ରେଳ ବଜେଟ୍ ୨୦୧୫-୧୬ ମୁଖ୍ୟାଂଶ

ଆଜି ୨୬ ଫେବୃଆରି ୨୦୧୫, ଅପରାହ୍ଣରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୂ ସଂସଦର ମିଳିତ ଅଧିବେଶନରେ ରେଳ ବଜେଟ୍ ୨୦୧୫-୧୬ ଉପସ୍ଥାପନ କରିଛନ୍ତି ଚାଟାର୍ଡ଼ ଆକାଉଁଟାଣ୍ଟରୁ ରାଜନେତା ହୋଇଥିବା ଶ୍ରୀ ପ୍ରଭୂ ତାଙ୍କର ପ୍ରଥମ ପୂର୍ଣାଙ୍ଗ ରେଳ ବଜେଟରେ ଯାତ୍ରୀମାନଙ୍କ ସୁବିଧାସୁଯୋଗ, ସୁରକ୍ଷା ଉପରେ ଧ୍ୟାନ ଦେବା ସହ ରେଳଗାଡ଼ିର ବେଗ ବୃଦ୍ଧି ପାଇଁ ପ୍ରସ୍ତୁତି ଉପରେ ଜୋର୍ ଦେଇଛନ୍ତି ରେଳ ବଜେଟର ମୁଖ୍ୟାଂଶ ତଳେ ଦିଆଗଲା:-

ପ୍ରଥମ କରି ରେଳ ବଜେଟରେ କୌଣସି ନୂଆ ଟ୍ରେନ୍ ପ୍ରଚଳନର ଘୋଷଣା ହୋଇନାହିଁ
ପ୍ରଥମ ଥର ପାଇଁ ରେଳବାଇରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଏକ ସ୍ପଷ୍ଟ ନୀତି ପ୍ରଣୀତ ହୋଇଛି   ଆଧୁନିକୀକରଣ ପ୍ରଯୁକ୍ତିଗତ ଉନ୍ନତିସାଧନ ଉପରେ ନୀତି ପକ୍କା ହୋଇଛି ସୂଚନା ପ୍ରଯୁକ୍ତି (ଆଇଟି) ବ୍ୟାପକ ପ୍ରୟୋଗ ଉପରେ ବଜେଟ୍ ଉଦ୍ଘୋଷଣା କରିଛି
ଯାତ୍ରୀ ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ ଯାତ୍ରୀ ଭଡ଼ାରେ ଦିଆଯାଉଥିବା ରିହାତି ଅନ୍ୟ ଦେଶ ତୁଳନାରେ ଅଧିକ ହୋଇଥିବା ବେଳେ ମାଲ୍ ପରିବହନର ଭଡ଼ା ବୃଦ୍ଧି କରି ତାହାକୁ ଭରଣା କରାଯାଉଛି ତେଣୁ କୋଇଲା ସିମେଣ୍ଟ ଭଳି ସାମଗ୍ରୀର ପରିବହନ ଭଡ଼ା ବଢ଼ାଯାଇଛି
ରେଳବାଇ କ୍ଷେତ୍ରରେ ଆଗାମୀ ବର୍ଷ ପାଇଁ ପୁଞ୍ଜିନିବେଶ . ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି
ସଂରଚନାର ବିକାଶ ଘଟାଇ ଭାରତୀୟ ରେଳଗାଡ଼ିର ହାରାହାରି ବେଗ ଘଂଟା ପ୍ରତି ୭୦ କିମିକୁ ବଢ଼ାଯିବ
ରହିଥିବା ପୂର୍ଣ କାର୍ଯ୍ୟକ୍ଷମ ରେଳପଥଗୁଡ଼ିକର ଉନ୍ନତି ସଂପ୍ରସାରଣରେ ପୁଞ୍ଜି ଖଟାଯିବ
ଏଣିକି ଯାତ୍ରା ତାରିଖର ସର୍ବାଧିକ ୧୨୦ ଦିନ ଆଗରୁ ସଂରକ୍ଷିତ ଯାତ୍ରା ଟିକେଟ୍ ଅଗ୍ରୀମ କାଟି ହେବ ଯାହାକି ଆଗରୁ ୬୦ ଦିନ ଥିଲା (ମନ୍ତବ୍ୟ:- ଏହା ଏକ ଭୁଲ୍ ନିଷ୍ପତ୍ତି ୟୁପିଏ- ସରକାର ବର୍ଷଟେ ଏମିତି କରିଥିଲେ କିନ୍ତୁ ତାହା ଦ୍ୱାରା ଯାତ୍ରୀମାନେ ହଇରାଣ ହେଲେ ତେବେ ରେଳବାଇ ଏହି ନିଷ୍ପତ୍ତି ଦ୍ୱାରା ବିପୁଳ ପରିମାଣରେ ପାଣ୍ଠି ଠୁଳ କରିପାରିବ )
ଯାତ୍ରୀମାନଙ୍କ ପାଇଁ ହେଲପ୍ ଲାଇନ୍ ନମ୍ବର ୧୩୮ ଦିବାରାତ୍ର ଚାଲୁ ରହିବ ଏହା ପ୍ରଥମେ ଉତ୍ତର ରେଳବାଇରୁ ମାର୍ଚ ତାରିଖ ରବିବାରରୁ କାର୍ଯ୍ୟକ୍ଷମ ହେବ
ସୁରକ୍ଷା ସଂକ୍ରାନ୍ତ ଅଭିଯୋଗ ପାଇଁ ଦିବାରାତ୍ର ଦେୟମୁକ୍ତ ନମ୍ବର ୧୮୨ ଚାଲୁ କରାଯିବ
୧୦ରେଳଗାଡ଼ିର ଆଗମନ - ପ୍ରସ୍ଥାନ ସଂକ୍ରାନ୍ତ ସୂଚନା ଏସ୍ଏମ୍ଏସ୍ ଜରିଆରେ ଯାତ୍ରୀଙ୍କୁ ଦେବାର ବ୍ୟବସ୍ଥା ପ୍ରଥମ କରି ଆରମ୍ଭ ହେବ
୧୧. ୪୦୦ଟି ବଛାବଛା ରେଳଷ୍ଟେସନରେ ୱାଇ-ଫାଇ ସୁବିଧା ଉପଲବ୍ଧ ହେବ
୧୨.  ବଛା ବଛା ଟ୍ରେନ୍ ମହାନଗରର ଲୋକାଲ ଟ୍ରେନରେ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଖଂଜାଯିବ
୧୩.  ପ୍ରଥମ କରି ରେଳବାଇର ବିକାଶ ପାଇଁ ଏକ -ବର୍ଷିଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି
୧୪.  ପୁଞ୍ଜିଲଗାଣ ଘଡ଼ିସନ୍ଧି ମୁହୂର୍ତରେ ସହାୟତା ପାଇଁ ରାଜ୍ୟ, ପିଏସୟୁ, ବହୁମୁଖୀ ଏଜେନ୍ସି ପ୍ରାଇଭେଟ୍ ସେକ୍ଟର ସହ ପାର୍ଟନରସିପ୍ କରାଯିବ
୧୫.  ପରିଚାଳନା ଅଭ୍ୟାସର ଆମୂଳଚୂଳ ସଂଶୋଧନ କରାଯିବ ଶାସନ ସ୍ୱଚ୍ଛତା ରକ୍ଷା ପାଇଁ ମାନ ଧାର୍ଯ୍ୟ କରାଯିବ


ବିମଳପ୍ରସାଦ, କଥା ହୁଅନ୍ତୁ: ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

TOP 20 WEBSITES of ODISHA