ବ୍ରହ୍ମପୁରରେ ହେବ ଆଇଜର
ଆଜିର ସମ୍ବାଦ ଦୈନିକୀରେ ଏକ ଖବର ପ୍ରକାଶ ପାଇଛି - କେଉଁଠି ହେବ ଆଇଜର? ଏହାର ନକଲ ମଧ୍ୟ ଆମ୍ଭେ ଏହି ବ୍ଲଗରେ ସଂଯୋଗ କରିଛୁ। ତେବେ ଏଥିରେ ଆଦୌ ଦ୍ୱିମତ ହେବାର ନାହିଁ ଯେ ବ୍ରହ୍ମପୁର ହେଉଛି ଏହି ଗବେଷଣାତ୍ମକ ଶିକ୍ଷାନୁଷ୍ଠାନ ପାଇଁ ସର୍ବୋତ୍କୃଷ୍ଟ ସ୍ଥାନ। ISER (Indian Institute of Science Education & Research) ପ୍ରତିଷ୍ଠା ପାଇଁ ତଳଲିଖିତ ଯୁକ୍ତିଗୁଡ଼ିକୁ ନିଶ୍ଚୟ ବିଚାରକୁ ନିଆଯିବ:- (୧) ବଣ, ବୃକ୍ଷସମ୍ପଦ, ପାହାଡ଼, ନଦୀ, ସମୁଦ୍ର, ବନ୍ୟା, ବାତ୍ୟା, ଜୁଆର, ସୁନାମୀ, ରାଜପଥ, ରେଳପଥ, ବନ୍ଦର, ପଶୁ, ପକ୍ଷୀ, ମଣିଷ ଜାତି, ବ୍ୟାଧି, ବଡ଼ଡାକ୍ତରଖାନା, ଦୁର୍ଘଟଣା, ଅପରାଧ, ପରମ୍ପରା, ସଂସ୍କୃତି, ଧନ, ଧର୍ମ - ଏ ଭଳି ସବୁ କିଛି ପୂରି ରହିଛି ବ୍ରହ୍ମପୁରରେ। ତେଣୁ ବିଜ୍ଞାନ ଗବେଷଣା କେବଳ ୟା ତା ନିବନ୍ଧରୁ କପି ପେଷ୍ଟ୍ ନହୋଇ ମୌଳିକ ଭାବରେ କରିବା ପାଇଁ ଯଥେଷ୍ଟ ସୁଯୋଗ ପୂରି ରହିଛି ବ୍ରହ୍ମପୁରରେ, ବେଶ୍ ହାତ ପାଆନ୍ତାରେ । (୨) ବ୍ରହ୍ମପୁର ଏକ ବାଣିଜ୍ୟ ପେଣ୍ଠ । ବିଭିନ୍ନ ଦୃଷ୍ଟିରୁ ଓଡ଼ିଶାର ତଥା ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ବିବେଚନା କରାଯାଏ । (୩) ବ୍ରହ୍ମପୁର ଏକ ମ୍ୟୁନିସିପାଲ କର୍ପୋରେସନ ଏବଂ ଓଡ଼ିଶାର ଅନ୍ୟତମ ସର୍ବପୁରାତନ ସହର । (୪) ଏହାର ଜିଲ୍ଲା ଗ...
ମନ୍ତବ୍ୟଗୁଡିକ