ପୋଷ୍ଟ ସମୂହ

Showing posts from ଜାନୁଆରୀ, 2015

କିଏ ହେବେ ମୁଖ୍ୟମନ୍ତ୍ରୀ

ପ୍ରତିଛବି
ଓଡ଼ିଶାର ଲୋକପ୍ରିୟ ବିଜୁ ଜନତା ଦଳ ସରକାରକୁ ଟକ୍କର ଦେବା ପାଇଁ କେବଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପାଖରେ ତାକତ ଅଛି । ଏହାକୁ ଆଜିକାଲି ଆଉ କେହି ଅସ୍ୱୀକାର କରୁ ନାହାନ୍ତି । କାରଣ ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ରାଜନୀତି ଚାଲେ ନାହିଁ, ତେଣୁ ଜାତିଆଣ ଦଳଗୁଡ଼ିକ କ୍ଷମତା ଦୌଡ଼ରୁ ଦୂରେଇ ଗଲେଣି ।   ଗତ ୟୁପିଏ-୨ ସରକାର ବେଳେ ବିଜୁ ଜନତା ଦଳ(ବିଜଦ) ଯେମିତି କେନ୍ଦ୍ରରେ କଂଗ୍ରେସକୁ ଭୂତେଇ ଥିଲା । ଏବେ ସେହି ସମାନ ଢଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଭୂତେଇବା ଆରମ୍ଭ କରିଛି । ଏହାର ପ୍ରମାଣ ହେଉଛି ଚଳିତ ଜାନୁଆରି ୨୦୧୫ରେ ଭାଜପାର ମହାସଂଗ୍ରାମ ସମାବେଶରେ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଙ୍କ ଭାଷଣ । ଗତ ୨୦୧୪ରେ ବରମୁଣ୍ଡା ପଡ଼ିଆରେ ନରେନ୍ଦ୍ର ମୋଦି , ଓଡ଼ିଆ ଦାଦନ କଥା ଉଠାନ୍ତେ ଓଡ଼ିଶାର ଗଣମାଧ୍ୟମ ସ୍ୱାଭିମାନର ଦ୍ୱାହି ଦେଇ ତାହାକୁ ନିନ୍ଦା କରିଥିଲା । ଏଥର ଅମିତ୍ ଶାହା ବିଜଦ ବା ନବୀନ ବାବୁଙ୍କ ବିଷୟରେ ପ୍ରାୟତଃ କିଛି ହେଲେ ନକହିବାରୁ ତାହାକୁ ମଧ୍ୟ ଓଡ଼ିଶା ଗଣମାଧ୍ୟମ ନାପସନ୍ଦ କଲା ।   ଯଦି ଓଡ଼ିଶାରେ ବର୍ଧିଷ୍ଣୁ ଲୋକପ୍ରିୟତା ଆଧାରରେ ଭାଜପା କ୍ଷମତା ଦଖଲର ସ୍ୱପ୍ନ ଦେଖୁଥାଏ, ତେବେ ଏ କ୍ଷେତ୍ରରେ ନରେନ୍ଦ୍ର ମୋଦି ହିଁ ସ୍ୱପ୍ନର ସୌଦାଗର । ଆଉ ମାଧ୍ୟମ ହେଉଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏଇ ବର୍ଷ ଜାରି କରିଛନ୍ତି ଗରିବମାନଙ୍କୁ ମାଗଣାରେ ଏଲ୍.ପି.ଜି. ଗ୍ରାହକ ବନେଇବାର

ସିଜିଓ କମ୍ପ୍ଲେକ୍ସ କେଉଁଠି?

ପ୍ରତିଛବି
CGO ଏକ ଇଂଲିଶ୍ ସଂକ୍ଷିପ୍ତ ନାମ। ଏହା ଅର୍ଥ, Central Government Offices (କେନ୍ଦ୍ର ସରକାରଙ୍କ ଦପ୍ତରସମୂହ) ଏବଂ କମ୍ପ୍ଲେକ୍ସ ଅର୍ଥ ପରିସର ବା ହତା। ନୂଆଦିଲ୍ଲୀ ବା ରାଜ୍ୟର ରାଜଧାନୀଗୁଡ଼ିକରେ ଯେଉଁ ହତା ଭିତରେ ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକ ରହିଥାଏ, ତାହାକୁ କହନ୍ତି ସିଜିଓ କମ୍ପ୍ଲେକ୍ସ । କିନ୍ତୁ ଆମ ରାଜଧାନୀ ଭୁବନେଶ୍ୱର ରେ ଏହା ନାହିଁ। ଏପରି ସୁବିଧା ଥିଲେ କାହାକୁ ସୁବିଧା ହେଉ ନହେଉ, ଅନ୍ତତଃ ସୂଚନା ଅଧିକାର କର୍ମୀମାନେ ଗୋଟିଏ ଜାଗାରେ ପହଁଚି କେତେ କ’ଣ ସୂଚନା ସଂଗ୍ରହ କରି ଆପଣଙ୍କୁ ପରଷି ପାରନ୍ତେ । ଅନ୍ୟ ଦିଗଟି ହେଲା, ନାଗରିକଙ୍କ ସୁବିଧା ପାଇଁ ଏଭଳି କେନ୍ଦ୍ରୀୟ ହତା ନିଶ୍ଚିତ ରହିବା କଥା। କିନ୍ତୁ ଆପଣ ଜାଣି ବିରକ୍ତ ହେବେ ଯେ କେତେକ ଆଇଏଏସ୍ ଓ ଆଇପିଏସ୍ ବ୍ୟକ୍ତିତ୍ୱଙ୍କ ନିଜ ଅଟ୍ଟାଳିକାର ଭଡ଼ାଘରେ ଚାଲିଛି ବିଭିନ୍ନ କେନ୍ଦ୍ରୀୟ ବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକ। ସର୍ଭେ ଅଫ୍ ଇଣ୍ଡିଆ, ଆୟକର ବିଭାଗ, ଇଣ୍ଡିଆନ୍ ଅଏଲ୍ ଭଳି ଅଳ୍ପ କେତୋଟି ସଂଗଠନର ନିଜସ୍ୱ କୋଠା ଭୁବନେଶ୍ୱରରେ ରହିଥିବା ବେଳେ ଅନ୍ୟ କାର୍ଯ୍ୟାଳୟଗୁଡ଼ିକ କୌଣସି ଆବାସିକ କୋଠାରେ ଭଡ଼ାଘରେ ନେପେଟିକି ପଡ଼ିଛନ୍ତି । ଏହା ହେଉଛି ବାହାସ୍ପୋଟିଆ ଓଡ଼ିଶା ସରକାରଙ୍କର ଦୂରଦୃଷ୍ଟିହୀନତାର ନମୁନା । ସେହିଭଳି ରାଜ୍ୟ ରାଜଧାନୀରେ କୌଣସି ଇନଷ୍ଟିଚ୍ୟୁସନାଲ ଏରିଆ ନାହିଁ । ଯଦିଓ ତିନି ବା ତତୋଧିକ ଇଣ୍ଡଷ

୫୨ ଡାକ୍ତର ବହିଷ୍କୃତ

ପ୍ରତିଛବି
୨୪ ଡିସେମ୍ବର ୨୦୧୪ରେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ଜାରି କରି ରାଜ୍ୟର ୫୨ ଜଣ ସରକାରୀ ଚାକିରି କରିଥିବା ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି । ଏ ସଂକ୍ରାନ୍ତରେ ୧୩ ଜାନୁଆରି ୨୦୧୫ରେ ବିଭାଗୀୟ ଅତିରିକ୍ତ ଶାସନସଚିବ ଏକ ଖବରକାଗଜ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି ( ଦ୍ରଷ୍ଟବ୍ୟ: ପ୍ରମେୟ, ୧୬ ଜାନୁଆରି ଶୁକ୍ରବାର, ପୃଷ୍ଠା-୯ ) । ଦୀର୍ଘ ଅନୁପସ୍ଥିତି କାରଣରୁ ସେମାନଙ୍କୁ ବିଭାଗ ଚେତାବନୀ ଦେଇଥିଲା । କିନ୍ତୁ ସେମାନେ କୌଣସି ଜବାବ ନଦେଇ ନିରୁଦ୍ଦିଷ୍ଟ ରହିବାରୁ ସରକାର ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଲେ । ଏଥର ଯେଉଁମାନେ ବହିଷ୍କୃତ ହୋଇଛନ୍ତି, ସେମାନେ କେଉଁଠି କେଉଁ ପଦରେ ଥିଲେ, ତହିଁର ସଂପୂର୍ଣ ତାଲିକା ତଳେ:- ୧. ଡା. ଆଭାରାଣୀ ପଟ୍ଟନାୟକ, ଶିଶୁରୋଗ-ଚିକିତ୍ସା ବିଶେଷଜ୍ଞ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ମଣିଜଙ୍ଗା, ଜଗତସିଂହପୁର ୨. ଡା. ଅକ୍ଷୟକୁମାର ପଣ୍ଡା, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ମାଥିଲି, ମାଲକାନଗିରି ୩. ଡା. ଆଲାଡ୍ରିନ୍ ଆଂଥୋନୀ ଡୁଙ୍ଗଡୁଙ୍ଗ୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ରୁନୁଗାଁ, ସୁନ୍ଦରଗଡ଼ ୪. ଡା. ଆଲୋକ ସାମନ୍ତରାୟ, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ଭବାନୀପାଟଣା, କଳାହାଣ୍ଡି ୫. ଡା. ଅମିତ ପ୍ରଧାନ, ସହାୟକ ଚିକିତ୍ସକ, ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, କଳାହାଣ୍ଡି ୬. ଡା. ଆରାଧନା ପାଣିଗ୍ରାହୀ

DILLI POLITICS - A REMINDER

Originally mailed on  Tuesday, 10 December 2013. Just have a look, what I have suggested and also achieved it for 49 days of rule by Mr Arvind Kejriwal... A magic happened in recent Delhi Assembly election (BJP 32, AAP 28, and Congress 8). No party is able to form government as per constitutional principle. I draw kind attention of everybody on following few lines: (1) The election result is a clear picture of Anti-Congress vote. Congress should accept and realize it. If Congress want to keep BJP out of power, it should provide unconditional support for AAP to form government. Such action would be biggest "Prayaschit" of Delhi Congress. (2) BJP has the maximum number. It means voters/ citizens believe in BJP's governance. As the single largest party, it should understand the anti-Congress public opinion. Should not involve in any horse trading. Because AAP has started clean politics in India. BJP is the oldest believer and practitioner of it. So it should de

ବ୍ୟାଙ୍କରେ ବେପାର ବନ୍ଦ

ଜାନୁଆରି ୧୪ରୁ ୧୭ ତାରିଖ ଯାଏଁ ବ୍ୟାଙ୍କରେ ବେପାର ବନ୍ଦ, ଜାଣିଛନ୍ତି କି? ଯଦି ଉପର ପ୍ରଶ୍ନରେ ଆପଣଙ୍କ ଉତ୍ତର ‘ନାହିଁ’ , ତେବେ ତଳ ଅନୁଛେଦ ପଢ଼ନ୍ତୁ ।   ଆଜିକାଲି ଅନ୍-ଲାଇନ୍ କାରବାର ବଢ଼ିଥିଲେ ସୁଦ୍ଧା ଚେକ୍ ଓ ଡିମାଣ୍ଡ୍ ଡ୍ରାଫ୍ଟର କାରବାର ମଧ୍ୟ ଜାରି ରହିଛି । ଚେକ୍ ଓ ଡିମାଣ୍ଡ୍ ଡ୍ରାଫ୍ଟ ଯଦି ବ୍ୟାଙ୍କ୍ ସଂଗଠନର କ୍ଲିୟରି ହାଉସ୍ ଜରିଆରେ ଆପଣଙ୍କ ଆକାଉଁଟକୁ ଟଙ୍କା ରୂପରେ ଆସିବାର ଥାଏ, ତେବେ ସେଥିରେ ଆପଣଙ୍କୁ ସମସ୍ୟା ହେବ ଜାନୁଆରି ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ । ଅର୍ଥାତ୍ ଏହି ୪ ଦିନ ମଧ୍ୟରେ ଆପଣ ଯେବେ ବି ଚେକ୍ ବା ଡ୍ରାଫ୍ଟ୍ ଜମା କରିଥାଆନ୍ତୁ, ତାହା କେବଳ ୧୮ ତାରିଖରେ ହିଁ ନଗଦ ଅର୍ଥରେ ରୂପାନ୍ତରିତ ହୋଇ ପାରିବ । ଏହାର କାରଣ, ଜାତୀୟକରଣ ବ୍ୟାଙ୍କ୍ ଗୁଡ଼ିକର କ୍ଲିୟରିଂହାଉସ୍ ରହିଛି ଚେନ୍ନାଇ ରେ ଏବଂ ସେହି ୪ ଦିନ ସେଠାରେ ପୋଙ୍ଗଲ ମହାପର୍ବ ପାଇଁ ଛୁଟି ହୋଇଯାଏ । ତେଣୁ ସାରା ଭାରତକୁ ତଣ୍ଡ ଭୋଗିବାକୁ ପଡ଼େ । ଦେଶର ରାଜଧାନୀ ଠାରୁ ଦୂରରେ ଥାଇ ବି ଚେନ୍ନାଇ ବା ତାମିଲନାଡୁ ରାଜ୍ୟ ଖୁବ୍ ପ୍ରଭାବଶାଳୀ । ଏବେ ଆପଣଙ୍କର ଆଣ୍ଟିନା ଘୂରାନ୍ତୁ, ଯେଉଁ ସଂକେତ ବା ସୂଚନା ପାଉଛନ୍ତି, ତାହାକୁ ଏହି ସୂଚନା ସହ ମିଳାନ୍ତୁ; ଯଦି ଆମ୍ଭ କଥାରେ ସତ୍ୟତା ଅଛି, ତେବେ ନିଜ କାରବାର ପାଇଁ ଏବେଠୁ ସତର୍କ ହୁଅନ୍ତୁ, ନଚେତ୍ ସଂଗ୍ରାମ କରନ୍ତୁ । ସେବା ନିହାତି ସାର୍ବଜନୀନ ହେବା କଥା। ତେଣୁ ବିକଳ୍ପ ବ୍ୟବସ୍ଥା

ଆଳୁ ମିଶନର ଆଳୁଦୋଷ

ପ୍ରତିଛବି
ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ଭିତରେ ଚାଉଳ ପରେ ଅନ୍ୟ ଦୁଇଟି ହେଉଛି ଆଳୁ ଓ ପିଆଜ। ପିଆଜ ଏକାଧିକ ଥର ଓଡ଼ିଶାବାସୀଙ୍କୁ କନ୍ଦାଇଥିବା ବେଳେ ଆଳୁ ଗତ ୩ ବର୍ଷ ମଧ୍ୟରେ ୪ ପର୍ଯ୍ୟାୟରେ ଧୋକା ଦେଇଛି। ଏହା ପଛରେ ବଡ଼ କାରଣ ହେଉଛି ଓଡ଼ିଶାରେ ଆଳୁ ଉତ୍ପାଦନ କମ୍ ଏବଂ ଯେତିକି ଆଳୁ ଉତ୍ପାଦିତ ହେଉଛି, ସେତକ ସାଇତିବା ପାଇଁ ଶୀତଳଭଣ୍ଡାର ନାହିଁ। ଏଣେ ୨୬ ଡିସେମ୍ବର ୨୦୧୪ରେ ଓଡ଼ିଶା ସରକାର ଘୋଷଣା କରିଛନ୍ତି ରାଜ୍ୟ ଆଳୁ ମିଶନ । ଏହାର ଅସଲ ଲକ୍ଷ୍ୟ ହେଉଛି ଆଳୁଚାଷ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା। ତଳ ଅନୁଚ୍ଛେଦରେ ଆମେ ସେହି ଆଳୁ ମିଶନ ସଂକ୍ରାନ୍ତ କିଛି ପ୍ରକାଶିତ ସୂଚନାକୁ ପୁଣିଥରେ ଲେଖିଛୁ। ପରବର୍ତ୍ତୀ ଅନୁଚ୍ଛେଦଗୁଡ଼ିକରେ ଯାହା ଲେଖିଛୁ, ତାହା ଆପଣଙ୍କ ବିଚାରରେ ଭବିଷ୍ୟବାଣୀ ହୋଇପାରେ, ଅଥବା ସମାଲୋଚନା ବିବେଚିତ ହୋଇପାରେ। ୨୦୧୫-୧୬ରୁ ଓଡ଼ିଶା ରାଜ୍ୟ ଆଳୁ ମିଶନ କାର୍ଯ୍ୟକାରୀ ହେବ । ରାଜ୍ୟ ଉଦ୍ୟାନ କୃଷି ବିଭାଗ ଏହାର ନୋଡ଼ାଲ ଏଜେନ୍ସି ରୂପେ କାର୍ଯ୍ୟ କରିବ । ଏବେ ରାଜ୍ୟରେ ୧୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଛି, ଏବେର ଉତ୍ପାଦନ ରହିଛି ୨ ଲକ୍ଷ ମେଟ୍ରିକ୍ ଟନ୍ । ୨୦୧୬-୧୭ ବେଳକୁ ୬୦ ହଜାର ହେକ୍ଟର ଜମିକୁ ଆଳୁଚାଷ ବଢ଼ିବ । ଆଳୁ ଓ ଅନ୍ୟ ପନିପରିବା ପାଇଁ ସରକାର ଶୀତଳ ଭଣ୍ଡାର କରିବେ । ଏବେ ୨୪ଟି ଶୀତଳ ଭଣ୍ଡାର ଅଛି। ୩ ବର୍ଷରେ ୧୧୨ଟି ନୂଆ ଶୀତଳ ଭଣ୍ଡାର ହେବ । ୨୦୧୮ ମାର୍ଚ ବେଳକୁ ସମସ୍ତ ଶୀତଳ ଭଣ୍ଡାର କ