ବ୍ରହ୍ମପୁରରେ ହେବ ଆଇଜର

ଆଜିର ସମ୍ବାଦ ଦୈନିକୀରେ ଏକ ଖବର ପ୍ରକାଶ ପାଇଛି - କେଉଁଠି ହେବ ଆଇଜର? ଏହାର ନକଲ ମଧ୍ୟ ଆମ୍ଭେ ଏହି ବ୍ଲଗରେ ସଂଯୋଗ କରିଛୁ। ତେବେ ଏଥିରେ ଆଦୌ ଦ୍ୱିମତ ହେବାର ନାହିଁ ଯେ ବ୍ରହ୍ମପୁର ହେଉଛି ଏହି ଗବେଷଣାତ୍ମକ ଶିକ୍ଷାନୁଷ୍ଠାନ ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ। ISER (Indian Institute of Science Education & Research) ପ୍ରତିଷ୍ଠା ପାଇଁ ତଳଲିଖିତ ଯୁକ୍ତିଗୁଡ଼ିକୁ ନିଶ୍ଚୟ ବିଚାରକୁ ନିଆଯିବ:-

(୧)     ବଣ, ବୃକ୍ଷସମ୍ପଦ, ପାହାଡ଼, ନଦୀ, ସମୁଦ୍ର, ବନ୍ୟା, ବାତ୍ୟା, ଜୁଆର, ସୁନାମୀ, ରାଜପଥ, ରେଳପଥ, ବନ୍ଦର, ପଶୁ, ପକ୍ଷୀ, ମଣିଷ ଜାତି, ବ୍ୟାଧି, ବଡ଼ଡାକ୍ତରଖାନା, ଦୁର୍ଘଟଣା, ଅପରାଧ, ପରମ୍ପରା, ସଂସ୍କୃତି, ଧନ, ଧର୍ମ - ଏ ଭଳି ସବୁ କିଛି ପୂରି ରହିଛି ବ୍ରହ୍ମପୁରରେ। ତେଣୁ ବିଜ୍ଞାନ ଗବେଷଣା କେବଳ ୟା ତା ନିବନ୍ଧରୁ କପି ପେଷ୍ଟ୍ ନହୋଇ ମୌଳିକ ଭାବରେ କରିବା ପାଇଁ ଯଥେଷ୍ଟ ସୁଯୋଗ ପୂରି ରହିଛି ବ୍ରହ୍ମପୁରରେ, ବେଶ୍ ହାତ ପାଆନ୍ତାରେ ।

(୨)    ବ୍ରହ୍ମପୁର ଏକ ବାଣିଜ୍ୟ ପେଣ୍ଠ । ବିଭିନ୍ନ ଦୃଷ୍ଟିରୁ ଓଡ଼ିଶାର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ବିବେଚନା କରାଯାଏ ।
 
(୩)    ବ୍ରହ୍ମପୁର ଏକ ମ୍ୟୁନିସିପାଲ କର୍ପୋରେସନ ଏବଂ ଓଡ଼ିଶାର ଅନ୍ୟତମ ସର୍ବପୁରାତନ ସହର ।

(୪)    ଏହାର ଜିଲ୍ଲା ଗଂଜାମ । ଗଂଜାମ ଜିଲ୍ଲାର ପ୍ରାୟତଃ ସବୁ ମହାବିଦ୍ୟାଳୟ ବିଜ୍ଞାନ ମହାବିଦ୍ୟାଳୟ । ଶିକ୍ଷା କ୍ଷେତ୍ରରେ ଏଭଳି ପରମ୍ପରା ଅନ୍ୟ କୌଣସି ଜିଲ୍ଲାରେ ଦେଖାଯାଏ ନାହିଁ । ଗତ ୨୫ ବର୍ଷ ମଧ୍ୟରେ ଦୃଢ଼ୀଭୂତ ହୋଇଥିବା ଏଭଳି ପରମ୍ପରାକୁ ସମ୍ଭବତଃ ଆଇଜର ପ୍ରତିଷ୍ଠା ମାଧ୍ୟମରେ ସ୍ୱୀକୃତି ମିଳିପାରିବ ।
 
(୫)    ଯୋଗାଯୋଗ ଓ ଯାତ୍ରୀ ପରିବହନର ଚମତ୍କାର ସୁବିଧା ରହିଛି ବ୍ରହ୍ମପୁରରେ ।
 
(୬)    ସାମୁଦ୍ରିକ ବିଜ୍ଞାନ, ଜୀବବିଜ୍ଞାନ, ବିପର୍ଯ୍ୟୟ-ବିଜ୍ଞାନ ବିଷୟ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ।
 
(୭)    ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ମଧ୍ୟବର୍ତୀ ସ୍ଥାନ ଏକ ପରିବେଶ ଅନୁକୂଳ ଓ ସ୍ୱାସ୍ଥ୍ୟପ୍ରଦ ଇଲାକା ହୋଇଥିବାରୁ ସେହି ଠାରେ କୌଣସି ସ୍ଥାନରେ ୨୦୦ ଏକର ଜମି ଚିହ୍ନଟ ହେବା ଅଧିକ ପ୍ରାସଙ୍ଗିକ ମନେ ହେଉଛି ।
 
୨୦୧୫-୧୬ ଶିକ୍ଷା ବର୍ଷରୁ ଏହି ଆଇଜର ବା “ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ ଏଣ୍ଡ୍ ରିସର୍ଚ” ଆରମ୍ଭ କରିବାକୁ ଭଂଜବିହାର ପରିସରକୁ ଅସ୍ଥାୟୀ ଭାବେ ବ୍ୟବହାର କରାଯାଇପାରିବ । ଅନ୍ୟ ପକ୍ଷରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଜଣେ ବିଜ୍ଞାନର ଛାତ୍ର ହୋଇଥିବାରୁ ଏବଂ ପ୍ରଗତିଶୀଳ ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତିତ୍ୱ ହୋଇଥିବାରୁ ସେ ଏଭଳି ଜାତୀୟ ଅନୁଷ୍ଠାନକୁ ଅବଶ୍ୟ ସ୍ୱାଗତ କରିବେ । ତେଣୁ ଅସ୍ଥାୟୀ ହତାକୁ ନେଇ କୌଣସି ମତଭେଦ ଉପୁଜିବ ନାହିଁ ବୋଲି ଆମ୍ଭେ ବିଶ୍ୱାସ କରୁ । ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ସେହି ଅଂଚଳର ହୋଇଥିବାରୁ ରାଜନୀତିକ ଗତିବିଧିକୁ ଚୂଡ଼ାନ୍ତ ରୂପରେଖ ଦେବାରେ କୌଣସି ପ୍ରତିବଂଧକ ରହିବ ନାହିଁ । ଯାହା ବାକି ରହିଲା - ଓଡ଼ିଶା ସରକାରଙ୍କ ତୁରନ୍ତ ଯୋଗାଯୋଗ ଓ ନିଷ୍ପତ୍ତି ଗ୍ରହଣ ପ୍ରସଙ୍ଗ । ଦେଖାଯାଉ କେତେ ପରିପକ୍ୱତାର ସହିତ ରାଜ୍ୟସରକାର ଅବଶିଷ୍ଟ କାମକୁ ଆଗେଇ ନେଉଛନ୍ତି? 

ବିମଳପ୍ରସାଦ, ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Loknath Swain said…
This is good news if it is an impact of your post.

Blog is very powerful and can be of use as advocacy tools in case it is being used as in influencer communication process. I am getting mails from you on your blog post.

I read your posts.

Thanking you,

Loknath Swain

PRJankari Digital Marketing Pvt Limited
(An IITBombay incubated social media Company)
Mumbai
MOB : 09833181107/09022777472

Popular posts from this blog

ODIA TYPING EASY in WINDOWS7

TOP 20 WEBSITES of ODISHA