ପଶ୍ଚିମ ଓଡ଼ିଶାରେ IIM ହେଉ

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଯୁଗଳକିଶୋର ମହାପାତ୍ର ଏବେ କେନ୍ଦ୍ର ସରକାରଙ୍କ ପାଇଁ ନୂଆଦିଲ୍ଲୀରେ କାର୍ଯ୍ୟ କରିବେ । ଅତଏବ ପଶ୍ଚିମ ଓଡ଼ିଶା ଯଦି ପୁଣି ପଛୁଆ ରହେ, ତେବେ ତାଙ୍କୁ ବର୍ଷିବାର ଅଧିକାର ଆମେ ହରାଇଲୁ । ଯେଉଁଥିପାଇଁ ପଶ୍ଚିମ ଓଡ଼ିଶାର ବିଧାୟକ ଓ ସାଂସଦମାନେ କେବେ ହେଲେ ଦୋଷ ନିଜ ମୁଣ୍ଡକୁ ନେଇ ନାହାନ୍ତି । ଏବେ ଶିକ୍ଷିତମାନଙ୍କୁ ବିଜେଡି ଟିକଟ ଦେଇ ଜିତାଇ ଆଣିଛି । ଦେଖିବାକୁ ରହିଲା, ୫ ବର୍ଷ ପରେ କିଛି ପରିବର୍ତନ ହେଉଛି କି? ଅନ୍ତତଃ "ଭାରତୀୟ ପ୍ରବନ୍ଧ ସଂସ୍ଥାନ'' (IIM) ପଶ୍ଚିମ ଓଡ଼ିଶାରେ ହେଉ ।
ସମ୍ବଲପୁର-ଝାରସୁଗୁଡ଼ା ମଧ୍ୟରେ ସ୍ଥାନ ଚିହ୍ନଟ କରି ତୁରନ୍ତ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଉ । କୋଠା ନିର୍ମାଣ ପର୍ଯନ୍ତ କାହା ହତାରେ ପଢ଼ା ଚାଲିବ, ତାହା ମଧ୍ୟ ସ୍ଥିର ହେଉ । ଝାରସୁଗୁଡ଼ା ଓ ସମ୍ବଲପୁର ଉଭୟ ରେଳପଥ ଓ ସଡ଼କପଥରେ ଭଲ ଭାବେ ସଂଯୁକ୍ତ ହୋଇଥିବା ବେଳେ ଝାରସୁଗୁଡ଼ାରେ ବିମାନବନ୍ଦର କାର୍ଯ୍ୟ ଚାଲିଛି । ଅନ୍ୟ ପକ୍ଷରେ ଶିକ୍ଷାଗ୍ରହଣ କାଳୀନ ଅଭ୍ୟାସ ଶିକ୍ଷଣ ପାଇଁ ଅନେକ ଶିଳ୍ପାନୁଷ୍ଠାନ ସେହି ଅଂଚଳରେ ରହିଛି । ତେଣୁ ସମ୍ବଲପୁର-ଝାରସୁଗୁଡ଼ା ମଧ୍ୟରେ ଆଇଆଇଏମ୍ ପ୍ରତିଷ୍ଠା ହେବା ବିଧେୟ ।

(Written on 16 July 2014 as a facebook note, but posted as a blog on 23 August 2014 to keep it on the web)

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA