ଜୁନ୍ ୨୦୧୫ରୁ ୱାଇଫାଇ ହଟସ୍ପଟ୍
ଡିଜିଟାଲ ଇଣ୍ଡିଆ ଦିଗରେ ପାଦେ ଆଗକୁ ଯିବାକୁ ଜୁନ୍ ୨୦୧୫ ସୁଦ୍ଧା ଦେଶର ୨୫ଟି ସହରର ବଛାବଛା ସ୍ଥାନରେ ୱାଇଫାଇ ସେବା ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ୩-୪ଟି ୱାଇଫାଇ ସେବା ପ୍ରଦାନକାରୀ କମ୍ପାନୀକୁ ତାଲିକାବଦ୍ଧ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଲକ୍ଷରୁ ବେଶି ଜନସଂଖ୍ୟା ସଂପନ୍ନ ୨୫ଟି ସହର ବ୍ୟତୀତ ବଛାବଛା ପର୍ଯ୍ୟଟନସ୍ଥଳୀରେ ଏହି ସେବା ଆରମ୍ଭ ହେବ । ଏହି ପ୍ରକଳ୍ପକୁ ଦୂରସଂଚାର ବିଭାଗ ଓ ସହରବିକାଶ ମନ୍ତ୍ରାଳୟ ମିଳିତ ଭାବେ କାର୍ଯ୍ୟକାରୀ କରୁଛନ୍ତି । ୱାଇଫାଇ ସେବା ଦ୍ୱାରା ଲୋକମାନେ ନିଜ ସ୍ମାର୍ଟଫୋନ୍, ଟାବ୍, ଲ୍ୟାପଟପ୍ ପିସି ଇତ୍ୟାଦିରେ ଇଂଟରନେଟ୍ ସଂଯୋଗ ମାଗଣାରେ ପାଇପାରିବେ । ଖୁସୀର କଥା ଯେ ଏହି ଯୋଜନାରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ସାମିଲ ଅଛି । ସଂପୃକ୍ତ ଦୂରସଂଚାର କମ୍ପାନୀମାନେ କ୍ରୟାଦେଶ ପାଇବାର ୩ ମାସ ମଧ୍ୟରେ ନେଟୱର୍କ ବିସ୍ତାର ପ୍ରକ୍ରିୟାକୁ ସାରିବେ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ଠାରୁ ଅନୁମତି ହାସଲ କରିବାକୁ ପଡ଼ିବ । ସରକାର ସ୍ୱତନ୍ତ୍ର ଭାବରେ ୨୫ଟି ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱସଂପନ୍ନ ପର୍ଯ୍ୟଟନସ୍ଥଳୀକୁ ୱାଇଫାଇ ହଟସ୍ପଟ୍ କରିବାକୁ ନିଷ୍ପତ୍ତି କରିଛନ୍ତି । ଏଥିରେ ମୁଖ୍ୟତଃ:- ହୁମାୟୁନଙ୍କ ମକବରା, ଲାଲକିଲ୍ଲା, କୁତବ୍ କମ୍ପ୍ଲେକ୍ସ (ଦିଲ୍ଲୀ); ତାଜମହଲ, ଫତ...