ନଗରନିକାୟ ନିର୍ବାଚନ ୭ ଏପ୍ରିଲ୍ ୨୦୧୫ ମଂଗଳବାର

୭ ଏପ୍ରିଲ୍ ୨୦୧୫ ମଙ୍ଗଳବାରରେ ପାରାଦ୍ୱୀପ, ସୁନାବେଡ଼ା, ଓ ବେଲପାହାଡ଼ ପୌରପାଳିକା ଏବଂ ରେଢ଼ାଖୋଲ, ବାଲିମେଳା, ଦଶପଲ୍ଲା, ତୁଷୁରା, ଓ ଧର୍ମଗଡ଼ ଅଧିସୂଚିତ କ୍ଷେତ୍ର ପରିଷଦରେ ଭୋଟ୍ ଗ୍ରହଣ । 


ଭୋଟର ତାଲିକାରେ ନାମ ଥାଇ ସୁଦ୍ଧା ଆପଣଙ୍କର ଭୋଟର ପରିଚୟପତ୍ର ନଥିଲେ ଆପଣ ଅନ୍ୟ ୨୨ଟି ଦସ୍ତାବିଜକୁ ପ୍ରମାଣ ରୂପେ ଦେଖାଇ ଭୋଟ୍ ଦେଇ ପାରିବେ । ଯଥା: ୧. ପାସପୋର୍ଟ, ୨. ଡ୍ରାଇଭିଂ ଲାଇସେନ୍ସ, ୩. ପାନ୍ କାର୍ଡ଼, ୪. କର୍ମଚାରୀ ପରିଚୟପତ୍ର, ୫. ବ୍ୟାଙ୍କ୍ ବା ଡାକଘର ପାସବୁକ୍, କିଷାନ ବିକାଶ ପତ୍ର, ଜାତୀୟ ସଂଚୟ ସାର୍ଟିଫିକେଟ୍; ୬. ରେସନକାର୍ଡ଼ ବା ବିପିଏଲ୍ କାର୍ଡ଼, ୭. କ୍ଷମତାପ୍ରାପ୍ତ ଅଧିକାରୀ ଦେଇଥିବା ଜାତି ପ୍ରମାଣପତ୍ର, ୮. ବିଦ୍ୟାର୍ଥୀ ପରିଚୟପତ୍ର, ୯. ଜମି ପାସବହି, ପଟ୍ଟା ବା ଫଟୋଯୁକ୍ତ ରେଜିଷ୍ଟ୍ରେସନ ଦଲିଲ, ୧୦. ବନ୍ଧୁକ ଲାଇସେନ୍ସ ଆଦି, ୧୧. ପେନସନ୍ ଅର୍ଡ଼ର ବା କାଗଜାତ, ୧୨. ପରିବହନ ବିଭାଗ କଣ୍ଡକ୍ଟର ଲାଇସେନ୍ସ, ୧୩. ପୂର୍ବତନ ସାମରିକ କର୍ମଚାରୀ/ବିଧବା ଭତ୍ତା ପ୍ରମାଣପତ୍ର, ୧୪. ରେଳଗାଡ଼ି ପାସ୍/ ବସ୍ ପାସ୍, ୧୫. ଭିନ୍ନକ୍ଷମ ପ୍ରମାଣପତ୍ର, ୧୬. ସ୍ୱାଧୀନତା ସଂଗ୍ରାମୀ ପରିଚୟପତ୍ର, ୧୭. ଟେଲିଫୋନ୍ ବିଲ୍, ୧୮. ବିଦ୍ୟୁତ୍ ବିଲ୍, ୧୯. ପାଣି ବିଲ୍, ୨୦. ସବୁଜପତ୍ରିକା(ଗ୍ରୀନ୍ କାର୍ଡ଼), ୨୧. ଆଧାର କାର୍ଡ଼, ୨୨. ପ୍ରିଜାଇଡିଂ ଅଧିକାରୀ ରାଜି ହେଉଥିବା ଅନ୍ୟ କୌଣସି ପ୍ରମାଣ ।
 

ନିଶ୍ଚୟ ଭୋଟ୍ ଦିଅନ୍ତୁ... ଗଣତନ୍ତ୍ରକୁ ସମ୍ମାନ ଦିଅନ୍ତୁ ।

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

TOP 20 WEBSITES of ODISHA