ରେଳ ଟିକଟ କାଟିବାକୁ ଖୁଚୁରା ଲୋଡ଼ା ନାହିଁ

ଜାଣନ୍ତି କି? ରେଳଷ୍ଟେସନ୍ ଅଣସଂରକ୍ଷିତ ଟିକଟ କାଉଣ୍ଟରରେ ଖୁଚୁରା ଦେଣନେଣକୁ କେନ୍ଦ୍ର କରି ବୁକିଂ କିରାଣୀମାନେ ଆଉ ଜନସାଧାରଣଙ୍କୁ ହଇରାଣ କରିପାରିବେ ନାହିଁ । 

୨୦୧୩ ଏପ୍ରିଲରୁ ସମସ୍ତ ସବାରି ଗାଡ଼ି ଓ ସାଧାରଣ ବଗିର ଯାତ୍ରୀଭଡ଼ା ୫ଟଙ୍କାର ଗୁଣିତକ ହୋଇଅଛି । ଉଦାହରଣ: ୫ଟଙ୍କା, ୧୦ଟଙ୍କା, ୧୫ ଟଙ୍କା, ୩୦ ଟଙ୍କା, ୪୫ ଟଙ୍କା, ୬୦ ଟଙ୍କା....ଇତ୍ୟାଦି । ଆପଣ ଯେଉଁଠାକୁ ୮ଟଙ୍କା ଦେଉଥିଲେ, ତାହା ହୋଇଛି ୧୦ ଟଙ୍କା; ଯେଉଁଠିକୁ ୧୧ଟଙ୍କା ଭଡ଼ା ଗଣୁଥିଲେ, ଏଣିକି ଦେଉଛନ୍ତି ୧୫ ଟଙ୍କା, ସେହିପରି ୫୭ ଟଙ୍କା ସ୍ଥଳେ , ତାହା ୬୦ ଟଙ୍କା ଭଡ଼ା ହୋଇଅଛି । ତେଣୁ କାଉଣ୍ଟରରେ ଆବଶ୍ୟକ ପରିମାଣର ୫ଟଙ୍କିଆ, ୧୦ଟଙ୍କିଆ ମହଜୁଦ ରଖିବାକୁ କର୍ତୃପକ୍ଷ ବାଧ୍ୟ । କିନ୍ତୁ ଦେଖାଯାଉଛି, କିରାଣୀମାନେ ଖୁଚୁରା ନଥିବା ଦର୍ଶାଇ ୫ଟଙ୍କା ଫେରସ୍ତ କରୁ ନାହାନ୍ତି । ବ୍ୟସ୍ତ ଥିବା ଯାତ୍ରୀମାନେ କାଉଣ୍ଟରରେ ଅପେକ୍ଷା ନକରି ଟ୍ରେନ୍ ମୁହାଁ ହେଉଛନ୍ତି । ଏଭଳି ଯଦି ୨୦ ଜଣ ଯାତ୍ରୀଙ୍କ ଠାରୁ ୫ଟଙ୍କିଆ ଧପେଇବେ, ତେବେ କର୍ତବ୍ୟଘଡ଼ି ମଧ୍ୟରେ ୧୦୦ ଟଙ୍କା ଉପୁରି । ରେଳବାଇରେ ମାସଟା ପ୍ରାୟ ୨୧ ଦିନ ହୋଇଥିବାରୁ ଅତି କମ୍ ରେ ମାସିକ ୨୧୦୦ ଟଙ୍କା ଉପୁରି ପାଇଯିବେ । ଆପଣ ଏଭଳି ଶୋଷଣକୁ ବରଦାସ୍ତ କରନ୍ତୁ ନାହିଁ । କାରଣ ସବାରି ଗାଡ଼ିର ଟିକଟ ଅଗ୍ରୀମ କାଟିବାର ବ୍ୟବସ୍ଥା କେବଳ ୨୦୦ କିଲୋମିଟରରୁ ଅଧିକ ଦୂରତା ପାଇଁ ରହିଛି । ତେଣୁ କମ୍ ଦୂରକୁ ଯିବା ପାଇଁ ସଂଗେ ସଂଗେ ଟିକଟ କାଟି ଗାଡ଼ିରେ ବସୁଥିବା ଯାତ୍ରୀମାନେ ପରିସ୍ଥିତିରେ ପଡ଼ି ୫ ଟଙ୍କା/ ୧୦ ଟଙ୍କା ହରାଇବେ କାହିଁକି?

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA