଷ୍ଟମ୍(ଓଏସ୍) ଅଛି, ତେବେ ଆପଣଙ୍କ ବ୍ରାଉଜର ସଦ୍ୟତମ Google Chrome ଅଥବା Mozila Firefox ହୋଇଥିବା ଆବଶ୍ୟକ। ଏହା ସହ କମ୍ପ୍ୟୁଟରରେ Kalinga Font ରହିଥିବା ଆବଶ୍ୟକ । ମନେ ରଖନ୍ତୁ, ସେହି କମ୍ପ୍ୟୁଟରରେ ଓଡ଼ିଆ କାମ ପାଇଁ କେବେ ବି Internet Explorer ଖୋଲିବେ ନାହିଁ। 
  2. ନଚେତ୍ Windows7 OS ହୋଇଥିବ ଅଥବା Mac OS, Linux OS ବା Ubuntu OS ହୋଇଥିଲେ ସବୁଠୁ ଭଲ ।
  3. ନିଜର Gmail ଖୋଲନ୍ତୁ । ଜିମେଲ୍ ପରଦାର ଡାହାଣ ପଟେ ତାରକା ଚିହ୍ନ ଉପରକୁ ମାଉସ୍ କର୍ସର ନିଅନ୍ତୁ । ସେଠାରେ Settings ଉପରେ କ୍ଲିକ୍ କରନ୍ତୁ । ପୁଣି ସେହି ଡ୍ରପ୍ ଡାଉନ୍ ମେନୁର Settings ଉପରେ କ୍ଲିକ୍ କରନ୍ତୁ। ଏବେ ଖୋଲିଯାଇଥିବ Settingsର ପୂରା ଖଜାନା ।
  4. ସେହି ତାଲିକାର ସବା ଉପର ରକମଟି ହେଉଛି Language । ତାହା ଅଧୀନରେ ଥିବା Enable Input Tools ପୂର୍ବରୁ ଯେଉଁ ଚେକ୍ ବକ୍ସ ଅଛି, ତାହାକୁ  କ୍ଲିକ୍ କଲେ ସେଠାରେ ଟିକ୍ ଚିହ୍ନ ପଡ଼ିଯିବ ।
  5. ଏବେ ସେହି ଇନପୁଟ୍ ଟୁଲସ୍ ଡାହାଣକୁ ଥିବା Edit Tools ହାଇପର ଟେକ୍ସଟ ଉପରେ କ୍ଲିକ୍ କରନ୍ତୁ । ଏବେ ଏକ ବିସ୍ତୃତ ତାଲିକା ଖୋଲିଯାଇଥିବ । ଉପରେ ଇନପୁଟ୍ ଟୁଲସ୍ Off ଥିଲେ ତାହାକୁ ON କରନ୍ତୁ ।
  6. ସେହି ତାଲିକାର ବାମପାଖ ସ୍ତମ୍ଭରୁ ଓଡ଼ିଆ (Inscript), ଓଡ଼ିଆ (Phonetic) ଇତ୍ୟାଦି ୪ ପ୍ରକାର ଓଡ଼ିଆ ଟୁଲ୍ ସନ୍ଧାନ କରନ୍ତୁ । ତାହା ଉପରେ ମାଉସ୍ କ୍ଲିକ୍ କରିସାରି ଦୁଇ ସ୍ତମ୍ଭ ମଝିରେ ଥିବା ଡାହାଣ ମୁହାଁ ତୀରଚିହ୍ନକୁ ଥରଟେ କ୍ଲିକ୍ କରି ଦିଅନ୍ତୁ । ଏହିପରି ଭାବରେ ୪ଟି ଯାକ ଓଡ଼ିଆ ଟୁଲ୍ ଯେପରି ଡାହାଣ ପଟ ସ୍ତମ୍ଭକୁ ଚାଲି ଆସିବ, ତାହା ସୁନିଶ୍ଚିତ କରନ୍ତୁ । ତାହା ପରେ ସେହି ସମଗ୍ର ତାଲିକାର ‘ଓକେ’ ଉପରେ କ୍ଲିକ୍ କରିଦିଅନ୍ତୁ ।
  7. ତାହା ପରେ ସ୍କ୍ରୋଲ୍ କରି କରି ସେଟିଙ୍ଗସ୍ ପୃଷ୍ଠାର ସବା ତଳେ ଥିବା Save Changes ଉପରେ କ୍ଲିକ୍ କରନ୍ତୁ । ଏବେ ସେହି ପୃଷ୍ଠାଟି ବନ୍ଦ ହୋଇ ଯିବ ।
  8. ହଁ, ସେହି Save Changes ଟାବ୍‌ ଉପରେ ଦେଖିବେ, Use Unicode (UTF-8) encoding for outgoing messagesର ବାମପଟ ଗୋଲ୍‌ ଘର ଭିତରେ କଳାଟୋପା ରହିଥିବ। ଅର୍ଥାତ୍‌ ତାହା ଚୟନିତ ହୋଇଛି। ଫଳରେ ଆପଣ ପଠାଉଥିବା ଭାରତୀୟ ଭାଷାର ବାର୍ତାଗୁଡ଼ିକୁ ପ୍ରାପକମାନେ ସହଜରେ ପଢ଼ିପାରିବେ। 
  9. ଏଣିକି ସେହି ଜିମେଲ୍ ଡାହାଣ ପଟ Settings ବୋତାମ ବାମ ପାଖରେ କିବୋର୍ଡ଼ ଭଳି ଏକ ଚିତ୍ର ଦେଖାଯିବ । ତାହାର ପାଖରେ ଯେଉଁ ତଳମୁହାଁ ବୋତାମ ଅଛି ତାହାକୁ କ୍ଲିକ୍ କଲେ, ଆପଣ ଯୋଡ଼ିଥିବା ଟୁଲ୍ ଗୁଡ଼ିକ ଦେଖାଯିବ । ଆପଣ ଇନସ୍କ୍ରିପ୍ଟ ବା ଫୋନେଟିକ୍ କିବୋର୍ଡ଼ ଚୟନ କରନ୍ତୁ । ଯେଉଁମାନେ ଇନସ୍କ୍ରିପ୍ଟ କିବୋର୍ଡ଼ ଲେଆଉଟରେ ଟାଇପିଂ ଜାଣିଛନ୍ତି, ସେମାନେ ପ୍ରକୃତରେ ଭାରତୀୟ ଭାଷାରେ ଅନ୍-ଲାଇନ୍ ଲିଖନରେ ପୂରାପୂରି ରାଜା ।
  10. ଏବେ ଇମେଲ ଟାଇପ୍ କରିବା ସ୍ଥାନରେ ବା Gmailର କୌଣସି ସ୍ଥାନରେ  ଟାଇପ୍ କଲେ, କେବଳ ଓଡ଼ିଆ ହିଁ ବାହାରିବ । (ଫୋନେଟିକ୍ କିବୋର୍ଡ଼ ଲେଆଉଟ୍ ହୋଇଥିଲେ, ପ୍ରଥମେ ଇଂଲିଶ୍ ଅକ୍ଷର ଦିଶିବ, ଟାଇପ୍ କରି ସାରି ସ୍ପେଶ୍ ଦେଲେ, ତାହା ଓଡ଼ିଆ ହୋଇଯିବ ।
  11. ଆଉ ଏକ କିବୋର୍ଡ଼ ହେଲା  Predictive Keyboard । ଏହା ମଧ୍ୟ ଏକ ପ୍ରକାର ଫୋନେଟିକ୍ ଟାଇପିଂ ଟୁଲ୍। ଅାପଣଙ୍କର ଯଦି ଓଡ଼ିଅା ଶବ୍ଦକୁ ଇଂଲିଶ ଅକ୍ଷରରେ ଟାଇପ୍ କରି ପାରିବାର ସରଳ ଦକ୍ଷତା ରହିଛି, ତେବେ ଏହି ଉପାୟଟି ବେଶ୍ ବଢ଼ିଅା ହେବ, ଅାପଣଙ୍କ ପାଇଁ। ଏହି ଟୁଲ୍ ଚୟନ କରି ଟାଇପ୍ କରନ୍ତୁ ଏବଂ ସେ ବତାଉଥିବା ପ୍ରକାରେ ନିଜର ଶବ୍ଦ ଉପରେ ମାଉସ୍ କ୍ଲିକ୍ କରନ୍ତୁ। ଯଦି ମାଉସ୍ ଜରିଅାରେ ନବାଛିବେ, ତେବେ ୧ ନମ୍ବରରେ ଥିବା ଶବ୍ଦଟି, ଆପଣ ସ୍ପେସ୍ ବାର୍ ଚାପିଲା ପରେ ଇମେଲ୍‌ ପୃଷ୍ଠାରେ ଅାପେଅାପେ ଅାସିଯିବ। ଏହି ପରି ଭାବରେ ଆପଣ ନିଜର ଲେଖା ସଂପୂର୍ଣ କରିପାରିବେ ।
  12. ଅନ୍ୟ ପକ୍ଷରେ ତୂଳୀ ବା ପେନସିଲ ଭଳି ଦିଶୁଥିବା ‘ଓଡ଼ିଆ’ ଟୁଲ୍ ହେଉଛି Optical Character Recognition (OCR) ଟୁଲ୍ । ଆପଣ ଯଦି ବୟୋଜ୍ୟେଷ୍ଠ ଲୋକ ହୋଇଥିବେ ଏବଂ ଟାଇପ୍ ଫାଇପ୍ କିଛି କରିପାରୁ ନଥିବେ, ତେବେ ହୁଏତ କଲମରେ ଲେଖିପାରିବେ । ଆଉ ସେହି କଲମରେ ଲେଖିବା ପାଇଁ ଏକ ପ୍ରକାର ଡିଭାଇସ୍ କିଣି USB ବା BUS ପୋର୍ଟ ରେ ଲଗାଇବାକୁ ପଡ଼ିବ ଏବଂ ସେହି କଲମରେ ଗୋଲ ଗୋଲ କରି ଲେଖିଦେଲେ, ତାହା ଆପଣଙ୍କ ସାମ୍ନାରେ ଓଡ଼ିଆର ବହି ଅକ୍ଷର ଭଳି ଦେଖାଇବ । ତାହା ପରେ ଆପଣ ସଠିକ୍ ଶବ୍ଦକୁ ବାଛିଲେ ତାହା ଇମେଲ ଫର୍ଦରେ ସଂଚିତ ହେବ ଏବଂ ଏହିଭଳି ଭାବେ ଓଡ଼ିଆ ବାକ୍ୟ ଗଠନ ହୋଇପାରିବ ।

ଓଡ଼ିଆରେ ଇମେଲ ବା ବ୍ଲଗ୍ ଇତ୍ୟାଦି ଆପଣ ଏବେ ସୁରୁଖୁରୁରେ ଲେଖି ପାରିବେ। 

ଅସୁବିଧା ଅନୁଭବ କଲେ, ସିଧା ଫୋନ୍ କରନ୍ତୁ - ୯୯୩୭୩୫୩୨୯୩ (ବିମଳପ୍ରସାଦ)

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA