ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଭାରତବାସୀ (ଖ)
ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ପ୍ରଥମ ପଦକ୍ଷେପ ରୂପେ ପ୍ରତି ପରିବାରକୁ ବ୍ୟାଙ୍କ୍ ଓ ବୀମା ସହ ସାମିଲ କରିବାକୁ ସ୍କିମ୍ ପ୍ରଚଳନ କରିଛନ୍ତି । ବ୍ୟାଙ୍କ୍ ସହ ଯୋଡ଼ିବା ସ୍କିମ୍କୁ କୁହାଯାଉଛି - ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏହା ଅଧୀନରେ ଦେଶର ସମସ୍ତ ପରିବାର ବ୍ୟାଙ୍କ୍ ଆକାଉଁଟ ଖୋଲିପାରିବେ ଶୂନ୍ୟ ମୂଳଧନ ଜମାରେ । ସବୁ ଆକାଉଁଟଧାରୀଙ୍କୁ ମିଳିବ ଜମାଖାତା ଓ ରୁପେ ଡେବିଟ୍କାର୍ଡ । ଏହି ସ୍କିମ୍ ସହ ଗୁନ୍ଥି ହୋଇ ରହିଛି ଏକ ଲକ୍ଷ ଟଙ୍କାର ଦୁର୍ଘଟଣାଜଡ଼ିତ ମୃତ୍ୟୁ ପାଇଁ ବୀମା ସହାୟତା ଏବଂ ସ୍କିମ୍ର ନାମ ରହିଛି ଅପ୍ନା ଖାତା ଭାଗ୍ୟ ବିଧାତା । ଏବେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନଙ୍କର ବ୍ୟାଙ୍କ୍ ଆକାଉଁଟ ଅଛି, ସେମାନେ ଆଉ ଗୋଟିଏ ଆକାଉଁଟ ଖୋଲିବା ଅନାବଶ୍ୟକ । କିନ୍ତୁ ଅପ୍ନା ଖାତା ଭାଗ୍ୟ ବିଧାତା ସ୍କିମ୍ର ସୁଯୋଗ ନେବା ପାଇଁ ସମସ୍ତଙ୍କୁ ରୁପେ ଡେବିଟ୍କାର୍ଡ ନିଜ ବ୍ୟାଙ୍କ୍ ଶାଖାରୁ ନେବାକୁ ପଡ଼ିବ । ତେବେ ଯେଉଁ ଆକାଉଁଟଧାରୀମାନଙ୍କର ଅନ୍ୟ ଲୋଗୋ ଥିବା ଡେବିଟ୍କାର୍ଡ ଅଛି, ସେମାନେ ତାହାକୁ ଫେରାଇଦେବେ କି ରଖିବେ, ତାହା ଉପରେ ସ୍ପଷ୍ଟ ଅନୁଦେଶ ଜାରି ହୋଇ ନାହିଁ । ଏହି ପ୍ରକ୍ରିୟାରେ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ୍ଗୁଡ଼ିକୁ ସାମିଲ କରିବା ନେଇ କୌଣସି ତତ୍ପରତା ଏଯାଏଁ ଦେଖିବାକୁ ମିଳି ନାହିଁ । ଅନ୍ୟ ପକ୍ଷରେ ଡାକଘରଗୁଡ଼ିକୁ...