କୃଷକଙ୍କ ମୋବାଇଲରେ ଓଡ଼ିଆ ଅଛି ତ?

କୃଷକଙ୍କୁ ମୋବାଇଲ୍ ବଣ୍ଟନକୁ ନେଇ ଉଠିଥିବା କଥା ଉପରେ ଗତ ଫେବୃଆରି ମାସରେ ସିୱାଇଏସ୍ଡ଼ି ଠାରେ ଅନୁଷ୍ଠିତ ଏକ କର୍ମଶାଳାର ପ୍ରସଙ୍ଗକୁ ଯୋଡ଼ିବାକୁ ଉଚିତ ମଣୁଛି। ସେଠାରେ “କମ୍ୟୁନିକେସନ ଟେକ୍ନୋଲୋଜି ଜରିଆରେ କୃଷକଙ୍କ ବିକାଶ” ପ୍ରସଙ୍ଗରେ କହିବାକୁ ମୋତେ ସୁଯୋଗ ମିଳିଥିଲା । ମୁଁ କେବଳ ଗୋଟିଏ କଥା ଉଠାଇଥିଲି ଯେ ମୋବାଇଲ୍ ଫୋନରେ ଯଦି ୟୁନିକୋଡ଼୍ ଓଡ଼ିଆ ଭାଷାର ସାମର୍ଥ୍ୟ ଥିବ, ତେବେ ସେହି ହ୍ୟାଣ୍ଡସେଟ୍‌କୁ ଓଡ଼ିଆ ଏସ୍.ଏମ୍.ଏସ୍. ପଠାଇ ଯଥା ସମୟରେ କୃଷକଙ୍କୁ ବହୁତ ସୂଚନା ଦେଇ ହେବ । ଏହି ପ୍ରସ୍ତାବଟି ବିଶିଷ୍ଟ କୃଷକ ସଂଗଠକ ଜଗଦୀଶ ପ୍ରଧାନଙ୍କ ମନକୁ ବେଶ୍ ପାଇଥିଲା । 

ସେଠାରେ ସରକାରଙ୍କ ଜଣେ କୃଷିବିଶାରଦ ଥିଲେ, ଯିଏକି କୃଷକମାନଙ୍କୁ ସୂଚନା ପ୍ରଦାନ କାର୍ଯ୍ୟ କରନ୍ତି, ସେ କହିଲେ ଯେ କେବଳ ଇଂଲିଶରେ ହିଁ ଏସ୍.ଏମ୍.ଏସ୍. କରାଯାଉଛି । ଅର୍ଥାତ୍ ଯେଉଁ ହ୍ୟାଣ୍ଡସେଟ୍ କୃଷକଙ୍କୁ ବଣ୍ଟାଯାଇଛି, ସେଥିରେ ଓଡ଼ିଆ ଅକ୍ଷର ଦିଶିବାର ସାମର୍ଥ୍ୟ ନାହିଁ । ଏଥିରୁ ଜାଣୁଥିବେ ଯେ ଆମ ସରକାର ଓ ସରକାରୀ ନେତାମାନେ କେତେ ପ୍ରଖର ବୁଦ୍ଧି ସମ୍ପନ୍ନ?

ଯେଉଁ ରାଜ୍ୟରେ ସ୍ନାତକୋତ୍ତର ବିଦ୍ୟାର୍ଥୀ ମଧ୍ୟ ଇଂଲିଶରେ ୧୦ଟି ଅର୍ଥପୂର୍ଣ ବାକ୍ୟ ଲେଖିବାରେ ବାରମ୍ବାର ଝୁଣ୍ଟନ୍ତି, ସେହି ରାଜ୍ୟରେ କୃଷକଙ୍କୁ ଇଂଲିଶ୍ ବାର୍ତ୍ତା ଦିଆଯାଉଛି - ଅର୍ଥାତ୍ “କାଲା ଆଗରେ ମୂଳା ଚୋବାଇବା” କାମ ଚାଲିଛି । ଏଥିରୁ ଅନୁମେୟ ଯେ ସରକାର ଚାହୁ ନାହାନ୍ତି, କୃଷକ ସମ୍ମାନର ସହ ବଞ୍ଚୁ । ବୋଧେ ଚାହାନ୍ତି, କୃଷକ ସବୁବେଳେ ସେମିତି ନେହୁରା ହେଉଥାଉ, ହାତ ପାତୁ ଥାଉ

ଆମ ରାଜ୍ୟର ଅଣଓଡ଼ିଆ ବ୍ୟୁରୋକ୍ରାଟ୍‌ମାନେ ଓଡ଼ିଆମାନଙ୍କୁ (ରାଜ୍ୟବାସୀଙ୍କୁ) କେଶ ପ୍ରମାଣେ ଖାତିର କରନ୍ତି ନାହିଁ । କିନ୍ତୁ ଯେତିକି କରିତ୍‌କର୍ମା ଓଡ଼ିଆ ବ୍ୟୁରୋକ୍ରାଟ୍ ଅଛନ୍ତି, ସେମାନେ ତ ଥରେ ଆମ ଭଳି ବ୍ୟକ୍ତିମାନଙ୍କ ସହ ବିମର୍ଶ କରିପାରନ୍ତେ !

ବିମଳ ପ୍ରସାଦ, ଭ୍ରାମ୍ୟଭାଷ- ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

କେଉଁଠି ଅଟକିଛି ଇ-ଗଭର୍ନାନ୍‌ସ୍‌

ଓଡ଼ିଆରେ ଜିମେଲ୍ ଭାରୀ ସହଜ