ପୋଷ୍ଟ ସମୂହ

Showing posts from ଅଗଷ୍ଟ, 2014

ପଶ୍ଚିମ ଓଡ଼ିଶାରେ IIM ହେଉ

ପ୍ରତିଛବି
ଓଡ଼ିଶାର ମୁଖ୍ୟ ଶାସନ ସଚିବ ଯୁଗଳକିଶୋର ମହାପାତ୍ର ଏବେ କେନ୍ଦ୍ର ସରକାରଙ୍କ ପାଇଁ ନୂଆଦିଲ୍ଲୀରେ କାର୍ଯ୍ୟ କରିବେ । ଅତଏବ ପଶ୍ଚିମ ଓଡ଼ିଶା ଯଦି ପୁଣି ପଛୁଆ ରହେ, ତେବେ ତାଙ୍କୁ ବର୍ଷିବାର ଅଧିକାର ଆମେ ହରାଇଲୁ । ଯେଉଁଥିପାଇଁ ପଶ୍ଚିମ ଓଡ଼ିଶାର ବିଧାୟକ ଓ ସାଂସଦମାନେ କେବେ ହେଲେ ଦୋଷ ନିଜ ମୁଣ୍ଡକୁ ନେଇ ନାହାନ୍ତି । ଏବେ ଶିକ୍ଷିତମାନଙ୍କୁ ବିଜେଡି ଟିକଟ ଦେଇ ଜିତାଇ ଆଣିଛି । ଦେଖିବାକୁ ରହିଲା, ୫ ବର୍ଷ ପରେ କିଛି ପରିବର୍ତନ ହେଉଛି କି? ଅନ୍ତତଃ "ଭାରତୀୟ ପ୍ରବନ୍ଧ ସଂସ୍ଥାନ'' (IIM) ପଶ୍ଚିମ ଓଡ଼ିଶାରେ ହେଉ । ସମ୍ବଲପୁର-ଝାରସୁଗୁଡ଼ା ମଧ୍ୟରେ ସ୍ଥାନ ଚିହ୍ନଟ କରି ତୁରନ୍ତ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଉ । କୋଠା ନିର୍ମାଣ ପର୍ଯନ୍ତ କାହା ହତାରେ ପଢ଼ା ଚାଲିବ, ତାହା ମଧ୍ୟ ସ୍ଥିର ହେଉ । ଝାରସୁଗୁଡ଼ା ଓ ସମ୍ବଲପୁର ଉଭୟ ରେଳପଥ ଓ ସଡ଼କପଥରେ ଭଲ ଭାବେ ସଂଯୁକ୍ତ ହୋଇଥିବା ବେଳେ ଝାରସୁଗୁଡ଼ାରେ ବିମାନବନ୍ଦର କାର୍ଯ୍ୟ ଚାଲିଛି । ଅନ୍ୟ ପକ୍ଷରେ ଶିକ୍ଷାଗ୍ରହଣ କାଳୀନ ଅଭ୍ୟାସ ଶିକ୍ଷଣ ପାଇଁ ଅନେକ ଶିଳ୍ପାନୁଷ୍ଠାନ ସେହି ଅଂଚଳରେ ରହିଛି । ତେଣୁ ସମ୍ବଲପୁର-ଝାରସୁଗୁଡ଼ା ମଧ୍ୟରେ ଆଇଆଇଏମ୍ ପ୍ରତିଷ୍ଠା ହେବା ବିଧେୟ । (Written on 16 July 2014 as a facebook note, but posted as a  blog  on 23 August 2014 to keep it on the web)

ରେଳ ଟିକଟ କାଟିବାକୁ ଖୁଚୁରା ଲୋଡ଼ା ନାହିଁ

ପ୍ରତିଛବି
ଜାଣନ୍ତି କି? ରେଳଷ୍ଟେସନ୍ ଅଣସଂରକ୍ଷିତ ଟିକଟ କାଉଣ୍ଟରରେ ଖୁଚୁରା ଦେଣନେଣକୁ କେନ୍ଦ୍ର କରି ବୁକିଂ କିରାଣୀମାନେ ଆଉ ଜନସାଧାରଣଙ୍କୁ ହଇରାଣ କରିପାରିବେ ନାହିଁ ।  ୨୦୧୩ ଏପ୍ରିଲରୁ ସମସ୍ତ ସବାରି ଗାଡ଼ି ଓ ସାଧାରଣ ବଗିର ଯାତ୍ରୀଭଡ଼ା ୫ଟଙ୍କାର ଗୁଣିତକ ହୋଇଅଛି । ଉଦାହରଣ: ୫ଟଙ୍କା, ୧୦ଟଙ୍କା, ୧୫ ଟଙ୍କା, ୩୦ ଟଙ୍କା, ୪୫ ଟଙ୍କା, ୬୦ ଟଙ୍କା....ଇତ୍ୟାଦି । ଆପଣ ଯେଉଁଠାକୁ ୮ଟଙ୍କା ଦେଉଥିଲେ, ତାହା ହୋଇଛି ୧୦ ଟଙ୍କା; ଯେଉଁଠିକୁ ୧୧ଟଙ୍କା ଭଡ଼ା ଗଣୁଥିଲେ, ଏଣିକି ଦେଉଛନ୍ତି ୧୫ ଟଙ୍କା, ସେହିପରି ୫୭ ଟଙ୍କା ସ୍ଥଳେ , ତାହା ୬୦ ଟଙ୍କା ଭଡ଼ା ହୋଇଅଛି । ତେଣୁ କାଉଣ୍ଟରରେ ଆବଶ୍ୟକ ପରିମାଣର ୫ଟଙ୍କିଆ, ୧୦ଟଙ୍କିଆ ମହଜୁଦ ରଖିବାକୁ କର୍ତୃପକ୍ଷ ବାଧ୍ୟ । କିନ୍ତୁ ଦେଖାଯାଉଛି, କିରାଣୀମାନେ ଖୁଚୁରା ନଥିବା ଦର୍ଶାଇ ୫ଟଙ୍କା ଫେରସ୍ତ କରୁ ନାହାନ୍ତି । ବ୍ୟସ୍ତ ଥିବା ଯାତ୍ରୀମାନେ କାଉଣ୍ଟରରେ ଅପେକ୍ଷା ନକରି ଟ୍ରେନ୍ ମୁହାଁ ହେଉଛନ୍ତି । ଏଭଳି ଯଦି ୨୦ ଜଣ ଯାତ୍ରୀଙ୍କ ଠାରୁ ୫ଟଙ୍କିଆ ଧପେଇବେ, ତେବେ କର୍ତବ୍ୟଘଡ଼ି ମଧ୍ୟରେ ୧୦୦ ଟଙ୍କା ଉପୁରି । ରେଳବାଇରେ ମାସଟା ପ୍ରାୟ ୨୧ ଦିନ ହୋଇଥିବାରୁ ଅତି କମ୍ ରେ ମାସିକ ୨୧୦୦ ଟଙ୍କା ଉପୁରି ପାଇଯିବେ । ଆପଣ ଏଭଳି ଶୋଷଣକୁ ବରଦାସ୍ତ କରନ୍ତୁ ନାହିଁ । କାରଣ ସବାରି ଗାଡ଼ିର ଟିକଟ ଅଗ୍ରୀମ କାଟିବାର ବ୍ୟବସ୍ଥା କେବଳ ୨୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ ରହିଛି । ତେଣୁ କମ୍ ଦୂରକୁ ଯିବା ପ

ଓଡ଼ିଶାରେ ଭୂସ୍ଖଳନ

ପ୍ରତିଛବି
ଭୂସ୍ଖଳନ ହୋଇ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଗୋଟିଏ ପାହାଡ଼ୀ ଆଦିବାସୀ ଗ୍ରାମ ନିଶ୍ଚିହ୍ନ ହେବା ପରେ ଏବେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବିଭାଗ ସତର୍କ ବୋଲି ପ୍ରମାଣ ଦେଉ ।  ଆମ୍ଭେ ଏଠାରେ ମନେ ପକାଇ ଦେଉଛୁ କି ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କେନ୍ଦୁଝର ଜିଲ୍ଳାଗୁଡ଼ିକରେ ଅନେକ ଜନଜାତିବହୁଳ ଗାଆଁ ପାହାଡ଼ ତଳେ ବା ମଧ୍ୟ ଭାଗରେ ରହିଅଛି । କେଉଁ ଗାଆଁଗୁଡ଼ିକ ଏଭଳି ବର୍ଷାବିଭୀଷିକାରେ ନିପାତ ହୋଇଯିବାର ଆଶଙ୍କା ରହିଛି ତାହା ଉପରେ ଶ୍ୱେତପତ୍ର ଜାରି ହେଉ । ମୁଖ୍ୟତଃ କୋରାପୁଟ ଓ ଗଜପତି ଜିଲ୍ଲାରେ ଏହା ବେଶି ବିପଦପୂର୍ଣ । କାରଣ ପାହାଡ଼ ଶୀର୍ଷରେ ବନକ୍ଷୟ ଓ ସବୁଜିମା ନଷ୍ଟ ହେଲେ ଏଭଳି ବିପଦ ମାଡ଼ି ଆସେ । ଯଦି ପାହାଡ଼ଟି ପଥୁରିଆ ନହୋଇ ମାଟିର ପାହାଡ଼ ହୋଇଥାଏ, ତେବେ କଥା ସରିଲା ।  ଯଦିଚ କୋରାପୁଟ ଜିଲ୍ଲାରେ,​ ଅରୁଣାଚଳପ୍ରଦେଶ ବା ହିମାଚଳପ୍ରଦେଶ ଭଳି ଗୋଟାପଣେ ମାଟିର ପାହାଡ଼ ନାହିଁ; ତେବେ ମାଟିବହୁଳ ପାହାଡ଼ଗୁଡ଼ିକର ତାଲିକା ମଧ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରକାଶ କରୁ । ସମୁଦ୍ରକୂଳିଆ ପୂର୍ବ ଓଡ଼ିଶା ଉପରେ ନିଘା ରଖିଥିବା ଏହି ସରକାରୀ ବିଭାଗ ଟିକେ ଦକ୍ଷିଣକୁ ଦୃଷ୍ଟି ଦେଉ ।   ବିମଳ ପ୍ରସାଦ, ଭ୍ରାମ୍ୟଭାଷ: 9937353293

କେମିତି ହେଲା ବନ୍ୟା...

ପ୍ରତିଛବି
ସମ୍ବଲପୁର ସହରରେ ବଦଳପାଣି (ଫ୍ଲାସ୍ ଫ୍ଲଡ଼୍)ର ବିପର୍ଯ୍ୟୟ ଖବର ଶୁଣି ହୀରାକୁଦ ବନ୍ଧ କର୍ତୃପକ୍ଷ ସବୁଯାକ କବାଟ ତିନି ଦିନ ବନ୍ଦ କରିଦେଲେ। ତା'ପରେ ଏକାବେଳକେ ଖୋଲିଲେ ୫୦ । ଏଣେ ତଳ ମୁଣ୍ଡରେ ଗୋଟେ ନୂଆ ଷ୍ଟାଇଲରେ ବନ୍ୟା ହେଲା । ସବୁଠୁ ଚର୍ଚାର କଥା ହେଉଛି- ଦଳେଇଘାଇ । ଏଥର କଟକ ସହରରେ ବି ବନ୍ୟାପାଣି ଛାରଖାର କଲା । କିନ୍ତୁ ଦଳେଇଘାଇ ତଳମୁଣ୍ଡରେ ଥିବା ଗ୍ରାମର ସୁସ୍ଥସବଳ ପ୍ରତିନିଧିମାନେ ଖଣ୍ଡା ତରୁଆଲ ଧରି ଜଗି ରହିଲେ । ଯଦି ବଙ୍ଗଉପସାଗର ପାଣି ନଟାଣିବ, ତେବେ ଦଳେଇଘାଇ ଭାଙ୍ଗିଦେଲେ ପାଣି ଭୁସ୍ ଭାସ୍ ଖଲାସ୍ । ଆଉ ଶାନ୍ତିରେ ନିଶ୍ୱାସ ମାରିବେ କଟକନଗର ବସ୍ତିବାସୀ । କିନ୍ତୁ ଅଳ୍ପ ଟିକେ ମୁଣ୍ଡ ଖଟେଇ ହୀରାକୁଦ ବନ୍ଧବାଲା ଖୋଲା କବାଟ ସଂଖ୍ୟା କମେଇ ଚାଲିଛନ୍ତି । ହେଲେ ସେମାନେ ଆଉ ଦୁର୍ବୁଦ୍ଧି କରି ସବୁଯାକ କବାଟ ବନ୍ଦ ନକରନ୍ତୁ, ଅନ୍ତତଃ ଅଗଷ୍ଟ ମାସ ଶେଷ ସୁଦ୍ଧା । ପ୍ରଶାସନ ମନେ ରଖନ୍ତୁ ଯେ ଜଳବାୟୁ ପରିବର୍ତନ ହୋଇ ବର୍ଷା ଋତୁ ଏବେ ନଭେମ୍ବର ପ୍ରଥମ ସପ୍ତାହ ପର୍ଯନ୍ତ ଲମ୍ବିଗଲାଣି । ଅବଶ୍ୟ ଛତିଶଗଡ଼ରେ ସେତେ ଦିନ ଯାଏ ବର୍ଷା ହେଉଛି କି ନାହିଁ, ତାହା ଲକ୍ଷ୍ୟ କରିବା କଥା । ଏଠାରେ ଗୋଟିଏ କଥା କେହି କେହି ଚିନ୍ତା କରୁଥିବେ ଯେ ହୀରାକୁଦ ବହୁମୁଖୀ ନଦୀ ବନ୍ଧ ପ୍ରକଳ୍ପ କେତେ ଉପକାର କରୁଛି ଯେ ତାହାପାଇଁ ଏତେ ହଜାର ହଜାର କୋଟି ଟଙ୍କାର ଧନ କେବଳ ବନ୍ୟାରେ ଉଜୁଡ଼ି ଯାଉଛି?! ଏବଂ