ରକ୍ତଚାପ ଓ ରକ୍ତଶର୍କରା ପାଇଁ ଉପକାରୀ କଞ୍ଚା କଦଳୀ
![ପ୍ରତିଛବି](https://blogger.googleusercontent.com/img/b/R29vZ2xl/AVvXsEh98i0DccZt3OLOagajyNZA45iXUoIFZ16E7nT_D_AmjXGbS8T9LkNfZfz9mFcZD2hnQ31Ak-CJqd9Dpch-D4xjRy3vFqHwIpKdSObnWRGMKef9KQpxpLxZ0rF5Pq30qWrqEudNyx5sJ1A/s200/green+banana.jpg)
କଞ୍ଚା କଦଳୀରେ ଭିଟାମିନ୍ ଏବଂ ଫାଇବର୍ ଭରି ରହିଛି। ଏହା ରକ୍ତରେ ଶର୍କରା ତିଆରି କରିବା ସହିତ ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। କଞ୍ଚା ଓ ପାଚିଲା କଦଳୀ ଭାରତରେ ବହୁଳ ଭାବରେ ଉତ୍ପାଦିତ ହୋଇଥାଏ। ବାସ୍ତବରେ ଦେଖିବାକୁ ଗଲେ ଅଧିକାଂଶ ଭାରତୀୟ ତାଙ୍କ ବ୍ୟଞ୍ଜନରେ ଏହାକୁ ସାମିଲ୍ କରିଥାନ୍ତି। କେରଳରେ କଞ୍ଚା କଦଳୀ ଏକ ଦରକାରୀ ପରିବା। ସେଠାରେ କଞ୍ଚା କଦଳୀର ଚିପସ୍ ବେଶ୍ ଲୋକପ୍ରିୟ ଖାଦ୍ୟ। ଏହାର ସମସ୍ତ ଅଂଶକୁ ବିଭିନ୍ନ ଉପାୟରେ ଉପଯୋଗ କରା ଯାଇଥାଏ। କଞ୍ଚା କଦଳୀରେ ବିଭିନ୍ନ ଭିଟାମିନ୍ ଏବଂ ଫାଇବର୍ ରହିଅଛି, ଯାହା ଏକ ସୁସ୍ଥ ଶରୀର ପାଇଁ ଆବଶ୍ୟକ। ତେବେ ସେଗୁଡ଼ିକ କ’ଣ କ’ଣ? (୧) ଭିଟାମିନ୍ରେ ଭରପୂର କଞ୍ଚା ଓ ପାଚିଲା କଦଳୀରେ ସବୁଠାରୁ ଆବଶ୍ୟକ ଭିଟାମିନ୍ ଏବଂ ଖଣିଜ ଲବଣ ରହିଥାଏ। ଏଥିରେ ବିଶେଷ କରି ଭିଟାମିନ୍ ସି ଏବଂ ଭିଟାମିନ୍ ବି-୬ ରହିଛି। ସୁସ୍ଥ ତ୍ୱଚା ଏବଂ କେଶ ପାଇଁ ଭିଟାମିନ୍ ସି ଏକ ଆବଶ୍ୟକ ମିନେରାଲ୍। ଭିଟାମିନ୍ ସି ଶରୀରର ପ୍ରତିରକ୍ଷା ଶକ୍ତିକୁ ବଢ଼ାଇବା ସହିତ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ଶରୀରରେ ଥିବା ଛିଦ୍ରରୁ ହେଉଥିବା କ୍ଷତିରୁ ବଞ୍ଚାଇଥାଏ। ଅନ୍ୟ ପଟେ ଭିଟାମିନ୍ ବି-୬ ଖାଦ୍ୟକୁ ଶକ୍ତିରେ ପରିବର୍ତ୍ତନ କରିବା ପାଇଁ ସାହାଯ୍ୟ କରିଥାଏ। ଏହା ହୃତ୍ପିଣ୍ଡର ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକୁ ତ୍ୱ...