ପୋଷ୍ଟ ସମୂହ

Showing posts from ଅପ୍ରେଲ, 2015

Fix a National Flag on Roof Top

ପ୍ରତିଛବି
Any citizen of Bharat can fix a national flag on his/her building throughout the year. Since the year 2002, the new flag code suggests let the national flag flying in its full glory. Flag Code of Bharat says in Part II and 2.1 of Section I that There shall be no restriction on the display of the National Flag by members of general public, private organizations, educational institutions, etc.,..... But our flag should not be insulted in any form. And there are  dimensions in mm  of the flag sizes, the sizes follows as perthe code:  6300 X 4200; 3600 X 2400; 2700 X 1800; 1800 X 1200; 1350X 900; 900 X 600; 450 X 300; 225 X 150; 150 X 100. SECTION III of FlagCode says about  CORRECT DISPLAY: 3.5 - Wherever theFlag is flown, it should occupy the position of honour and be distinctly placed. 3.6 - Where thepractice is to  fly the Flag on any public building, it shall be flown on that building on all daysincluding Sundays and holidays  and............ it shall be flown f

TELECOM & OUR DAILY LIFE

(1) Telecom is an essential part of our life style. In other sense, our Mobile Phone number should be our Id. But UPA-2 government could not fulfill its commitment to make a roaming-free nation. Mr Kapil Sibal, minister has broken his own promises thrice. (2) IEC (Information, Education, Communication) is important for a human-being. The govt has offered Right to Information, and Right to Education; but we are yet striving for Right to Communication. (3) TRAI(Telecom Regulatory Authority of India) and BIS(Bureau of Indian Standards) are sleeping. Because the cellphone and its accessories are not yet standardized in India. Every manufacturer has their own battery, design, charger, connectivity logic, jack types etc. (4) When 3G or 4G technology is booming across the globe. India is still promoting 2G handset manufacturers and 2G technology. 2G handset manufacturing should be stopped and only 3G and high end handsets allowed in India to be manufactured and sell. (5) Odi

ଇ-ମୂଲ୍ୟାଙ୍କନର ଭିତିରି କଥା

ପ୍ରତିଛବି
ଗତ କିଛି ବର୍ଷ ଧରି +୨ କଳା, ବାଣିଜ୍ୟ, ବିଜ୍ଞାନର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ଝୁଣ୍ଟିବା ପରେ ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ ଚଳିତ ବର୍ଷ ୨୦୧୫ ମସିହାରେ କେବଳ +୨ ବିଜ୍ଞାନ ଶ୍ରେଣୀର କିଛି ଗୁରୁତ୍ୱପୂର୍ଣ ବିଷୟର ପରୀକ୍ଷା ଖାତାର ଇ-ମୂଲ୍ୟାଙ୍କନ (e-Valuation) (ଏହି ଶବ୍ଦକୁ ଓଡ଼ିଆ ଗଣମାଧ୍ୟମ ଭୁଲ୍ କ୍ରମେ ଇ-ମୂଲ୍ୟାୟନ ବୋଲି କହୁଛି/ଲେଖୁଛି) କରିବାକୁ ନିଷ୍ପତ୍ତି ନେଇଛି । ଏହା ଏକ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ପଦକ୍ଷେପ । ହେଲେ ଏହା ପଛରେ ଆହ୍ୱାନ କ’ଣ ଓ ସମସ୍ୟା କ’ଣ ତାହା ଉପରେ କିଛି ଗୁମର ତଳ ବିନ୍ଦୁଗୁଡ଼ିକରେ କୁହାଯାଇଛି:- ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ( ସି.ଏଚ୍.ଏସ୍.ଇ .) ବାରମ୍ବାର ନିନ୍ଦିତ ହେବା ପରେ ଏକ ସ୍ୱଚ୍ଛତା ସମ୍ପନ୍ନ ବ୍ୟବସ୍ଥା କାର୍ଯ୍ୟକାରୀ କରୁଥିଲେ ସୁଦ୍ଧା ଓଡ଼ିଶାର ଅଧ୍ୟାପକମାନେ କଂପ୍ୟୁଟର ପ୍ରୟୋଗ ଜାଣିବାକୁ ଚାହୁ ନଥିବାରୁ ସମସ୍ୟା ଉପୁଜିଛି । ଏହି ବ୍ୟବସ୍ଥାକୁ ସହଯୋଗ ନକରିବାକୁ ପରିଷଦର କିରାଣୀମାନେ ମଧ୍ୟ ବିରୋଧ କରିଥିଲେ । କାରଣ ପ୍ରତିବର୍ଷ ଫଳ ସ୍ଥଗିତ ରହିବା, ମାର୍କ କମ୍ ରହିବା ବା ମେଧାବୀ ବିଦ୍ୟାର୍ଥୀ ଫେଲ୍ ହୋଇଯିବା ଭଳି ମାମଲାରେ କିରାଣୀ, ଚପରାଶି ଓ ସଂଲଗ୍ନ ଦଲାଲ ଗୋଷ୍ଠୀଙ୍କର କୋଟି କୋଟି ଟଙ୍କାର କାରବାର ହୁଏ । ଏଭଳି ଇ-ମୂଲ୍ୟାଙ୍କନ ହେଲେ ସେହି କଳାବେପାରରେ ଆଂଚ ଆସିବ । ଅନ୍ୟ ପକ୍ଷରେ ଖାତାଦେଖାଳି ଅଧ୍ୟାପକମାନେ ହାତ ଚିକ୍କଣ କରୁ

କେଉଁଠି ଅଟକିଛି ଇ-ଗଭର୍ନାନ୍‌ସ୍‌

ପ୍ରତିଛବି
କାଗଜ-ବିହୀନ କାର୍ଯ୍ୟାଳୟ କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତ ୨୦ ବର୍ଷ ଧରି କେନ୍ଦ୍ର ସରକାର ବଜେଟରେ ହଜାର ହଜାର କୋଟି ଟଙ୍କାର ବ୍ୟୟବରାଦ କରି ସୁଦ୍ଧା ଦେଶରେ କାଗଜବିହୀନ କାର୍ଯ୍ୟାଳୟ ସମ୍ଭବ ହୋଇ ପାରି ନାହିଁ । ବରଂ କାଗଜ ଖଣ୍ଡେ ପାଇଁ ଅଥବା କାଗଜ ଖଣ୍ଡେ ଧରି ନାଗରିକମାନେ ରୋଜ୍ ଧାଉଁଛନ୍ତି ସରକାରୀ କାର୍ଯ୍ୟାଳୟକୁ । ବିଭିନ୍ନ କାମ ପାଇଁ ଲୋକେ ଯେତେ ମାତ୍ରାରେ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବେ, ସରକାରୀ ହାକିମହୁକୁମାଙ୍କ ପକେଟ୍ ସେତିକି ଗରମ ହେବ । ଅର୍ଥାତ୍ ଦୁର୍ନୀତି ବଢ଼ିବ । ଆଉ କାହିଁକି ଏପରି ଚାଲିଛି ତାହାର କିଛି ଗୁରୁତ୍ୱପୂର୍ଣ କାରଣ ଦର୍ଶାଇଛୁ ଏଠାରେ :- କାଗଜବିହୀନ କାର୍ଯ୍ୟାଳୟ ଅର୍ଥ, e-Governance   ବା ଇ-ଶାସନ ; ଯାହାକୁ କୁହାଯାଉଛି ଇଂଟରନେଟ୍ ଆଧାରିତ ଶାସନ । ଅର୍ଥାତ୍ ଲୋକମାନେ ନିଜ ଘରେ ବସି ସରକାରୀ କାର୍ଯ୍ୟାଳୟ ବା ସରକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ ଏବଂ ବିଭିନ୍ନ ସେବା, ସୁବିଧା ପାଇ ପାରିବେ । କିନ୍ତୁ ଇ-ଶାସନ ସଂପୂର୍ଣ ହୋଇ ନଥିବାରୁ ଏହା ସମ୍ଭବ ହୋଇ ପାରୁ ନାହିଁ । ସଫଳ ଇ-ଶାସନର ଦୁଇଟି ଉଦାହରଣ ଦେଲେ ପାଠକେ ଠିକ୍ ବୁଝିବେ । ରାଜ୍ୟରେ ଜମିବାଡ଼ିର ମାଲିକାନା ଓ ପଟ୍ଟା ସବୁର ତଥ୍ୟ ଇଂଟରନେଟରେ ପାଇ ହେଉଛି । ସେହି ଆପ୍ଲିକେସନକୁ କୁହାଯାଉଛି ଭୂଲେଖ   । ସେହିଭଳି କଲେଜରେ ନାମଲେଖାଇବା ପାଇଁ ଆଉ କାଗଜ ଫର୍ମ ପକାଇ ଭାଗ୍ୟକୁ ଆଦରି ଡାକବାଲାକୁ ଜ

ମନିଅର୍ଡ଼ର ସେବାର ମରଣ

ପ୍ରତିଛବି
ଟେଲିଗ୍ରାମ୍ ସେବା ବଂଦ ହେବାର ୧୮ ମାସ ପରେ କେନ୍ଦ୍ର ସରକାର ପାରଂପରିକ ମନିଅର୍ଡ଼ର ସେବାକୁ ବଂଦ କରିଛନ୍ତି। ଅବଶ୍ୟ ଇ-ମନିଅର୍ଡ଼ର ଓ ଆଇ-ମନିଅର୍ଡ଼ର(ଇନଷ୍ଟାଂଟ ମନିଅର୍ଡ଼ର) ସେବା ଜାରି ରହିଛି । ଇତିହାସର ପୃଷ୍ଠା ସାଉଁଟିଲେ ଜଣାପଡ଼େ ଯେ ୧୮୮୦ ମସିହା ସୁଦ୍ଧା ଟ୍ରେଜେରି ବିଭାଗ ଅଧୀନରେ ଥିଲା ମନିଅର୍ଡ଼ର ସେବା । ୧୮୮୦ ମସିହା ଠାରୁ ୨୦୧୫ ଏପ୍ରିଲ ୬ ତାରିଖ ସୁଦ୍ଧା ଏହାକୁ ଡାକ ଓ ଟେଲିଗ୍ରାଫ୍ ବିଭାଗ ଚଳାଉଥିଲା । ତେବେ ୨୦୦୮ ମସିହା ଅକ୍ଟୋବରରୁ ଇଲେକ୍ଟ୍ରୋନିକ୍ ମନିଅର୍ଡ଼ର ପ୍ରଚଳନ ହେବା ପରେ ୧୩୫ ବର୍ଷର ପାରଂପରିକ ମନିଅର୍ଡ଼ର ସେବା କୁ ବଂଦ କରିଦେବା କଥା ଉଠିଥିଲା । ଶେଷରେ ସରକାର ଆନୁଷ୍ଠାନିକ ଭାବେ ଏହାକୁ ବଂଦ କରିଦେଇଛନ୍ତି । ଆଇ.ଏମ୍.ଓ. ଅଧୀନରେ ୧୦୦୦ ଟଙ୍କାରୁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ପଠାଯାଇ ପାରିବା ସହ ୩୩ଟି ମାନକ ବାର୍ତା ପଠାଇବାର ବ୍ୟବସ୍ଥା ଅଛି । ଏପରିକି ପ୍ରାପକଙ୍କ ସଂଚୟଖାତାରେ ମଧ୍ୟ ସେହି ଟଙ୍କାକୁ ଜମା କରି ଦେଇ ହେଉଛି । ସେହିଭଳି ଇ-ଏମ୍.ଓ. ଅଧୀନରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ସହଜରେ ଦିନକ ମଧ୍ୟରେ ପଠାଯାଇ ପାରୁଛି । ଏହା ସହ ୨୧ଟି ମାନକ ବାର୍ତା ପ୍ରେରଣର ମଧ୍ୟ ସୁବିଧା ରହିଛି ।   ତେବେ ଏତେ ସବୁ ସୁବିଧା ବାହାରେ ମଣିଷ ନିଜେ ତାହାର ସୁବିଧା ପାଇ ଯାଇଛି, ଯେବେଠୁ ଇଂଟରନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ଜାରି ହେଲାଣି । ଦୁଇଟି ବା ତତୋଧିକ ବ୍ୟାଙ୍କ୍ ଆକାଉଁଟ୍ ଥିବାରୁ ଅନେକ ନାଗରି

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାନେଲ୍

ପ୍ରତିଛବି
ଆଜି (୬ ଏପ୍ରିଲ୍‌ ୨୦୧୫) ଠାରୁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାନେଲ ରୂପେ ‘ଅଳଙ୍କାର’ ଆତ୍ମପ୍ରକାଶ କରିଛି । ବଂଶୀଧର ପଣ୍ଡା ମିଡ଼ିଆ ପରିବାରର ପଞ୍ଚମ ଚ୍ୟାନେଲ୍ ଭାବରେ ଏହା ସାଟେଲାଇଟ୍ ଚ୍ୟାନେଲ ତାଲିକାରେ ସାମିଲ ହୋଇଛି । ଏବେ ଓଡ଼ିଆ ଚ୍ୟାନେଲ୍ ସଂଖ୍ୟା ୧୬ରେ ପହଁଚିଛି; ଯଥା: ୧.ଦୂରଦର୍ଶନ(ଓଡ଼ିଆ), ୨.କଲର୍ସ(ଓଡ଼ିଆ)[ଯାହାକି ଆଗରୁ ‘ଇଟିଭି-ଓଡ଼ିଆ’ ଥିଲା], ୩.ଓଟିଭି, ୪.ନକ୍ଷତ୍ର ନ୍ୟୁଜ୍, ୫.କାମ୍ୟାବ୍, ୬.ତରଙ୍ଗ, ୭.କନକ ଟିଭି, ୮.ଏମ୍.ବି.ସି. ଟିଭି, ୯.ତରଙ୍ଗ ମ୍ୟୁଜିକ୍, ୧୦.ପ୍ରାର୍ଥନା, ୧୧.ସାର୍ଥକ ଟିଭି, ୧୨.ମୁଁ ଓଡ଼ିଆ, ୧୩.ଜି କଳିଙ୍ଗ, ୧୪.ଫୋକସ୍ ଓଡ଼ିଶା, ୧୫. ପ୍ରମେୟ ନ୍ୟୁଜ୍୭, ୧୬.ଅଳଙ୍କାର । ଅଳଙ୍କାର ଚ୍ୟାନେଲ୍ କେବଳ ଚଳଚ୍ଚିତ୍ର ପ୍ରଦର୍ଶନ କରିବ । ତେଣୁ ଏହା ଓଡ଼ିଆରେ ପ୍ରଥମ ଚଳଚ୍ଚିତ୍ର ଚ୍ୟାନେଲ । ସେହି ଭଳି ଏହି ଗ୍ରୁପ୍ ର ‘ତରଙ୍ଗ’ ହେଉଛି ପ୍ରଥମ ୨୪-ଘଂଟିଆ ମନୋରଂଜନ ଚ୍ୟାନେଲ୍, ପ୍ରାର୍ଥନା ପ୍ରଥମ ଧାର୍ମିକ ଚ୍ୟାନେଲ । ସେହି ଭଳି ତରଙ୍ଗ ମ୍ୟୁଜିକ୍ ପ୍ରଥମ ସଂଗୀତ ଚ୍ୟାନେଲ୍ ଭାବରେ ଓଡ଼ିଆ ଦର୍ଶକମାନଙ୍କ ପାଇଁ ବଂଶୀଧର ପଣ୍ଡା ମିଡ଼ିଆ ପରିବାରର ଏକ ଅଭିନବ ଅବଦାନ । ପରବର୍ତୀ ସମୟରେ ମୁଁ ଓଡ଼ିଆ ଆତ୍ମପ୍ରକାଶ କରିଥିଲା ଦ୍ଵିତୀୟ ସଂଗୀତ ଚ୍ୟାନେଲ୍‌ ଭାବରେ ୨୦୧୪ରେ ଏମ୍‌.ବି.ସି. ଟିଭି କମ୍ପାନୀରୁ। ଅଳଙ୍କାର ଚ୍ୟାନେଲ୍‌କୁ ସାଟେଲାଇଟ୍‌ରୁ ଡାଉନଲିଙ୍କ୍ କରିବାର ତଥ୍ୟ ହେଲା: Sattelite: I

୧୪ ବର୍ଷର ଜଳକରରେ ୫ଟଙ୍କିଆ ଆହାର

ପ୍ରତିଛବି
କମ୍ପାନୀ ଲୁଟେରାଙ୍କ ଦୟାରେ ସରକାରୀ ଆହାର ଯୋଜନା  ୧୪ବର୍ଷ ଧରି ଜଳକର ନଦେଇ ୧୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟାଇଛନ୍ତି ୧୨୯ଟି କମ୍ପାନୀ ଭୁବନେଶ୍ୱର, ୪ ଏପ୍ରିଲ୍ ୨୦୧୫: ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଶାସନରେ କେବଳ କମ୍ପାନୀମାନଙ୍କର ଲୁଟ୍ତରାଜ ଚାଲିଛି । ସରକାରୀ ପ୍ରୋତ୍ସାହନ ଓ ସହାୟତାରେ କମ୍ପାନୀମାନେ କେବଳ ଖଣିଜ ସମ୍ପଦ ଲୁଟ୍ କରିନାହାନ୍ତି, ବରଂ ରାଜ୍ୟର ଜମି, ପାଣି, ଜଙ୍ଗଲ ସମ୍ପଦକୁ ଲୁଟ୍ କରି ମୁନାଫା ଅର୍ଜନ ସହିତ ଟିକସ ଫାଙ୍କି ରାଜ୍ୟ ରାଜକୋଷର ହଜାର ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟାଇଛନ୍ତି । ସୂଚନା ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୧୨୯ଟି କମ୍ପାନୀ ୨୦୦୦ରୁ ୨୦୧୪ ବର୍ଷ ମଧ୍ୟରେ ୬୦୦୦ କୋଟି ଟଙ୍କାର ଜଳକର ଦେଇନାହାଁନ୍ତି  । ଯଦି ଏହି ଅର୍ଥର ସୁଧ ହିସାବକୁ ନିଆଯାଏ, ତେବେ ରାଜ୍ୟର ଦଶହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିଛି। ପୁଣି ଜଳକର ନଦେଇ ୨୭ଟି କମ୍ପାନୀ ସରକାରଙ୍କ ଜଳକର ବୃଦ୍ଧିକୁ ଚାଲେଞ୍ଜ କରି ଉଚ୍ଚନ୍ୟାୟାଳୟରେ ମକଦ୍ଧମା କରି ରହିତାଦେଶ ଆଣି ମନମୁତାବକ ପାଣି ଅବାଧରେ ବ୍ୟବହାର କରି ଚାଲିଥିଲା ବେଳେ ରାଜ୍ୟ ସରକାର ଏହି ରହିତାଦେଶ ଉଠାଇବା ବିରୁଦ୍ଧରେ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି  । ୧୪ବର୍ଷ ଧରି ଜଳକର ଦେଇନଥବା ପ୍ରମୁଖ କମ୍ପାନୀମାନେ ହେଲେ ଅନୁଗୁଳ ଜିଲ୍ଲାସ୍ଥିତ ଓ.ଏଚ୍.ପି.ସି. ରେଙ୍ଗାଲି ହାଇଡ୍ରୋ ପ୍ରୋଜେକ୍ଟ (୪୨.୭୬ କୋଟି ଟଙ୍କା), କୋରାପୁଟ

ମୁମ୍ବାଇରୁ ମୟୂରଭଂଜ

ପ୍ରତିଛବି
ମୁମ୍ବାଇର ୧୨ ବର୍ଷୀୟା ବାଳିକା ମରିୟମ୍ ସିଦ୍ଦିକି ଇସ୍କନ ଆୟୋଜିତ ଗୀତାଜ୍ଞାନ ଚାମ୍ପିଅନସିପ୍ ଜିଣିବା ଖବର ଯେଭଳି ଭାବେ ସାରା ଦେଶରେ ପ୍ରଚାର ହୋଇଛି, ମୟୂରଭଂଜର ନୁରୁଲ ଇସଲାମଙ୍କ ବାଡ଼ିରେ ଜଗନ୍ନାଥଙ୍କ ନବକଳେବର ଦାରୁକାଠ ସନ୍ଧାନ ହେବା ପରେ ନୁରୁଲଙ୍କ ଆନନ୍ଦମୟ ଚେହେରା ଏବେ ସୁଦ୍ଧା ଆମେ ଦେଖିବାକୁ ପାଇନାହୁଁ । ଗୋଟିଏ ଖବର ବହୁପ୍ରଚାରିତ, ଅନ୍ୟଟି ଉପେକ୍ଷିତ । ଓଡ଼ିଶାରେ ବହୁତ ଖବର ଆଦୌ ଚର୍ଚା ହୁଏ ନାହିଁ। ମହମ୍ମଦ ସିକନ୍ଦର ଆଲାମ ବହୁବର୍ଷ ଧରି ଓଡ଼ିଶାର ପ୍ରଥିତ ଭଜନଗାୟକ ହୋଇ ରହିଥିଲେ। ସେହିଭଳି ମହମ୍ମଦ ଅଜିଜ୍ ଇତି ମଧ୍ୟରେ ଓଡ଼ିଆ ଭଜନ ଗାଇବାରେ ୨୫ ବର୍ଷ ପୂରଣ କରିସାରିଲେଣି । କିନ୍ତୁ ତାଙ୍କ ଭଜନଗାୟନର ରଜତଜୟନ୍ତୀ ପାଳିତ ହୋଇଥିବାର କୌଣସି ଖବର ଆମ୍ଭର ଧ୍ୟାନକୁ ଆସିନାହିଁ। ଓଡ଼ିଶାରେ ଏବେ ବି ଜଗନ୍ନାଥ ଭଜନର ଶ୍ରେଷ୍ଠ ଗୀତିକାର ରୂପେ ବିବେଚିତ ହୁଅନ୍ତି ସାଲ୍ ବେଗ୍ । ଏକଦା ଚର୍ଚାକୁ ଆସିଥିବା ଭଜନଶିଳ୍ପୀ ଭିକାରୀ ମହମ୍ମଦ କହିଥିଲେ ଯେ ତାଙ୍କୁ ଲୋକେ ଚିହ୍ନିବା ପୂର୍ବରୁ ସେ ବଡ଼ଦେଉଳରେ ଠାକୁରଙ୍କର ଏକାଧିକ ଥର ଦର୍ଶନ କରିସାରିଛନ୍ତି । ଭକ୍ତ-ଭଗବାନ ସଂପର୍କରେ ଧର୍ମର ସ୍ଥାନ ନାହିଁ । ଅର୍ଥାତ୍ ଭକ୍ତି ଓ ଧର୍ମବିଶ୍ୱାସ, ଗୋଟିଏ ଡାଳର ଦୁଇଟି ଫୁଲ ନୁହନ୍ତି । ସେ ତ ଜଗନ୍ନାଥ (ପୁରୀ) । ମାନେ ଜଗତର ନାଥ । ତାଙ୍କୁ ହିନ୍ଦୁମାନଙ୍କର ନାଥ ରୂପେ କିଏ ସୀମାରେଖା ଟାଣିଲା? ସେ ତ ବିଶ୍ୱନାଥ (ବାରାଣାସୀ),

ନଗରନିକାୟ ନିର୍ବାଚନ ୭ ଏପ୍ରିଲ୍ ୨୦୧୫ ମଂଗଳବାର

୭ ଏପ୍ରିଲ୍ ୨୦୧୫ ମଙ୍ଗଳବାରରେ ପାରାଦ୍ୱୀପ, ସୁନାବେଡ଼ା, ଓ ବେଲପାହାଡ଼ ପୌରପାଳିକା ଏବଂ ରେଢ଼ାଖୋଲ, ବାଲିମେଳା, ଦଶପଲ୍ଲା, ତୁଷୁରା, ଓ ଧର୍ମଗଡ଼ ଅଧିସୂଚିତ କ୍ଷେତ୍ର ପରିଷଦରେ ଭୋଟ୍ ଗ୍ରହଣ ।  ଭୋଟର ତାଲିକାରେ ନାମ ଥାଇ ସୁଦ୍ଧା ଆପଣଙ୍କର ଭୋଟର ପରିଚୟପତ୍ର ନଥିଲେ ଆପଣ ଅନ୍ୟ ୨୨ଟି ଦସ୍ତାବିଜକୁ ପ୍ରମାଣ ରୂପେ ଦେଖାଇ ଭୋଟ୍ ଦେଇ ପାରିବେ । ଯଥା: ୧. ପାସପୋର୍ଟ, ୨. ଡ୍ରାଇଭିଂ ଲାଇସେନ୍ସ, ୩. ପାନ୍ କାର୍ଡ଼, ୪. କର୍ମଚାରୀ ପରିଚୟପତ୍ର, ୫. ବ୍ୟାଙ୍କ୍ ବା ଡାକଘର ପାସବୁକ୍, କିଷାନ ବିକାଶ ପତ୍ର, ଜାତୀୟ ସଂଚୟ ସାର୍ଟିଫିକେଟ୍; ୬. ରେସନକାର୍ଡ଼ ବା ବିପିଏଲ୍ କାର୍ଡ଼, ୭. କ୍ଷମତାପ୍ରାପ୍ତ ଅଧିକାରୀ ଦେଇଥିବା ଜାତି ପ୍ରମାଣପତ୍ର, ୮. ବିଦ୍ୟାର୍ଥୀ ପରିଚୟପତ୍ର, ୯. ଜମି ପାସବହି, ପଟ୍ଟା ବା ଫଟୋଯୁକ୍ତ ରେଜିଷ୍ଟ୍ରେସନ ଦଲିଲ, ୧୦. ବନ୍ଧୁକ ଲାଇସେନ୍ସ ଆଦି, ୧୧. ପେନସନ୍ ଅର୍ଡ଼ର ବା କାଗଜାତ, ୧୨. ପରିବହନ ବିଭାଗ କଣ୍ଡକ୍ଟର ଲାଇସେନ୍ସ, ୧୩. ପୂର୍ବତନ ସାମରିକ କର୍ମଚାରୀ/ବିଧବା ଭତ୍ତା ପ୍ରମାଣପତ୍ର, ୧୪. ରେଳଗାଡ଼ି ପାସ୍/ ବସ୍ ପାସ୍, ୧୫. ଭିନ୍ନକ୍ଷମ ପ୍ରମାଣପତ୍ର, ୧୬. ସ୍ୱାଧୀନତା ସଂଗ୍ରାମୀ ପରିଚୟପତ୍ର, ୧୭. ଟେଲିଫୋନ୍ ବିଲ୍, ୧୮. ବିଦ୍ୟୁତ୍ ବିଲ୍, ୧୯. ପାଣି ବିଲ୍, ୨୦. ସବୁଜପତ୍ରିକା(ଗ୍ରୀନ୍ କାର୍ଡ଼), ୨୧. ଆଧାର କାର୍ଡ଼, ୨୨. ପ୍ରିଜାଇଡିଂ ଅଧିକାରୀ ରାଜି ହେଉଥିବା ଅନ୍ୟ କୌଣସି ପ୍ରମାଣ ।   ନିଶ୍ଚୟ ଭୋଟ୍ ଦ