ଓଡ଼ିଶାରେ ଭୂସ୍ଖଳନ

ଭୂସ୍ଖଳନ ହୋଇ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଗୋଟିଏ ପାହାଡ଼ୀ ଆଦିବାସୀ ଗ୍ରାମ ନିଶ୍ଚିହ୍ନ ହେବା ପରେ ଏବେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବିଭାଗ ସତର୍କ ବୋଲି ପ୍ରମାଣ ଦେଉ । 

ଆମ୍ଭେ ଏଠାରେ ମନେ ପକାଇ ଦେଉଛୁ କି ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କେନ୍ଦୁଝର ଜିଲ୍ଳାଗୁଡ଼ିକରେ ଅନେକ ଜନଜାତିବହୁଳ ଗାଆଁ ପାହାଡ଼ ତଳେ ବା ମଧ୍ୟ ଭାଗରେ ରହିଅଛି । କେଉଁ ଗାଆଁଗୁଡ଼ିକ ଏଭଳି ବର୍ଷାବିଭୀଷିକାରେ ନିପାତ ହୋଇଯିବାର ଆଶଙ୍କା ରହିଛି ତାହା ଉପରେ ଶ୍ୱେତପତ୍ର ଜାରି ହେଉ । ମୁଖ୍ୟତଃ କୋରାପୁଟ ଓ ଗଜପତି ଜିଲ୍ଲାରେ ଏହା ବେଶି ବିପଦପୂର୍ଣ । କାରଣ ପାହାଡ଼ ଶୀର୍ଷରେ ବନକ୍ଷୟ ଓ ସବୁଜିମା ନଷ୍ଟ ହେଲେ ଏଭଳି ବିପଦ ମାଡ଼ି ଆସେ । ଯଦି ପାହାଡ଼ଟି ପଥୁରିଆ ନହୋଇ ମାଟିର ପାହାଡ଼ ହୋଇଥାଏ, ତେବେ କଥା ସରିଲା । 

ଯଦିଚ କୋରାପୁଟ ଜିଲ୍ଲାରେ,​ ଅରୁଣାଚଳପ୍ରଦେଶ ବା ହିମାଚଳପ୍ରଦେଶ ଭଳି ଗୋଟାପଣେ ମାଟିର ପାହାଡ଼ ନାହିଁ; ତେବେ ମାଟିବହୁଳ ପାହାଡ଼ଗୁଡ଼ିକର ତାଲିକା ମଧ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରକାଶ କରୁ । ସମୁଦ୍ରକୂଳିଆ ପୂର୍ବ ଓଡ଼ିଶା ଉପରେ ନିଘା ରଖିଥିବା ଏହି ସରକାରୀ ବିଭାଗ ଟିକେ ଦକ୍ଷିଣକୁ ଦୃଷ୍ଟି ଦେଉ । 

 ବିମଳ ପ୍ରସାଦ, ଭ୍ରାମ୍ୟଭାଷ: 9937353293

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA