୫୨ ଡାକ୍ତର ବହିଷ୍କୃତ

୨୪ ଡିସେମ୍ବର ୨୦୧୪ରେ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ଜାରି କରି ରାଜ୍ୟର ୫୨ ଜଣ ସରକାରୀ ଚାକିରି କରିଥିବା ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି । ଏ ସଂକ୍ରାନ୍ତରେ ୧୩ ଜାନୁଆରି ୨୦୧୫ରେ ବିଭାଗୀୟ ଅତିରିକ୍ତ ଶାସନସଚିବ ଏକ ଖବରକାଗଜ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି (ଦ୍ରଷ୍ଟବ୍ୟ: ପ୍ରମେୟ, ୧୬ ଜାନୁଆରି ଶୁକ୍ରବାର, ପୃଷ୍ଠା-୯) । ଦୀର୍ଘ ଅନୁପସ୍ଥିତି କାରଣରୁ ସେମାନଙ୍କୁ ବିଭାଗ ଚେତାବନୀ ଦେଇଥିଲା । କିନ୍ତୁ ସେମାନେ କୌଣସି ଜବାବ ନଦେଇ ନିରୁଦ୍ଦିଷ୍ଟ ରହିବାରୁ ସରକାର ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଲେ । ଏଥର ଯେଉଁମାନେ ବହିଷ୍କୃତ ହୋଇଛନ୍ତି, ସେମାନେ କେଉଁଠି କେଉଁ ପଦରେ ଥିଲେ, ତହିଁର ସଂପୂର୍ଣ ତାଲିକା ତଳେ:-

୧. ଡା. ଆଭାରାଣୀ ପଟ୍ଟନାୟକ, ଶିଶୁରୋଗ-ଚିକିତ୍ସା ବିଶେଷଜ୍ଞ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ମଣିଜଙ୍ଗା, ଜଗତସିଂହପୁର
୨. ଡା. ଅକ୍ଷୟକୁମାର ପଣ୍ଡା, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ମାଥିଲି, ମାଲକାନଗିରି
୩. ଡା. ଆଲାଡ୍ରିନ୍ ଆଂଥୋନୀ ଡୁଙ୍ଗଡୁଙ୍ଗ୍, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ରୁନୁଗାଁ, ସୁନ୍ଦରଗଡ଼
୪. ଡା. ଆଲୋକ ସାମନ୍ତରାୟ, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ଭବାନୀପାଟଣା, କଳାହାଣ୍ଡି
୫. ଡା. ଅମିତ ପ୍ରଧାନ, ସହାୟକ ଚିକିତ୍ସକ, ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, କଳାହାଣ୍ଡି
୬. ଡା. ଆରାଧନା ପାଣିଗ୍ରାହୀ, ସହାୟକ ଚିକିତ୍ସକ (ସି.ଡି.ଏମ୍.ଓ. କଳାହାଣ୍ଡିଙ୍କ କ୍ଷମତା ଦ୍ୱାରା ନିଯୁକ୍ତ)
୭. ଡା. ଅରୁଣକୁମାର ସିଂହ, ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଖୁଂଟା, ମୟୂରଭଂଜ
୮. ଡା. ବସନ୍ତକୁମାର ଭୂୟାଁ, ସହାୟକ ଚିକିତ୍ସକ, ଅତିରିକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କୁମ୍ଭୀକୋଟା, ରାୟଗଡ଼ା
୯. ଡା. ବଂଶୀଧର ତରାଇ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ),କୁଡୁମୁଲୁଗୁମ୍ମା, ମାଲକାନଗିରି
୧୦. ଡା. ବିନୟକୁମାର ବସ୍ତିଆ, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ନୂଆପଡ଼ା
୧୧. ଡା. ବିନୋଦିନୀ ପାତ୍ର, ସହାୟକ ଚିକିତ୍ସକ, ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, କଳାହାଣ୍ଡି
୧୨. ଡା. ବୀରେନ୍ଦ୍ରକୁମାର ନାୟକ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ରୁଗୁଡ଼ାବାଇ, ରାୟଗଡ଼ା
୧୩. ଡା. ଚିନ୍ମୟ କୁମାର ମଲ୍ଲିକ, ସହାୟକ ଚିକିତ୍ସକ, ଔଷଧ ବିତରଣକେନ୍ଦ୍ର, ଗୁପ୍ତି, କେନ୍ଦ୍ରାପଡ଼ା
୧୪. ଡା. ଦେବଯାନୀ ପଟ୍ଟନାୟକ, ସହାୟକ ଚିକିତ୍ସକ, ଅତିରିକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଅଦାଗାଁ, ବରଗଡ଼
୧୫. ଡା. ଦେବଜ୍ୟୋତି ମହାନ୍ତି, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଚୁଡ଼ାପାଲି, ବଲାଙ୍ଗିର
୧୬. ଡା. ଦୀପକ କୁମାର ମହାନ୍ତି, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ଗୋରଖପୁର, ରାୟଗଡ଼ା
୧୭. ଡା. ଗୋପାଳଚନ୍ଦ୍ର ପଣ୍ଡା, ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବିଜେପୁର, ସମ୍ବଲପୁର
୧୮. ଡା. ଜଗଦୀଶ ରଥ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ରେଖାପଦର, ରାୟଗଡ଼ା
୧୯. ଡା. ଯଯାତି କେଶରୀ ପାଢ଼ୀ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଡ଼ିଆ, ମାଲକାନଗିରି
୨୦. ଡା. ଜିତେନ୍ଦ୍ରନାରାୟଣ ସେନାପତି, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ନୂଆପାଟଣା, କଟକ
୨୧. ଡା. କମଳପ୍ରସାଦ ଅଗ୍ରୱାଲ, ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବହଳଦା, ମୟୁରଭଂଜ
୨୨. ଡା. ଲାଲମୋହନ ହୋ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ଏମ୍.ଭି.-୫୫, ମାଲକାନଗିରି
୨୩. ଡା. ଲତିକା ସାହୁ, ସହାୟକ ଚିକିତ୍ସକ, ଆର୍.ଡବ୍ଲୁ.ଏଫ୍.ସି., ବାରଖମା, କନ୍ଧମାଳ
୨୪. ଡା. ଲୀଳାବତୀ ଟୋପୋ, ସହାୟକ ଚିକିତ୍ସକ, ଉପଖଣ୍ଡ ଚିକିତ୍ସାଳୟ, ଧର୍ମଗଡ଼, କଳାହାଣ୍ଡି
୨୫. ଡା. ମଧୁସ୍ମିତା ଜେନା, ଅଧ୍ୟାପକ, ବୀରସୁରେନ୍ଦ୍ରସାଏ ଭେଷଜ ମହାବିଦ୍ୟାଳୟ, ବୁର୍ଲା, ସମ୍ବଲପୁର
୨୬. ଡା. ମମତା ଦାସ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ଜିଲ୍ଲା ଚିକିତ୍ସାଳୟ, ଫୁଲବାଣୀ
୨୭. ଡା. ମାନସକୁମାର ପାତ୍ର, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ପଦ୍ମପୁର, ରାୟଗଡ଼ା
୨୮. ଡା. ମିଥିଲେଶ କୁମାର ଗୁପ୍ତା, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ସୁନ୍ଦରଗଡ଼
୨୯. ଡା. ନୟନରଂଜନ ନନ୍ଦ, ସହାୟକ ଚିକିତ୍ସକ, ଏମ୍.ଏଚ୍.ୟୁ., ଗୁଡ଼ାରି, ରାୟଗଡ଼ା
୩୦. ଡା. ପାପିଆ ଦାସ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ବଡ଼ଖରିଡ଼ା, ଗଂଜାମ
୩୧. ଡା. ପାର୍ଥପ୍ରତିମ ନାଏକ, ଅଧ୍ୟାପକ, ପ୍ରସୂତୀ ଓ ସ୍ତ୍ରୀରୋଗ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ବ୍ରହ୍ମପୁର
୩୨. ଡା. ପ୍ରଦୀପ କୁମାର ପାଣିଗ୍ରାହୀ, ପ୍ରସୂତୀ ଓ ସ୍ତ୍ରୀରୋଗ ବିଶେଷଜ୍ଞ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରା.ଉଦୟଗିରି, ଗଜପତି
୩୩. ଡା. ପୂର୍ଣିମା ବିଶ୍ୱାଳ, ସହାୟକ ଚିକିତ୍ସକ, ଉପଖଣ୍ଡ ଚିକିତ୍ସାଳୟ, ଆଠଗଡ଼, କଟକ
୩୪. ଡା. ପୁରୁଷୋତ୍ତମ ଅଗରୱାଲ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କୁଡୁମୁଲୁଗୁମ୍ମା, ମାଲକାନଗିରି
୩୫. ଡା. ପୁଷ୍ପଲତା ଅାଗ୍ରିଆ, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ନୂଆପଡ଼ା
୩୬. ଡା. ରଘୁନାଥ ମହାପାତ୍ର, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କୁନ୍ଦୁଲି, କୋରାପୁଟ
୩୭. ଡା. ରଶ୍ମି ସେଠୀ, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ମାଲକାନଗିରି
୩୮. ଡା. ରୂପେଶ କୁମାର ଜୈନ, ସହାୟକ ଚିକିତ୍ସକ, ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜୟପାଟଣା, କଳାହାଣ୍ଡି
୩୯. ଡା. ଏସ୍. ସନ୍ତୋଷକୁମାର ଦୋରା, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ସୁଡ୍ରୁକୁମ୍ପା, କନ୍ଧମାଳ
୪୦. ଡା. ସମରଜିତ ବିଶୋଇ, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ଭବାନୀପାଟଣା, କଳାହାଣ୍ଡି
୪୧. ଡା. ଶିବଶଙ୍କର ଦଳାଇ, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ଫୁଲବାଣୀ, କନ୍ଧମାଳ
୪୨. ଡା. ଶ୍ରୀମତୀ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଖୁଂଟା, ମୟୂରଭଂଜ
୪୩. ଡା. ଶ୍ରୀମନ୍ତ କୁମାର ଦାସ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କୋରୁକୋଣ୍ଡା, ମାଲକାନଗିରି
୪୪. ଡା. ଶ୍ରୀନିବାସ ସୁବୁଦ୍ଧି, ସହାୟକ ଚିକିତ୍ସକ, ଲାଂଜିଗଡ଼ ହସପିଟାଲ, କଳାହାଣ୍ଡି
୪୫. ଡା. ସୁବାସଚନ୍ଦ୍ର ବିଶୋଇ, ସହାୟକ ଚିକିତ୍ସକ, ବଡ଼ଡାକ୍ତରଖାନା, ବ୍ରହ୍ମପୁର
୪୬. ଡା. ସୁଜିତ କୁମାର ମେହେର, ସହାୟକ ଚିକିତ୍ସକ, ଜିଲ୍ଲା ଚିକିତ୍ସାଳୟ, ଦେବଗଡ଼
୪୭. ଡା. ସୁନୀଲ କୁମାର ସ୍ୱାଇଁ, ସହାୟକ ଚିକିତ୍ସକ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂ), ପାଡୁଆ, କୋରାପୁଟ
୪୮. ଡା. ସୁରେନ୍ଦ୍ର ବିଶ୍ୱାଳ, ସହାୟକ ଚିକିତ୍ସକ, ଅତିରିକ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମାଣ୍ଡୋସିଲ, ବରଗଡ଼
୪୯. ଡା. ସୂର୍ଯ୍ୟକାନ୍ତ ସ୍ୱାଇଁ, ଶିଶୁରୋଗ ବିଶେଷଜ୍ଞ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କାଶୀପୁର, ରାୟଗଡ଼ା
୫୦. ଡା. ସ୍ୱୟଂବିକାଶ ପଟ୍ଟନାୟକ, ସହାୟକ ଚିକିତ୍ସକ, ହସପିଟାଲ, ଏମ୍.ଭି.-୭୯, ମାଲକାନଗିରି
୫୧. ଡା. ତାପସ ଷଡ଼ଙ୍ଗୀ, ଶିଶୁରୋଗ ବିଶେଷଜ୍ଞ, ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଫିରିଙ୍ଗିଆ, କନ୍ଧମାଳ
୫୨. ଡା. ଉମେଶଚନ୍ଦ୍ର ଦାସ, ସହାୟକ ଚିକିତ୍ସକ, ଔଷଧବିତରଣ କେନ୍ଦ୍ର, ବନ୍ଧୁଗାଁ, ସୁନ୍ଦରଗଡ଼

ଏମାନଙ୍କ ମଧ୍ୟରେ ଆପଣଙ୍କ ଭାଇ-ବନ୍ଧୁ-କୁଟୁମ୍ବ ଥାଇ ପାରନ୍ତି । କିନ୍ତୁ କେତେ ଦିନ ଯାଏଁ ଆମେ ଛଳନା କରିଚାଲିବା? ଏମିତିରେ କ’ଣ ଆମ ଦେଶର ଭାଗ୍ୟ ବଦଳିବ? ଏହାକୁ କୌଣସି ଗଣମାଧ୍ୟମ ଖବର ଆକାରେ ଗୁରୁତ୍ୱ ଦେଇ ନାହାନ୍ତି । କିନ୍ତୁ ପ୍ରତି ବର୍ଷ ଏଭଳି ଦେଶଦ୍ରୋହୀ ଡାକ୍ତରମାନେ ସ୍ୱାସ୍ଥ୍ୟବିଭାଗରୁ ତଡା ହୁଅନ୍ତି । ଆଶ୍ଚର୍ଯ୍ୟର କଥା ଯେ ଅନେକ ଗବେଷକ ଓ ସମାଲୋଚକ ମତ ଦେଇ ଥାଆନ୍ତି ଯେ ଆଦିବାସୀମାନେ ଡାକ୍ତରୀ ସ୍ୱାସ୍ଥ୍ୟସେବାର ସୁଯୋଗ ନେଉ ନାହାନ୍ତି ଏବଂ ବିଭିନ୍ନ ଅନ୍ଧବିଶ୍ୱାସରେ ବୁଡ଼ି ରହିଛନ୍ତି । ଏହି ତାଲିକାରେ ଦୁଇ ବା ତତୋଧିକ ଆଦିବାସୀ ବର୍ଗର ଡାକ୍ତର ମଧ୍ୟ ଅଛନ୍ତି । ପ୍ରଖ୍ୟାତ ଦାର୍ଶନିକ ଚିତ୍ତରଂଜନ ଦାସ (ଚିତ୍ତ ଭାଇ)ଙ୍କ ମତରେ ସେମାନେ ଦିକୁ (ବାବୁ ବା ବାବୁଆଣୀ) ବନି ଯାଇଛନ୍ତି ।

ଲକ୍ଷ୍ୟ କରନ୍ତୁ କିପରି ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କେତେକ ଡାକ୍ତରଖାନା ପୂରା ଡାକ୍ତରଶୂନ୍ୟ ହୋଇଯାଇଛି । ଏପରିକି ସହରରେ ରହିଥିବା ଡାକ୍ତରଖାନାରୁ ମଧ୍ୟ ଡାକ୍ତରମାନେ ନିଖୋଜ ହୋଇ କୌଣସି ଘରୋଇ ଡାକ୍ତରଖାନାରେ ଡାକ୍ତର ସାଜିଛନ୍ତି ଅଥବା ଉଚ୍ଚଶିକ୍ଷା ପାଇଁ କୌଣସି ନୋଟିସ୍ ନଦେଇ ପଳାଇ ଯାଇଛନ୍ତି । ସରକାର ବା ପ୍ରଶାସନ ସବୁ ଚେଷ୍ଟା କରି ବିଫଳ ହେବା ପରେ ଏମାନଙ୍କୁ ବହିଷ୍କାର କରିଛି । ଡିଗ୍ରୀଧାରୀ ଡାକ୍ତରମାନଙ୍କୁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ପାଠ ପଢ଼ାଇଥିଲେ ସୁଦ୍ଧା ଆର୍.ଏମ୍.ପି. ଡାକ୍ତର ବା ବଙ୍ଗାଳୀ ଡାକ୍ତରମାନଙ୍କ ଭରସାରେ ଦକ୍ଷିଣ ଓଡ଼ିଶାର ଗରିବଗୁରୁବାଙ୍କ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ସେବା ଚାଲିଛି । ତେଣୁ କୋରାପୁଟର ଜୟପୁରରେ ନିର୍ଦିଷ୍ଟ ଭାବେ ସେହି ଅଂଚଳର ବିଦ୍ୟାର୍ଥୀଙ୍କ ପାଇଁ ମେଡ଼ିକାଲ କଲେଜଟିଏ କାହିଁକି ଖୋଲା ନଯିବ, କହିବେ କି??

ଏଇ ଦେଶଦ୍ରୋହୀମାନଙ୍କୁ ହୁଏତ ଆପଣ ସହରର ସମ୍ଭ୍ରାନ୍ତ କଲ୍ୟାଣମଣ୍ଡପ ବା ହୋଟେଲରେ ଜ୍ୱାଇଁ କରିବେ ବା ବୋହୂ କରିନେବେ । ତଥାପି ଯଦି କହିବେ, ଦେଶ ପଛେଇ ଯାଉଛି – ସରକାରୀ ଡାକ୍ତରଖାନାରେ ଚିକିତ୍ସା ମିଳୁନି – ସେଥିପାଇଁ କୌଣସି ସରକାର ବା ପ୍ରଶାସନ କିଛି ବି ପ୍ରତିକାର ବ୍ୟବସ୍ଥା କରିପାରିବେ ନାହିଁ ।

ଅଳ୍ପ ଦିନ ତଳେ କେନ୍ଦ୍ର ସରକାର ଏକ ନୂଆ ସ୍ୱାସ୍ଥ୍ୟସେବା ନୀତିର ଘୋଷଣା କରିଛନ୍ତି । ଯେଉଁଥିରେ ରେଫରାଲ ସ୍ୱାସ୍ଥ୍ୟସେବାକୁ ଘରୋଇକରଣର ପ୍ରସ୍ତାବ ରହିଛି । ଯଦି ଆମେ ରୋଗୀ ହେଲେ ବା ଆହହ ହେଲେ ଘରୋଇ ହସପିଟାଲରେ ଶୋଇବାକୁ ଏକ ଷ୍ଟାଟସ ବୋଲି ଦୁଇ ଦଶନ୍ଧି ହେଲା ଧରି ନେଲୁଣି, ତେବେ ଘରୋଇକରଣରେ ସମସ୍ୟା କେଉଁଠି? ଏକଥା ସତ ଯେ ଜନସ୍ୱାସ୍ଥ୍ୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ ବିଷୟ ଦୁଇଟି ନିହାତି ସରକାରଙ୍କ ଅଧୀନରେ ରହିବ ।


କ’ଣ ଭାବୁଛନ୍ତି? ଏଣିକି ବିଚାର ବଦଳାନ୍ତୁ - ଆସନ୍ତୁ ଅନ୍ତତଃ ଏ ଦେଶକୁ ଚୀନ୍ ସହ ସମକକ୍ଷ କରିବାକୁ ଉଦ୍ୟମ କରିବା ।


ବିମଳପ୍ରସାଦ, ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA