ବ୍ୟାଙ୍କରେ ବେପାର ବନ୍ଦ

ଜାନୁଆରି ୧୪ରୁ ୧୭ ତାରିଖ ଯାଏଁ ବ୍ୟାଙ୍କରେ ବେପାର ବନ୍ଦ, ଜାଣିଛନ୍ତି କି?
ଯଦି ଉପର ପ୍ରଶ୍ନରେ ଆପଣଙ୍କ ଉତ୍ତର ‘ନାହିଁ’, ତେବେ ତଳ ଅନୁଛେଦ ପଢ଼ନ୍ତୁ
 
ଆଜିକାଲି ଅନ୍-ଲାଇନ୍ କାରବାର ବଢ଼ିଥିଲେ ସୁଦ୍ଧା ଚେକ୍ ଓ ଡିମାଣ୍ଡ୍ ଡ୍ରାଫ୍ଟର କାରବାର ମଧ୍ୟ ଜାରି ରହିଛି । ଚେକ୍ ଓ ଡିମାଣ୍ଡ୍ ଡ୍ରାଫ୍ଟ ଯଦି ବ୍ୟାଙ୍କ୍ ସଂଗଠନର କ୍ଲିୟରି ହାଉସ୍ ଜରିଆରେ ଆପଣଙ୍କ ଆକାଉଁଟକୁ ଟଙ୍କା ରୂପରେ ଆସିବାର ଥାଏ, ତେବେ ସେଥିରେ ଆପଣଙ୍କୁ ସମସ୍ୟା ହେବ ଜାନୁଆରି ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ । ଅର୍ଥାତ୍ ଏହି ୪ ଦିନ ମଧ୍ୟରେ ଆପଣ ଯେବେ ବି ଚେକ୍ ବା ଡ୍ରାଫ୍ଟ୍ ଜମା କରିଥାଆନ୍ତୁ, ତାହା କେବଳ ୧୮ ତାରିଖରେ ହିଁ ନଗଦ ଅର୍ଥରେ ରୂପାନ୍ତରିତ ହୋଇ ପାରିବ । ଏହାର କାରଣ, ଜାତୀୟକରଣ ବ୍ୟାଙ୍କ୍ ଗୁଡ଼ିକର କ୍ଲିୟରିଂହାଉସ୍ ରହିଛି ଚେନ୍ନାଇରେ ଏବଂ ସେହି ୪ ଦିନ ସେଠାରେ ପୋଙ୍ଗଲ ମହାପର୍ବ ପାଇଁ ଛୁଟି ହୋଇଯାଏ । ତେଣୁ ସାରା ଭାରତକୁ ତଣ୍ଡ ଭୋଗିବାକୁ ପଡ଼େ । ଦେଶର ରାଜଧାନୀ ଠାରୁ ଦୂରରେ ଥାଇ ବି ଚେନ୍ନାଇ ବା ତାମିଲନାଡୁ ରାଜ୍ୟ ଖୁବ୍ ପ୍ରଭାବଶାଳୀ ।


ଏବେ ଆପଣଙ୍କର ଆଣ୍ଟିନା ଘୂରାନ୍ତୁ, ଯେଉଁ ସଂକେତ ବା ସୂଚନା ପାଉଛନ୍ତି, ତାହାକୁ ଏହି ସୂଚନା ସହ ମିଳାନ୍ତୁ; ଯଦି ଆମ୍ଭ କଥାରେ ସତ୍ୟତା ଅଛି, ତେବେ ନିଜ କାରବାର ପାଇଁ ଏବେଠୁ ସତର୍କ ହୁଅନ୍ତୁ, ନଚେତ୍ ସଂଗ୍ରାମ କରନ୍ତୁ । ସେବା ନିହାତି ସାର୍ବଜନୀନ ହେବା କଥା। ତେଣୁ ବିକଳ୍ପ ବ୍ୟବସ୍ଥା ହେବା ଜରୁରୀ । ତେବେ ବିକଳ୍ପ କ’ଣ ଓ କିପରି ହେବ, ତାହା ଆପଣ ଚିନ୍ତା କରନ୍ତୁ ।

ବିମଳପ୍ରସାଦ, କଥା ହୁଅନ୍ତୁ: ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA