ନୂଆ ଚ୍ୟାନେଲ ନ୍ୟୁଜ୍ ସେଭେନ୍

ଆଜି (୧୬ ଡିସେମ୍ବର ୨୦୧୪, ମଙ୍ଗଳବାର) ଏକ ନୂଆ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ପ୍ରମେୟ ନ୍ୟୁଜ୍ ସେଭେନ୍ (PRAMEYA NEWS7)ର ଟେଷ୍ଟ ସିଗନାଲ ପ୍ରସାରଣର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରର ଜାଗମରା ଠାରେ ଥିବା ଏହାର ନିଜସ୍ୱ ଷ୍ଟୁଡ଼ିଓରୁ ଟେଷ୍ଟ ସିଗନାଲର ଶୁଭାରମ୍ଭ କରିଛନ୍ତି ଡକ୍ଟର ଚନ୍ଦ୍ରଭାନୁ ଶତପଥୀ । ଶିରିଡ଼ି ସାଇବାବାଙ୍କ  ଦର୍ଶନର ଜଣେ ପ୍ରଖ୍ୟାତ ଯାଜକ ଭାବରେ ଡକ୍ଟର ଶତପଥୀ ବେଶ୍ ପରିଚିତ ଓ ଲୋକପ୍ରିୟ । ସଂପ୍ରତି ଦିଲ୍ଲୀ ନିବାସୀ ଡକ୍ଟର ଶତପଥୀ "ଗୁରୁଜୀ' ନାମରେ ଦେଶ ବିଦେଶରେ, ବିଶେଷତଃ ଶିରିଡ଼ି-ସାଇବାବାଙ୍କ ଭକ୍ତ, ଶ୍ରଦ୍ଧାଳୁ ତଥା ଅନୁରାଗୀମାନଙ୍କ ମଧ୍ୟରେ ବେଶ୍ ଗ୍ରହଣୀୟ ଓ  ଆଦୃତ ।

ଏହି ଅବସରରେ ଗୁରୁଜୀଙ୍କର ବାର୍ତ୍ତା ଥିଲା:- ରାଜାରାଜୁଡ଼ା ସମୟରେ ଯାହା ପୁସ୍ତକ ବା ଲେଖା ବାହାରୁଥିଲା, ତାହା କେବଳ ସେମାନଙ୍କ ସ୍ତୁତିଗାନ କରୁଥିଲା । ତଳସ୍ତରର ଲୋକଙ୍କ ସ୍ୱର ତା'ଭିତରେ ଚାପି ହୋଇଯାଉଥିଲା । ଯୁଗ ବଦଳିଛି । ଗଣତନ୍ତ୍ର ଶାସନରେ ତଳସ୍ତରରେ ଥିବା ଜନତା ହିଁ ସବୁଠାରୁ ଅବହେଳିତ । ସେମାନଙ୍କର ସଂଖ୍ୟା ମଧ୍ୟ ବେଶି । ତେଣୁ ପ୍ରମେୟ ନ୍ୟୁଜ୍ ସେଭେନ୍ ଏହି ତଳସ୍ତରରେ ଥିବା ଗରିବ ଓ ଖଟିଖିଆଙ୍କର ସ୍ୱର ହେଉ । ପ୍ରଗତିର ପଥ ଦେଖାଉ ।

୧୬.୧୨.୨୦୧୪ ତାରିଖ ଦିନ ୧ଟା ୬ ମିନିଟରେ ଏହି ଟେଷ୍ଟ ସିଗନାଲ ଶୁଭାରମ୍ଭ କରାଇବା ଅବସରରେ ଚ୍ୟାନେଲର ସଂଖ୍ୟାଧିକ କର୍ମଚାରୀ, ସାମ୍ବାଦିକ ଓ ଶୁଭଚିନ୍ତକ ଉପସ୍ଥିତ ଥିଲେ। ଏହି ଚ୍ୟାନେଲଟି ସୁମ୍ମା ରିଅଲ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ଦ୍ୱାରା ଆରମ୍ଭ କରାଯାଇଛି। ଏହି କମ୍ପାନୀର ମାଲିକ ହେଉଛନ୍ତି ଓଡ଼ିଶାର ଦ୍ୱିତୀୟ ଘରୋଇ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ମନୋଜରଂଜନ ନାୟକ। ସୁମ୍ମା ରିଅଲ ମିଡ଼ିଆକୁ ନେତୃତ୍ୱ ଦେଉଛନ୍ତି ଏହାର ଗ୍ରୁପ୍ ଏଡ଼ିଟର ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର। ଶ୍ରୀ ମହାପାତ୍ର ଏଭଳି ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଯିଏକି ଓଡ଼ିଶାର ୪ଟି ଆଗଧାଡ଼ିର ଖବରକାଗଜର ସଂପାଦକ ରୂପେ କାର୍ଯ୍ୟ କରିବାର ଅଭିଜ୍ଞତା ଅର୍ଜିଛନ୍ତି । ଧରିତ୍ରୀ, ସମ୍ବାଦ ଓ ସମାଜ ପାଇଁ କାର୍ଯ୍ୟ କରିବା ପରେ ସଂପ୍ରତି ୧ ବର୍ଷ ଧରି ପ୍ରମେୟ ଖବରକାଗଜର ସଂପାଦକ ଦାୟିତ୍ୱରେ ଅଛନ୍ତି ।

ପ୍ରମେୟ ନ୍ୟୁଜ୍୭ ଚ୍ୟାନେଲର ମୁଖ୍ୟ ଭାବରେ ଶ୍ରୀ ଅର୍ଧେନ୍ଦୁ ଦାସ କାର୍ଯ୍ୟ କରୁଛନ୍ତି। ସେ ପୂର୍ବରୁ ସମ୍ବାଦ, ଇଟିଭି(ଓଡ଼ିଆ), ଓଟିଭି, କାମ୍ୟାବ୍ ଟିଭିର ନ୍ୟୁଜ୍ ବିଭାଗରେ ବିଭିନ୍ନ ବରିଷ୍ଠ ପଦରେ କାର୍ଯ୍ୟ କରିଛନ୍ତି।  ୪ ବର୍ଷରୁ ଅଧିକ ଦିନ ଧରି ଏହି ଚ୍ୟାନେଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଅଚାନକ ଛତୁ ଫୁଟିଲା ଭଳି ପ୍ରାୟ ୫ଟିରୁ ବେଶି ନୂଆ ଚ୍ୟାନେଲ ଆତ୍ମପ୍ରକାଶ କରିବାରୁ ପ୍ରମେୟ ନ୍ୟୁଜ୍୭ର ଦର୍ଶକୀୟତା ଓ ବଜାର ପ୍ରଭାବିତ ହେବା ଆଶଙ୍କାରେ କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷ ଏହାର ଶୁଭାରମ୍ଭ ନକରିବାକୁ ନିଷ୍ପତ୍ତି ନେଇଥିଲେ।

ଏବେ କେବଳ ଓରଟେଲ କମ୍ୟୁନିକେସନର ଆନାଲଗ୍ ଓ ଡିଜିଟାଲ କେବୁଲରେ ପ୍ରମେୟ ନ୍ୟୁଜ୍୭ ଉପଲବ୍ଧ ହେଉଥିବା ବେଳେ ୨୦୧୫ ଜାନୁଆରି ୨୪ରୁ ଏହାର ପୂର୍ଣାଙ୍ଗ ସାଟେଲାଇଟ୍ ପ୍ରସାରଣ ଆରମ୍ଭ ହେବ ବୋଲି କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି ।
Downlink details: Satellite: INSAT 4A, Frequency: 3756, Symbol rate: 13333, Polarization: H, FEC: 3/4, MPEG4, DVB-S2, FTA ..... Contact: 07077705231

ଏବେ ଇଟିଭି(ଓଡ଼ିଆ), ଓଟିଭି, ନକ୍ଷତ୍ର ନ୍ୟୁଜ୍, କନକ ଟିଭି, କାମ୍ୟାବ୍ ଟିଭି, ଏମ୍.ବି.ସି. ଟିଭି, ଜି କଳିଙ୍ଗ, ଫୋକସ ଓଡ଼ିଶା ଚ୍ୟାନେଲରେ ଓଡ଼ିଆରେ ଖବର ପ୍ରସାରିତ ହେଉଛି। ୪ ବର୍ଷ ତଳେ ନିଜକୁ ସମ୍ଭବତଃ ୭ ନମ୍ବର ସମାଚାର ପ୍ରସାରଣକାରୀ ଚ୍ୟାନେଲ ଭାବରେ ବିବେଚନା କରି ନାମକରଣ ହୋଇଥିଲା, ଯାହାକି ଏବେ ୯ ନମ୍ବର ସମାଚାର ପ୍ରସାରଣକାରୀ ଚ୍ୟାନେଲ ରୂପେ ଆତ୍ମପ୍ରକାଶ କରିବାକୁ ଯାଉଛି। ଅନ୍ୟ ପକ୍ଷରେ କଳିଙ୍ଗ ମିଡ଼ିଆ ଏଂଡ଼ ଏଣ୍ଟରଟେନମେଣ୍ଟ ଲିମିଟେଡ଼ର କଳିଙ୍ଗ ଟିଭି ଆରମ୍ଭ ହେବା ପରେ ଓଡ଼ିଆରେ ଖବର ପ୍ରସାରଣକାରୀ ଚ୍ୟାନେଲ ସଂଖ୍ୟା ଦୁଇ ଅଙ୍କରେ ପହଁଚିବ। ଦେଖାଯାଉ, ଖବର ଅନୁସନ୍ଧାନ ଓ ଉପସ୍ଥାପନା ଦକ୍ଷତାରେ କିଏ ଆଗରେ ରହୁଛି?

ଏବେ ଦେଖାଯାଉଛି ଯେ ତଥାକଥିତ ସାମ୍ବାଦିକତା ଡିଗ୍ରୀଧାରୀ ଚ୍ୟାନେଲ ଚାକିରିଆମାନେ ସହରକୈନ୍ଦ୍ରିକ ହୋଇ ରହୁଛନ୍ତି।  ତେଣୁ ନିପଟ ମଫସଲ ବା ବ୍ଲକ୍ ସ୍ତରର ଖବର ପାଇଁ ସେଇ ବିଏ ଫେଲ୍ ସମ୍ବାଦଦାତା ଓ ଷ୍ଟ୍ରିଙ୍ଗରମାନଙ୍କୁ ହିଁ ଭରସା କରିବାକୁ ପଡୁଛି। ଯାହାକି ମିଡ଼ିଆ ବିକାଶ କ୍ଷେତ୍ରର ଏକ ମନ୍ଦ ଲକ୍ଷଣ ।  ଆସନ୍ତୁ, ଗଣମାଧ୍ୟମର ସୁବିକାଶ ପାଇଁ ନୂଆପିଢ଼ିଙ୍କୁ ଉତ୍ସାହିତ କରିବା । 

ବିମଳପ୍ରସାଦ, ଭୁବନେଶ୍ୱର, bimal.odisha@yahoo.in

ମନ୍ତବ୍ୟଗୁଡିକ

Unknown said…
ANEKA ANEKA SUBHECCHA, BABA NKA ASIRBAD APANKA SANGARE SABU BELE THIBA, MU ASA KARUCHI BAHUT SIGHRA E CHANNEL SIKHARATA RA TOP RE PAHANCHIBA.

BISWAJIT PATTANAIK, BHUBANESWAR
9437176612, 9853240921
Unknown said…
ଦେଖାଯାଉ ଜନସାଧାରଣକ ନିକଟତର ହେବାପାଇଁ ଏହାକୁ କେତେସମୟ ଲାଗୁଛି ....
Unknown said…
Bimal bhai last paragraph ti bhala heichi

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA