ପୋଷ୍ଟ ସମୂହ

Showing posts from ଡିସେମ୍ବର, 2014

ଜୁନ୍ ୨୦୧୫ରୁ ୱାଇଫାଇ ହଟସ୍ପଟ୍

ଡିଜିଟାଲ ଇଣ୍ଡିଆ  ଦିଗରେ ପାଦେ ଆଗକୁ ଯିବାକୁ ଜୁନ୍ ୨୦୧୫ ସୁଦ୍ଧା ଦେଶର ୨୫ଟି ସହରର ବଛାବଛା ସ୍ଥାନରେ ୱାଇଫାଇ ସେବା ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ୩-୪ଟି ୱାଇଫାଇ ସେବା ପ୍ରଦାନକାରୀ କମ୍ପାନୀକୁ ତାଲିକାବଦ୍ଧ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଲକ୍ଷରୁ ବେଶି ଜନସଂଖ୍ୟା ସଂପନ୍ନ ୨୫ଟି ସହର ବ୍ୟତୀତ ବଛାବଛା ପର୍ଯ୍ୟଟନସ୍ଥଳୀରେ ଏହି ସେବା ଆରମ୍ଭ ହେବ ।  ଏହି ପ୍ରକଳ୍ପକୁ ଦୂରସଂଚାର ବିଭାଗ ଓ ସହରବିକାଶ ମନ୍ତ୍ରାଳୟ ମିଳିତ ଭାବେ କାର୍ଯ୍ୟକାରୀ କରୁଛନ୍ତି । ୱାଇଫାଇ ସେବା ଦ୍ୱାରା ଲୋକମାନେ ନିଜ ସ୍ମାର୍ଟଫୋନ୍, ଟାବ୍, ଲ୍ୟାପଟପ୍ ପିସି ଇତ୍ୟାଦିରେ ଇଂଟରନେଟ୍ ସଂଯୋଗ ମାଗଣାରେ ପାଇପାରିବେ । ଖୁସୀର କଥା ଯେ ଏହି ଯୋଜନାରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ସାମିଲ ଅଛି ।  ସଂପୃକ୍ତ ଦୂରସଂଚାର କମ୍ପାନୀମାନେ କ୍ରୟାଦେଶ ପାଇବାର ୩ ମାସ ମଧ୍ୟରେ ନେଟୱର୍କ ବିସ୍ତାର ପ୍ରକ୍ରିୟାକୁ ସାରିବେ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ଠାରୁ ଅନୁମତି ହାସଲ କରିବାକୁ ପଡ଼ିବ । ସରକାର ସ୍ୱତନ୍ତ୍ର ଭାବରେ ୨୫ଟି ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱସଂପନ୍ନ ପର୍ଯ୍ୟଟନସ୍ଥଳୀକୁ ୱାଇଫାଇ ହଟସ୍ପଟ୍  କରିବାକୁ ନିଷ୍ପତ୍ତି କରିଛନ୍ତି । ଏଥିରେ ମୁଖ୍ୟତଃ:- ହୁମାୟୁନଙ୍କ ମକବରା, ଲାଲକିଲ୍ଲା, କୁତବ୍ କମ୍ପ୍ଲେକ୍ସ (ଦିଲ୍ଲୀ); ତାଜମହଲ, ଫତେପୁର ସିକ୍ରି, ଶ୍ରାବସ

ନୂଆ ଚ୍ୟାନେଲ ନ୍ୟୁଜ୍ ସେଭେନ୍

ପ୍ରତିଛବି
ଆଜି (୧୬ ଡିସେମ୍ବର ୨୦୧୪, ମଙ୍ଗଳବାର) ଏକ ନୂଆ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ପ୍ରମେୟ ନ୍ୟୁଜ୍ ସେଭେନ୍ ( PRAMEYA NEWS7 )ର ଟେଷ୍ଟ ସିଗନାଲ ପ୍ରସାରଣର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରର ଜାଗମରା ଠାରେ ଥିବା ଏହାର ନିଜସ୍ୱ ଷ୍ଟୁଡ଼ିଓରୁ ଟେଷ୍ଟ ସିଗନାଲର ଶୁଭାରମ୍ଭ କରିଛନ୍ତି ଡକ୍ଟର ଚନ୍ଦ୍ରଭାନୁ ଶତପଥୀ । ଶିରିଡ଼ି ସାଇବାବାଙ୍କ  ଦର୍ଶନର ଜଣେ ପ୍ରଖ୍ୟାତ ଯାଜକ ଭାବରେ ଡକ୍ଟର ଶତପଥୀ ବେଶ୍ ପରିଚିତ ଓ ଲୋକପ୍ରିୟ । ସଂପ୍ରତି ଦିଲ୍ଲୀ ନିବାସୀ ଡକ୍ଟର ଶତପଥୀ "ଗୁରୁଜୀ' ନାମରେ ଦେଶ ବିଦେଶରେ, ବିଶେଷତଃ ଶିରିଡ଼ି-ସାଇବାବାଙ୍କ ଭକ୍ତ, ଶ୍ରଦ୍ଧାଳୁ ତଥା ଅନୁରାଗୀମାନଙ୍କ ମଧ୍ୟରେ ବେଶ୍ ଗ୍ରହଣୀୟ ଓ  ଆଦୃତ । ଏହି ଅବସରରେ ଗୁରୁଜୀଙ୍କର ବାର୍ତ୍ତା ଥିଲା:- ରାଜାରାଜୁଡ଼ା ସମୟରେ ଯାହା ପୁସ୍ତକ ବା ଲେଖା ବାହାରୁଥିଲା, ତାହା କେବଳ ସେମାନଙ୍କ ସ୍ତୁତିଗାନ କରୁଥିଲା । ତଳସ୍ତରର ଲୋକଙ୍କ ସ୍ୱର ତା'ଭିତରେ ଚାପି ହୋଇଯାଉଥିଲା । ଯୁଗ ବଦଳିଛି । ଗଣତନ୍ତ୍ର ଶାସନରେ ତଳସ୍ତରରେ ଥିବା ଜନତା ହିଁ ସବୁଠାରୁ ଅବହେଳିତ । ସେମାନଙ୍କର ସଂଖ୍ୟା ମଧ୍ୟ ବେଶି । ତେଣୁ ପ୍ରମେୟ ନ୍ୟୁଜ୍ ସେଭେନ୍ ଏହି ତଳସ୍ତରରେ ଥିବା ଗରିବ ଓ ଖଟିଖିଆଙ୍କର ସ୍ୱର ହେଉ । ପ୍ରଗତିର ପଥ ଦେଖାଉ । ୧୬.୧୨.୨୦୧୪ ତାରିଖ ଦିନ ୧ଟା ୬ ମିନିଟରେ ଏହି ଟେଷ୍ଟ ସିଗନାଲ ଶୁଭାରମ୍ଭ କରାଇବା ଅବସରରେ ଚ୍ୟାନେଲର ସଂଖ୍ୟାଧିକ କର୍ମଚାରୀ, ସାମ୍ବାଦିକ ଓ ଶୁଭଚିନ୍ତକ

ନୂଆ ବର୍ଷରୁ ନୀତି ଆୟୋଗ

ପାଞ୍ଚ ଦଶନ୍ଧିର ପୁରୁଣା ଯୋଜନା ଆୟୋଗ (ପ୍ଲାନିଂ କମିଶନ)କୁ ଅଚଳ କରି ଦିଆଯାଇଛି । ସେହି ସ୍ଥାନରେ କାର୍ଯ୍ୟ କରିବ ନୀତି ଆୟୋଗ । ମୌଳିକ ଭାବରେ ଏହାକୁ ଭାରତୀୟ ଭାଷାରେ ନାମକରଣ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ କୁ ଅନେକ ଲୋକ ସେଣ୍ଟ୍ରାଲ ସ୍କୁଲ୍ କହିବା ଭଳି ଏହି ନୀତି ଆୟୋଗକୁ ସେହି ଲୋକମାନେ ପଲିସି କମିଶନ କହିପାରିବେ । (ପରବର୍ତ୍ତୀ ସମୟରେ ଏହି ନୀତି ଆୟୋଗର ନୀତି ଶବ୍ଦକୁ NITI କରି ତାହାର ଏକ ପୂର୍ଣନାମ ବାହାର କରାଯାଇଛି, ଯାହା ହେଉଛି - National Institute for Transforming India) ସ୍ୱାଧୀନତାଦିବସ  ଅବସରରେ ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ଭାଷଣରେ ପ୍ଲାନିଂ କମିଶନକୁ ଭାଙ୍ଗିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରିବର୍ତନଶୀଳ ଆର୍ଥନୀତିକ ବାସ୍ତବତାକୁ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନୂଆ ଆୟୋଗର ଢାଞ୍ଚା ଓ କାର୍ଯ୍ୟପରିସର କଅଣ ହେବ, ତାହା ଚୂଡାନ୍ତ କରିବା ପାଇଁ ୭ ଡିସେମ୍ବର ୨୦୧୪ ରେ ନୂଆଦିଲ୍ଲୀ ଠାରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନସଚିବ ମାନଙ୍କ ସହ ପ୍ରଧାନମନ୍ତ୍ରୀ ବିମର୍ଷ କରିବେ । ନୀତି ଆୟୋଗର ପ୍ରସ୍ତାବିତ କଳେବରରେ କେଉଁମାନେ ସଦସ୍ୟ ରହିବେ ତାହା ଧାର୍ଯ୍ୟ ହେବ । ଏହା ସ୍ପଷ୍ଟ ଯେ ନିଜର ପଦଯୁକ୍ତ କ୍ଷମତା ବଳରେ ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିବେ । ଏହି ନୀତି ଆୟୋଗର ପ୍ରଥମ ଉପାଧ

ନମ୍ବର ପୋର୍ଟେବିଲିଟି ମେ ୨୦୧୫ରେ !

ନୂଆ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ମୋବାଇଲ ନମ୍ବର ପୋର୍ଟେବିଲିଟି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ (ଗୋଟିଏ ସର୍କଲରୁ ଅନ୍ୟ ସର୍କଲକୁ) ହୋଇପାରିବ । ଆଉ ଏହା କାର୍ଯ୍ୟକାରୀ ହେବ, ୨୦୧୫ ମସିହା ମେ ମାସରୁ । ଗତ ୟୁପିଏ ସରକାର ୩ ଥର ଏଭଳି ପ୍ରତିଶ୍ରୁତି ଦେଇ ବିଫଳ  ହୋଇଥିଲେ। ଏହାର କାରଣ ହେଉଛି - ମୋବାଇଲ ଅପରେଟର ଆସୋସିଏସନ୍ ସବୁବେଳେ ସରକାରଙ୍କୁ ବିଭ୍ରାନ୍ତ ଓ ଉଦ୍ଭ୍ରାନ୍ତ କରିଚାଲିଛି । ଆପଣ କ'ଣ ଭାବୁଛନ୍ତି, ଏହି ଏନ୍.ଡି.ଏ.-୨ ସରକାର ଏ ସିଦ୍ଧାନ୍ତକୁ କାର୍ଯ୍ୟକାରୀ କରିପାରିବେ?  ଯଦିଓ ଏହା ଦ୍ୱାରା ବିଶେଷ କିଛି ସମସ୍ୟାର ସମାଧାନ ହେବ ନାହିଁ । ଜନସାଧାରଣଙ୍କର ଦାବି ଥିଲା ଦେଶବ୍ୟାପୀ ରୋମିଂମୁକ୍ତ ନିରନ୍ତର ଦୂରସଂଚାର ସେବା ମୋବାଇଲଫୋନ୍ ଜରିଆରେ । କିନ୍ତୁ ତାହାକୁ ମୋବାଇଲ ଟେଲିକମ୍ ଅପରେଟରମାନେ କରାଇ ଦେଉ ନାହାନ୍ତି । ସ୍ପେକ୍ଟ୍ରମ୍ ବେପାର କାରଣରୁ ସରକାର କେବଳ ସେମାନଙ୍କ କଥାରେ ଥେଇ ଥେଇ ହେଉଛନ୍ତି । କେନ୍ଦ୍ର ଗେହ୍ଲାପୁଅ କରିଥିବା ଉଚ୍ଚ ବେତନଭୋଗୀ ଇଂଜିନିୟର ସାମ୍ ପିଟ୍ରୋଡ଼ା କି ବୁଦ୍ଧି ଦେଉଛନ୍ତି, ତାହା କାହାକୁ ବି  ଜଣା ନାହିଁ । ଇ-ଗଭର୍ନାନ୍ସ , ଏମ୍-ଗଭର୍ନାନ୍ସ ଓ ଆଧାର କାର୍ଡ଼ ଭଳି ଗୁରୁତ୍ୱପୂର୍ଣ ନୀତି ଓ କାର୍ଯ୍ୟକ୍ରମ ତଥା ଶାସନ ସଂସ୍କାର ପାଇଁ ଜୀବନବ୍ୟାପୀ ପ୍ରତ୍ୟେକ ନାଗରିକଙ୍କର ଗୋଟିଏ ମୋବାଇଲ ନମ୍ବର ରହିବା ଗୁରୁତ୍ୱପୂର୍ଣ । କିନ୍ତୁ ଲାଗୁଛି,  ସରକାର ପୋଷିଥିବା