ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାନେଲ୍

ଆଜି (୬ ଏପ୍ରିଲ୍‌ ୨୦୧୫) ଠାରୁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଚ୍ୟାନେଲ ରୂପେ ‘ଅଳଙ୍କାର’ ଆତ୍ମପ୍ରକାଶ କରିଛି । ବଂଶୀଧର ପଣ୍ଡା ମିଡ଼ିଆ ପରିବାରର ପଞ୍ଚମ ଚ୍ୟାନେଲ୍ ଭାବରେ ଏହା ସାଟେଲାଇଟ୍ ଚ୍ୟାନେଲ ତାଲିକାରେ ସାମିଲ ହୋଇଛି । ଏବେ ଓଡ଼ିଆ ଚ୍ୟାନେଲ୍ ସଂଖ୍ୟା ୧୬ରେ ପହଁଚିଛି; ଯଥା: ୧.ଦୂରଦର୍ଶନ(ଓଡ଼ିଆ), ୨.କଲର୍ସ(ଓଡ଼ିଆ)[ଯାହାକି ଆଗରୁ ‘ଇଟିଭି-ଓଡ଼ିଆ’ ଥିଲା], ୩.ଓଟିଭି, ୪.ନକ୍ଷତ୍ର ନ୍ୟୁଜ୍, ୫.କାମ୍ୟାବ୍, ୬.ତରଙ୍ଗ, ୭.କନକ ଟିଭି, ୮.ଏମ୍.ବି.ସି. ଟିଭି, ୯.ତରଙ୍ଗ ମ୍ୟୁଜିକ୍, ୧୦.ପ୍ରାର୍ଥନା, ୧୧.ସାର୍ଥକ ଟିଭି, ୧୨.ମୁଁ ଓଡ଼ିଆ, ୧୩.ଜି କଳିଙ୍ଗ, ୧୪.ଫୋକସ୍ ଓଡ଼ିଶା, ୧୫. ପ୍ରମେୟ ନ୍ୟୁଜ୍୭, ୧୬.ଅଳଙ୍କାର

ଅଳଙ୍କାର ଚ୍ୟାନେଲ୍ କେବଳ ଚଳଚ୍ଚିତ୍ର ପ୍ରଦର୍ଶନ କରିବ । ତେଣୁ ଏହା ଓଡ଼ିଆରେ ପ୍ରଥମ ଚଳଚ୍ଚିତ୍ର ଚ୍ୟାନେଲ । ସେହି ଭଳି ଏହି ଗ୍ରୁପ୍ ର ‘ତରଙ୍ଗ’ ହେଉଛି ପ୍ରଥମ ୨୪-ଘଂଟିଆ ମନୋରଂଜନ ଚ୍ୟାନେଲ୍, ପ୍ରାର୍ଥନା ପ୍ରଥମ ଧାର୍ମିକ ଚ୍ୟାନେଲ । ସେହି ଭଳି ତରଙ୍ଗ ମ୍ୟୁଜିକ୍ ପ୍ରଥମ ସଂଗୀତ ଚ୍ୟାନେଲ୍ ଭାବରେ ଓଡ଼ିଆ ଦର୍ଶକମାନଙ୍କ ପାଇଁ ବଂଶୀଧର ପଣ୍ଡା ମିଡ଼ିଆ ପରିବାରର ଏକ ଅଭିନବ ଅବଦାନ । ପରବର୍ତୀ ସମୟରେ ମୁଁ ଓଡ଼ିଆ ଆତ୍ମପ୍ରକାଶ କରିଥିଲା ଦ୍ଵିତୀୟ ସଂଗୀତ ଚ୍ୟାନେଲ୍‌ ଭାବରେ ୨୦୧୪ରେ ଏମ୍‌.ବି.ସି. ଟିଭି କମ୍ପାନୀରୁ।

ଅଳଙ୍କାର ଚ୍ୟାନେଲ୍‌କୁ ସାଟେଲାଇଟ୍‌ରୁ ଡାଉନଲିଙ୍କ୍ କରିବାର ତଥ୍ୟ ହେଲା: Sattelite: INSAT 4A, Position: 83°East, Frequency: 3841 H, System: MPEG-4 DVB-S, Symbol rate: 6920, FEC: 7/8, Encryption: Irdeto


ଓଡ଼ିଆ ଚ୍ୟାନେଲ୍ ଇତିହାସରେ ୩ଟି ଚ୍ୟାନେଲ୍ ସମୟଚକ୍ରରେ ତିଷ୍ଠି ପାରି ନାହିଁ । ସେଗୁଡ଼ିକ ହେଉଛି:- ମନୋରଂଜନ ଧର୍ମୀ ଚ୍ୟାନେଲ ‘ଲକ୍ଷ୍ୟ ଏଣ୍ଟରଟେନଣ୍ଟ’, ସଂଗୀତ ଚ୍ୟାନେଲ୍ ‘ଜୋଶ୍ ଟିଭି’, ଏବଂ ଖବର ଚ୍ୟାନେଲ୍ ‘ଏସ୍.ଟିଭି ସମାଚାର’ । ଅତଏବ ଏବେ ସୁଦ୍ଧା ୧୯ଟି ସାଟେଲାଇଟ୍ ଓଡ଼ିଆ ଚ୍ୟାନେଲକୁ ଦର୍ଶକମାନେ ଦେଖିବାର ସୁଯୋଗ ପାଇଛନ୍ତି । ଅବଶ୍ୟ ଖୁବ୍ ଶୀଘ୍ର ଇଟିଭି ନ୍ୟୁଜ୍(ଓଡ଼ିଆ) ଆରମ୍ଭ ହୋଇଯିବା ପରେ ଚ୍ୟାନେଲ୍ ଗଣନା ୧୭ରେ ପହଁଚିବ ।

ଇତିହାସକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଆଉ କେତେକ ଚ୍ୟାନେଲ୍ ଆରମ୍ଭ ହେବାର ହାୱା ହୋଇଥିଲେ ବି ଆଦୌ କିଛି ହେଲା ନାହିଁ । ସେଗୁଡ଼ିକର ନାମୋଲ୍ଲେଖ ଏଠାରେ ଅନାବଶ୍ୟକ । ତେବେ ଓଡ଼ିଶାରେ ଚ୍ୟାନେଲ କରିବାରେ ଉଦ୍ୟୋଗୀ ହିସାବରେ ଇଂଜିନିୟର ପ୍ରଭାତ ରଂଜନ ମଲ୍ଲିକ ଓଡ଼ିଆ ଗଣମାଧ୍ୟମ ଇତିହାସରେ ଅଗ୍ରଗଣ୍ୟ ହୋଇ ରହିବେ । କାରଣ କୌଣସି ମିଡ଼ିଆ ଅଭିଜ୍ଞତା ନଥାଇ, କୌଣସି ପ୍ରକାର ନାଟତାମସା ବା କ୍ୟାସେଟ୍ କମ୍ପାନୀର ଅଥବା କୌଣସି କେବୁଲ କମ୍ପାନୀର ମାଲିକ ନହୋଇ ମଧ୍ୟ ଓଡ଼ିଆରେ ପ୍ରଥମ ନ୍ୟୁଜ୍ ଚ୍ୟାନେଲ ଆରମ୍ଭ କରି ରାଜ୍ୟରେ ଅନ୍ୟ ସମମାନସିକତା ସମ୍ପନ୍ନ ଉଦ୍ୟୋଗୀମାନଙ୍କ ମଧ୍ୟରେ ସାହସ ବଢ଼ାଇଛନ୍ତି । କାରଣ ବଂଶୀଧର ପଣ୍ଡା ମିଡ଼ିଆ ପରିବାରର କେବୁଲ ସେବା ଯୋଗାଣକାରୀ କମ୍ପାନୀ ଓରଟେଲ୍ କମ୍ୟୁନିକେସନର ଏକଚାଟିଆ କାରବାର ଓ ବାହୁବଳକୁ ବରଦାସ୍ତ କରି ଓଡ଼ିଆରେ ଏକ ଚ୍ୟାନେଲ୍ ଠିଆ କରିବା ଏକ ସହଜ କଥା ନଥିଲା। ଏକଦା ଏକ ସଂଗେ ଟିଭି କେବୁଲ ଓ ଚ୍ୟାନେଲ ବ୍ୟବସାୟରେ ପୁଞ୍ଜିନିବେଶ ପାଇଁ ଅଂଟା ଭିଡ଼ିଥିବା ଇଷ୍ଟର୍ନ ମିଡ଼ିଆ ଲିମିଟେଡ ମଧ୍ୟ ଓରଟେଲ୍ କମ୍ୟୁନିକେସନର ବାହୁବଳ ଆଗରେ ହାର ମାନିଥିଲା । ଫଳରେ ତାହାର ଅନ୍ୟତମ ମିଡ଼ିଆ ଅବଦାନ କନକ ଟିଭି, ଆତ୍ମପ୍ରକାଶ କରିବା ବିଳମ୍ବିତ ହେଲା ।

ମନୋରଂଜନଧର୍ମୀ ଟିଭି ଚ୍ୟାନେଲ ଖୋଲିବାରେ ସୀତାରାମ ଅଗ୍ରୱାଲ ମଧ୍ୟ ଅଗ୍ରସ୍ମରଣୀୟ ହୋଇ ରହିବେ । ସାର୍ଥକ ଟିଭି ତାଙ୍କର ଏକ ଅନବଦ୍ୟ ସୃଷ୍ଟି । ଯାହାକି ପ୍ରଥମେ ଓଲିଉଡ଼୍ ଟିଭି ନାମରେ ଏକ କେବୁଲ ଚ୍ୟାନେଲ ରୂପେ ଜନ୍ମ ନେଇ ଦ୍ରୁତ ଲୋକପ୍ରିୟତା ପାଇଥିଲା । ପରେ ସୀତାରାମ ନିଜ ପୁଅ ସାର୍ଥକଙ୍କ ନାମରେ ତାହାକୁ ସାଟେଲାଇଟ୍ ଚ୍ୟାନେଲ କଲେ । ହେଲେ ଓଲିଉଡ୍ ଟିଭିକୁ ଦର୍ଶକ ଝୁରି ହେଉଥିବା ଜାଣିବା ପରେ ତାହାକୁ କେବୁଲରେ ପୁଣି ଆରମ୍ଭ କରିଛନ୍ତି । ଯାହାକି ଖୁବ୍ ଶୀଘ୍ର ତାଙ୍କର ଦ୍ୱିତୀୟ ସାଟେଲାଇଟ୍ ଚ୍ୟାନେଲର ପରିଚୟ ପାଇବ । ସୀତାରାମଙ୍କ ବାପା ସତ୍ୟନାରାୟଣ ଅଗ୍ରୱାଲ ହେଉଛନ୍ତି ବାସ୍ତବରେ ଜଣେ କୃତବିଦ୍ୟ ଓଡ଼ିଆ । ସେ “ଜଗନ୍ନାଥ ଇଲେକ୍ଟ୍ରୋନିକ୍ସ” (ଜେ.ଇ.) ନାମରେ କ୍ୟାସେଟ୍ କମ୍ପାନୀ ଗଢ଼ି ଓଡ଼ିଆ ସଂଗୀତକୁ ପୃଷ୍ଠପୋଷକତା କରିବା ସହ ଅନେକ ପାରମ୍ପରିକ ସଂଗୀତକୁ ବଂଚେଇ ରଖିବାରେ ଅଶେଷ ଅବଦାନ ରଖିଛନ୍ତି । ସମ୍ଭବତଃ ଓଡ଼ିଶା ସାହିତ୍ୟ ଏକାଡେମୀ ଅବା ଓଡ଼ିଶା ସଂଗୀତନାଟକ ଏକାଡେମୀ ପକ୍ଷରୁ ସେ କେବେ ସମ୍ବର୍ଧିତ ହୋଇନାହାନ୍ତି ।

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

TOP 20 WEBSITES of ODISHA