ବାଳୁତ ବି ଖୋଲି ପାରିବେ ବ୍ୟାଙ୍କ୍ ଆକାଉଁଟ

୧୦ ରୁ ୧୮ ବର୍ଷ ବୟସର କୌଣସି କିଶୋର ବା କିଶୋରୀ ଯିଏକି ସଦାବେଳେ ସମାନ ପ୍ରକାର ଦସ୍ତଖତ କରିପାରୁଥିବ, ସେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ନିଜ ନାମରେ ସେଭିଂସ୍ ଆକାଉଁଟ ଖୋଲି ପାରିବ । ଏହି ସୁବିଧାର ନାମ ରହିଛି - ପେହଲୀ ଉଡ଼ାନ୍ । ସେହି ଭଳି ପେହଲା କଦମ୍ ଅଧୀନରେ ଯେକୌଣସି ବୟସର ଜଣେ ଶିଶୁ ନିଜ ମାଆବାପା ବା ଅଭିଭାବକଙ୍କ ସହିତ ଯୌଥ ଭାବରେ ଆକାଉଁଟ ଖୋଲିପାରିବେ । ଏହି ସୁବିଧାଦ୍ୱୟ ଅଧୀନରେ ସ୍ବତନ୍ତ୍ର ପ୍ରକାର ରଙ୍ଗରଙ୍ଗିଆ ପାସବୁକ୍ ଓ ଚେକବୁକ୍ ମିଳିବ । ସେହିଭଳି ପ୍ରତ୍ୟେକ ଆକାଉଁଟଧାରୀ ବ୍ୟକ୍ତିଗତ ଫଟୋ ଲାଗିଥିବା ଏଟିଏମ୍-ତଥା-ଡେବିଟ୍ କାର୍ଡ଼ ପାଇବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତିନି ମାସ ତଳେ ଜାରି କରିଥିବା ନୂଆ ମାର୍ଗଦର୍ଶିକା ଆଧାରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ୫ ସେପଟେମ୍ବର ୨୦୧୪ ଶିକ୍ଷକଦିବସ ଅବସରରେ ଏହି ସୁବିଧାର ଶୁଭାରମ୍ଭ କରିଛି । ଶିଶୁମାନେ ନିଜନିଜର ଏଭଳି ଆକାଉଁଟ ମାଧ୍ୟମରେ ଇଂଟରନେଟ୍ ବ୍ୟାଙ୍କିଙ୍ଗ୍ କରିପାରିବା ସମେତ ଦୈନିକ ୫ହଜାର ଟଙ୍କା ମଧ୍ୟରେ ସୀମିତ ଦେଣନେଣ କରିପାରିବେ - ଯେମିତିକି ବିଲ୍ ପୈଠ, ସ୍ଥାୟୀଜମାଖାତା, ରିକରିଂ ଜମାଖାତା ଖୋଲିପାରିବେ । ଏପରିକି ମୋବାଇଲ ବ୍ୟାଙ୍କିଙ୍ଗ୍ ଜରିଆରେ ବିଲ୍ ପୈଠ, ଟପ୍ ଅପ୍ ଇଦ୍ୟାଦି ଦୈନିକ ସର୍ବାଧିକ ୨ହଜାର ଟଙ୍କାର ଦେଣନେଣ କରିପାରିବେ ।

ଏହି ଉତ୍ପାଦଗୁଡ଼ିକର ଶୁଭାରମ୍ଭ ଅବସରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ କଅଁଳ ବୟସରେ ସଂଚୟ ଅଭ୍ୟାସକୁ ଉତ୍ସାହିତ କରିବା ଗୁରୁତ୍ୱପୂର୍ଣ । ଶିଶୁମାନେ ବିଜ୍ଞତାର ସହିତ ଟଙ୍କାର ବ୍ୟୟ ଓ ପରିଚାଳନା କରିବା ଶିଖିବେ ଏବଂ ଜୀବନର ଆରମ୍ଭରୁ ଭଲ-ବ୍ୟୟ ଅଭ୍ୟାସ ଶିଖିବେ

ଆମର ମତ ହେଉଛି, ଏହି ଯୋଜନା ମୁଖ୍ୟତଃ ଜୱାହର ନବୋଦୟ ବିଦ୍ୟାଳୟ ଭଳି ଆବାସିକ ଓ ଆଶ୍ରମ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ପାଇଁ ସବୁଠୁ ବେଶି ଲାଭଦାୟକ ହେବ ।

(ଏହି ଲେଖାକୁ ଆପଣ ଲେଖକଙ୍କ ବିନା ଅନୁମତିରେ ଜନସ୍ବାର୍ଥ ପାଇଁ ପ୍ରୟୋଗ କରିପାରିବେ ।)

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

କେଉଁଠି ଅଟକିଛି ଇ-ଗଭର୍ନାନ୍‌ସ୍‌

ଓଡ଼ିଆରେ ଜିମେଲ୍ ଭାରୀ ସହଜ