ସାର୍କୁଲାର ରେଳ ଗୃହୀତ
ରାଜ୍ୟ ପ୍ରଶାସନ ଏବେ ସ୍ୱୀକାର କରିଛି ଯେ ମନୋରେଳ ନବିଛାଇ ସାର୍କୁଲାର ରେଳରେ ସିଟିଟ୍ରେନ୍ ଚଳାଚଳ ଆରମ୍ଭ କରାଯିବ । ଏଠାରେ ପେଷ୍ଟ୍ କରାଯାଇଥିବା ଖବରକାଗଜର ଉଦ୍ଧୃତାଂଶରୁ ଏହା ପଢ଼ି ପାରିବେ ।
ଆମ୍ଭେ ପ୍ରଥମେ ମନୋରେଳ ସଂକ୍ରାନ୍ତ ଖବର ପଢ଼ିବା ପରେ ୨୦୧୪ ଅଗଷ୍ଟ ୨୬ ତାରିଖରେ ତାହାର ପ୍ରତିବାଦ କରି ବିଭିନ୍ନ ଇ-ଗ୍ରୁପରେ ପତ୍ର ଲେଖିବା ସହ ଫେସବୁକ୍ ନୋଟ୍ ଲେଖିଥିଲୁ। ପରବର୍ତୀ ସମୟରେ ସେହି ନୋଟ୍କୁ ବ୍ଲଗ୍ ଆକାରେ ମଧ୍ୟ ପ୍ରକାଶ କରିଛୁ। ଯାହାକୁ ଆପଣ ପଢ଼ିପାରିବେ ତଳ ଲିଙ୍କ୍ରୁ:-
http://bimalprasad.blogspot.in/2014/09/blog-post_8.html
ତେବେ ପ୍ରକାଶିତ ଖବରରେ ପ୍ରକୃତ ସାର୍କୁଲାର ରେଳ ପ୍ରସଙ୍ଗକୁ ଅଣଦେଖା କରାଯାଇଛି । ବାରଙ୍ଗ-ମେଣ୍ଢାଶାଳ-ଖୋର୍ଧା ଏବଂ ଗଡ଼ମୋଟରୀ-ପିପିଲି-ବାଲିଅନ୍ତା-ବାରଙ୍ଗ ରେଳ ସଂଯୋଗ ବିଷୟରେ କିଛି ବି କୁହାଯାଇ ନାହିଁ । ସର୍ବଭାରତୀୟ ସ୍ତରରେ ଓଡ଼ିଶା ସମ୍ମାନ ପାଇବାକୁ ହେଲେ ଆମକୁ ଗୋଟିଏ ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଟିଏ ଉପସ୍ଥାପନ କରିବାକୁ ପଡ଼ିବ । ଏଣେ ଭୁବନେଶ୍ୱର-କଟକ ମଧ୍ୟରେ ବ୍ୟାପକ ଜନବସତି ଓ ବଜାର ଗଢ଼ି ଉଠୁଥିବା ବେଳେ ତାହା ହେଉଛି ଏକ ବନ୍ୟାପ୍ରବଣ ଅଞ୍ଚଳ । କିନ୍ତୁ ଭୁବନେଶ୍ୱର-ଖୋର୍ଧା ମଧ୍ୟରେ ରହିଥିବା ଅଞ୍ଚଳଟି ଗୋଟାପଣେ ଶୁଖିଲା ଅଞ୍ଚଳ ହୋଇଥିବାରୁ ସେଠାରେ ସହର ସଂପ୍ରସାରଣକୁ ସୁଯୋଗ ଦିଆଯିବା ଦରକାର । ଦେଖିବାକୁ ରହିଲା, ସରକାର ତଥା ପ୍ରଶାସନ ମୁଣ୍ଡରେ ଏହି ମୌଳିକ କଥାଗୁଡ଼ିକୁ କେବେ ଢୁକୁଚି?

ମୂଳ କଥା ହେଉଛି, ଓଡ଼ିଶା ପ୍ରଶାସନ ଜମି ଅଧିଗ୍ରହଣ କରିବା ସହ ଏକ ରେଳବାଇ କମ୍ପାନୀ ଗଢ଼ି ଭାରତୀୟ ରେଳବାଇ କର୍ତୃପକ୍ଷଙ୍କ ଠାରେ ପଞ୍ଜୀକୃତ କରାଇ ଏ ସମସ୍ତ ଯୋଗାଯୋଗ ବ୍ୟବସ୍ଥାକୁ ଜନତାଙ୍କୁ ଭେଟି ଦେଇ ପାରିବ । କିନ୍ତୁ ଏକ ଘରୋଇ କମ୍ପାନୀକୁ ଏହାର ଫିଜିବିଲିଟି ଷ୍ଟଡ଼ି ପାଇଁ ଏତେ ପରିମାଣରେ ଟଙ୍କା ଦେବା ଅନୁଚିତ ମନେ ହେଉଛି ।
#ବିମଳ ପ୍ରସାଦ
#ବିମଳ ପ୍ରସାଦ
ମନ୍ତବ୍ୟଗୁଡିକ