ଆଜି (୬ ଏପ୍ରିଲ୍ ୨୦୧୫) ଠାରୁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାନେଲ ରୂପେ ‘ଅଳଙ୍କାର’ ଆତ୍ମପ୍ରକାଶ କରିଛି । ବଂଶୀଧର ପଣ୍ଡା ମିଡ଼ିଆ ପରିବାରର ପଞ୍ଚମ ଚ୍ୟାନେଲ୍ ଭାବରେ ଏହା ସାଟେଲାଇଟ୍ ଚ୍ୟାନେଲ ତାଲିକାରେ ସାମିଲ ହୋଇଛି । ଏବେ ଓଡ଼ିଆ ଚ୍ୟାନେଲ୍ ସଂଖ୍ୟା ୧୬ରେ ପହଁଚିଛି; ଯଥା: ୧.ଦୂରଦର୍ଶନ(ଓଡ଼ିଆ), ୨.କଲର୍ସ(ଓଡ଼ିଆ)[ଯାହାକି ଆଗରୁ ‘ଇଟିଭି-ଓଡ଼ିଆ’ ଥିଲା], ୩.ଓଟିଭି, ୪.ନକ୍ଷତ୍ର ନ୍ୟୁଜ୍, ୫.କାମ୍ୟାବ୍, ୬.ତରଙ୍ଗ, ୭.କନକ ଟିଭି, ୮.ଏମ୍.ବି.ସି. ଟିଭି, ୯.ତରଙ୍ଗ ମ୍ୟୁଜିକ୍, ୧୦.ପ୍ରାର୍ଥନା, ୧୧.ସାର୍ଥକ ଟିଭି, ୧୨.ମୁଁ ଓଡ଼ିଆ, ୧୩.ଜି କଳିଙ୍ଗ, ୧୪.ଫୋକସ୍ ଓଡ଼ିଶା, ୧୫. ପ୍ରମେୟ ନ୍ୟୁଜ୍୭, ୧୬.ଅଳଙ୍କାର । ଅଳଙ୍କାର ଚ୍ୟାନେଲ୍ କେବଳ ଚଳଚ୍ଚିତ୍ର ପ୍ରଦର୍ଶନ କରିବ । ତେଣୁ ଏହା ଓଡ଼ିଆରେ ପ୍ରଥମ ଚଳଚ୍ଚିତ୍ର ଚ୍ୟାନେଲ । ସେହି ଭଳି ଏହି ଗ୍ରୁପ୍ ର ‘ତରଙ୍ଗ’ ହେଉଛି ପ୍ରଥମ ୨୪-ଘଂଟିଆ ମନୋରଂଜନ ଚ୍ୟାନେଲ୍, ପ୍ରାର୍ଥନା ପ୍ରଥମ ଧାର୍ମିକ ଚ୍ୟାନେଲ । ସେହି ଭଳି ତରଙ୍ଗ ମ୍ୟୁଜିକ୍ ପ୍ରଥମ ସଂଗୀତ ଚ୍ୟାନେଲ୍ ଭାବରେ ଓଡ଼ିଆ ଦର୍ଶକମାନଙ୍କ ପାଇଁ ବଂଶୀଧର ପଣ୍ଡା ମିଡ଼ିଆ ପରିବାରର ଏକ ଅଭିନବ ଅବଦାନ । ପରବର୍ତୀ ସମୟରେ ମୁଁ ଓଡ଼ିଆ ଆତ୍ମପ୍ରକାଶ କରିଥିଲା ଦ୍ଵିତୀୟ ସଂଗୀତ ଚ୍ୟାନେଲ୍ ଭାବରେ ୨୦୧୪ରେ ଏମ୍.ବି.ସି. ଟିଭି କମ୍ପାନୀରୁ। ଅଳଙ୍କାର ଚ୍ୟାନେଲ୍କୁ ସାଟେଲାଇଟ୍ରୁ ଡାଉନଲିଙ୍କ୍ କରିବାର ତଥ୍ୟ ହେଲା: Sattelite: I...
ମନ୍ତବ୍ୟଗୁଡିକ