ରେଳ ବଜେଟ୍ ୨୦୧୫-୧୬ ମୁଖ୍ୟାଂଶ
ଆଜି ୨୬ ଫେବୃଆରି ୨୦୧୫ , ଅପରାହ୍ଣରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୂ ସଂସଦର ମିଳିତ ଅଧିବେଶନରେ ରେଳ ବଜେଟ୍ ୨୦୧୫ - ୧୬ ଉପସ୍ଥାପନ କରିଛନ୍ତି । ଚାଟାର୍ଡ଼ ଆକାଉଁଟାଣ୍ଟରୁ ରାଜନେତା ହୋଇଥିବା ଶ୍ରୀ ପ୍ରଭୂ ତାଙ୍କର ପ୍ରଥମ ପୂର୍ଣାଙ୍ଗ ରେଳ ବଜେଟରେ ଯାତ୍ରୀମାନଙ୍କ ସୁବିଧାସୁଯୋଗ , ସୁରକ୍ଷା ଉପରେ ଧ୍ୟାନ ଦେବା ସହ ରେଳଗାଡ଼ିର ବେଗ ବୃଦ୍ଧି ପାଇଁ ପ୍ରସ୍ତୁତି ଉପରେ ଜୋର୍ ଦେଇଛନ୍ତି । ରେଳ ବଜେଟର ମୁଖ୍ୟାଂଶ ତଳେ ଦିଆଗଲା :- ୧ . ପ୍ରଥମ କରି ରେଳ ବଜେଟରେ କୌଣସି ନୂଆ ଟ୍ରେନ୍ ପ୍ରଚଳନର ଘୋଷଣା ହୋଇନାହିଁ । ୨ . ପ୍ରଥମ ଥର ପାଇଁ ରେଳବାଇରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଏକ ସ୍ପଷ୍ଟ ନୀତି ପ୍ରଣୀତ ହୋଇଛି । ଆଧୁନିକୀକରଣ ଓ ପ୍ରଯୁକ୍ତିଗତ ଉନ୍ନତିସାଧନ ଉପରେ ନୀତି ପକ୍କା ହୋଇଛି । ସୂଚନା ପ୍ରଯୁକ୍ତି ( ଆଇଟି ) ର ବ୍ୟାପକ ପ୍ରୟୋଗ ଉପରେ ବଜେଟ୍ ଉଦ୍ଘୋଷଣା କରିଛି । ୩ . ଯାତ୍ରୀ ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ । ଯାତ୍ରୀ ଭଡ଼ାରେ ଦିଆଯାଉଥିବା ରିହାତି ଅନ୍ୟ ଦେଶ ତୁଳନାରେ ଅଧିକ ହୋଇଥିବା ବେଳେ ମାଲ୍ ପରିବହନର ଭଡ଼ା ବୃଦ୍ଧି କରି ତାହାକୁ ଭରଣା କରାଯାଉଛି । ତେଣୁ କୋଇଲା ଓ ସିମେଣ୍ଟ ଭଳି ସାମଗ୍ରୀର ପରିବହନ ଭ...